ପ୍ରମୂଖ ଖବର
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ନାଶିକ୍ ମିଲିଟାରୀ କ୍ୟାମ୍ପରେ ଦୁର୍ଘଟଣା, ଆର୍ଟିଲିରି ତାଲିମ୍ ବେଳେ ଦୁଇ ଅଗ୍ନିବୀରଙ୍କ ମୃତ୍ୟୁ...

Published By : Ladu Kishor | October 11, 2024 4:41 PM

ନୂଆଦିଲ୍ଲୀ: ନାଶିକ୍ ଆର୍ଟିଲିର୍ ସେଣ୍ଟରରେ ଏକ ଦୁଃଖଦ ଘଟଣା ଘଟିଛି । ନିୟମିତ ପ୍ରଶିକ୍ଷଣ ଅଧିବେଶନ ଚାଲିଥିବା ସମୟରେ ବିସ୍ଫୋରଣ ଘଟି ଦୁଇଜଣ ଅଗ୍ନିବୀରଙ୍କ ପ୍ରାଣହାନୀ ଘଟିଛି । ଏହି ଦୁର୍ଘଟଣା ଲାଇଭ-ଫାୟାର ଆର୍ଟିଲିର୍ ଅଭ୍ୟାସ ସମୟରେ ଘଟିଛି।

ଏହି ବିସ୍ଫୋରଣ ସେତେବେଳେ ଘଟିଥିଲା ଯେତେବେଳେ ସୈନିକମାନେ ଆର୍ଟିଲିରିରୁ ଗୁଳି ଚଳାଇବା ଅଭ୍ୟାସ କରୁଥିଲେ । ଏଥିରେ ଦୁଇଜଣ ଅଗ୍ନିବୀର କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରାଯାଇଥିଲା କିନ୍ତୁ ଆଘାତ ଏତେ ଗୁରୁତର ଯେ ସେମାନଙ୍କ ପ୍ରାଣହାନୀ ଘଟିଛି । ଏହି ଘଟଣା ପରେ ବିସ୍ଫୋରଣର ପ୍ରକୃତ କାରଣ ଜାଣିବା ପାଇଁ ଅଧିକାରୀ ମାନେ ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନାଥାଉକି, ନାଶିକର ଆର୍ଟିଲିରି ସେଣ୍ଟରରେ ଅଗ୍ନିବୀର ମାନଙ୍କୁ ତାଲିମ ଦିଆଯାଉଛି। ଗତକାଲି ଅପରାହ୍ନରେ ଅଗ୍ନିବୀର ମାନେ ଆର୍ଟିଲିରି ସେଣ୍ଟରରେ ଅଭ୍ୟାସ କରୁଥିଲେ। ଏହି ଟ୍ରେନିଂ ସମୟରେ ଗୁଳି ଚଳାଇବା ସମୟରେ ହଠାତ୍ ବିସ୍ଫୋରଣ ଘଟିଥିଲା। ଏହା ଆର୍ଟିଲିରି ସେଣ୍ଟରରେ ଉତ୍ତେଜନା ସୃଷ୍ଟି କରିଥିଲା। 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.