ପ୍ରମୂଖ ଖବର
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ରାଜଧାନୀର ୨ଟି ରେଳ ଷ୍ଟେସନ୍ ନିକଟ ଟ୍ରେନ ଲାଇନରୁ ଦୁଇଟି ମୃତଦେହ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ, ମିଳିନି ପରିଚୟ

Published By : Prameya | April 25, 2025 11:00 AM

ଭୁବନେଶ୍ୱର ୨୫/୦୪:  ଭୁବନେଶ୍ବରରେ ଅଘଟଣ। ରାଜଧାନୀର ଦୁଇଟି ରେଳ ଷ୍ଟେସନ୍ ନିକଟ ଟ୍ରେନ ଲାଇନରୁ ଦୁଇଟି ମୃତଦେହ ଉଦ୍ଧାର। ଗୋଟିଏ ମୃତଦେହ ବାଣୀବିହାର ନିକଟ ରେଳ ଧାରଣାରୁ ମିଳିଥିବା ବେଳେ ଅନ୍ୟ ଏକ ମୃତଦେହ ଲିଙ୍ଗରାଜ ରେଳ ଧାରଣାରେ ପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ମୃତକଙ୍କ ପରିଚୟ ମିଳିନାହିଁ। ଘଟଣାସ୍ଥଳରେ ଜିଆର୍‌ପି ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ବିଭିନ୍ନ ଦିଗରୁ ଜିଆର୍‌ପି ଛାନ୍‌ଭିନ୍ ଆରମ୍ଭ କରିଥିବା ବେଳେ ପରିଚୟ ଖୋଜିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

ସୂଚନା ମୁତାବିକ, ଶୁକ୍ରବାର ବାଣୀବିହାର ଷ୍ଟେସନ ନିକଟ ଟ୍ରେନ୍ ଟ୍ରାକରୁ ଗୋଟଏ ଖଣ୍ଡ ବିଖଣ୍ଡିତ ମୃତହେଦ ପଡିଥିବା ଦେଖିବାକୁ ମିଳିଥିଲା। ଏନେଇ ସ୍ଥାନୀୟଲୋକ ଜିଆର୍‌ପିକୁ ଖବର ଦେଇଥିଲେ।  ଘଟଣାସ୍ଥଳରେ ଏକ ଟିମ୍ ପହଞ୍ଚି ମୃତଦେହ ଜବତ କରିବା ସହ ମୃତ୍ୟୁର କାରଣ ଖୋଜିବାରେ ଲାଗିଛି। ଠିକ୍ ସେହିଭଳି ଢ଼ଙ୍ଗରେ ଭୁବନେଶ୍ବର ଲିଙ୍ଗରାଜ ରେଳ ଧାରଣା ନିକଟରେ ଏକ ଅପରିଚିତ ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଜିଆରପି ପୋଲିସ ‌ ପହଞ୍ଚି ମୃତଦେହ ଜବତ କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.