ଚେନ୍ନାଇ, ୨୭/୨ : ସାଉଥ ସୁପରଷ୍ଟାର ଥଲ୍ଲପତି ବିଜୟଙ୍କ ହେବ ଛାଡ଼ପତ୍ର । କୋର୍ଟରେ ଡିଭୋର୍ସ ପାଇଁ ଆବେଦନ କଲେ ପତ୍ନୀ ସଙ୍ଗୀତା । ୨୭ ବର୍ଷର ବୈବାହିକ ଜୀବନରେ ଏବେ ପଡ଼ିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ । ସଙ୍ଗୀତା ନିଜଆଡ଼ୁ କୋର୍ଟରେ ଏହି ଛାଡ଼ପତ୍ର ଆବେଦନ କରିଥିବା ଶୁଣିବାକୁ ମିଳୁଛି ।

ମିଳିଥିବା ଖବରରୁ ଜଣା ପଡ଼ିଛି କି, ସଙ୍ଗୀତା ଅଧିନିୟମ ୧୯୫୪ ଧାରା ୨୭ (୧) (ଏ) ଆଧାରରେ ଆବେଦନ କରିଛନ୍ତି । ଏହି ଅଧିନିୟମ ଅନୁସାରେ ସ୍ବାମୀ କିମ୍ବା ସ୍ତ୍ରୀ ଜିଲ୍ଲା କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିପାରିବେ । ଏହି ନିୟମ ଅନୁସାରେ ଛାଡ଼ପତ୍ର ପରେ ସ୍ବାମୀ କିମ୍ବା ସ୍ତ୍ରୀ ଅନ୍ୟ ସହ ସମ୍ପର୍କ ରଖିପାରିବେ । ସେପଟେ ପୂର୍ବରୁ ମଧ୍ୟ ଉଭୟଙ୍କ ଛାଡ଼ପତ୍ର ହେବ ବୋଲି ଗୁଜବମାନ ଶୁଣିବାକୁ ମିଳିଛି । ମାତ୍ର ଉଭୟ ପୁଣି ଏକାଠି ରହିଥିଲେ ।

ସିନେମା ପରେ ଏବେ ରାଜନୀତି କ୍ଷେତ୍ରରେ ବେଶ ସକ୍ରିୟ ରହିଛନ୍ତି ତଲ୍ଲାପତି ବିଜୟ । ସେ ଟିଭିକେ ଦଳର ମୁଖ୍ୟ ଅଟନ୍ତି । ତାଙ୍କ ରାଳିରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ମଧ୍ୟ ଦେଖିବାକୁ ମିଳିଛି ।

ଏହାସହ ପଢ଼ନ୍ତୁ : ଇନଷ୍ଟାଗ୍ରାମରେ ସର୍ବାଧିକ ଲାଇକ୍ : ସବୁ ସେଲିବ୍ରିଟିଙ୍କୁ ପଛରେ ପକାଇଲେ ରଶ୍ମିକା- ବିଜୟ