ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ଡାକ୍ତରୀ ଶିକ୍ଷା ନେଇ ଦୁଇଟି ପୁସ୍ତକ ଉନ୍ମୋଚିତ

Published By : Ladu Kishor | January 28, 2025 10:11 PM

ଭୁବନେଶ୍ୱର ୨୮/୦୧: ଡାକ୍ତରୀ ଛାତ୍ରଛାତ୍ରୀ ଓ ଇନ୍‌ଟର୍ଣ୍ଣ ମାନଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟ ନେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଆନାଟୋମୀ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଶିଶିର କୁମାର ଏବଂ ଅନ୍ୟାନ୍ୟ ଫ୍ୟାକଲ୍ଟି ମେମ୍ବର୍ସଙ୍କ ଦ୍ୱାରା ରଚିତ ଡାକ୍ତରୀ ଶିକ୍ଷା ସମ୍ପର୍କିତ ଦୁଇଟି ପୁସ୍ତକ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ପ୍ରଫେସର (ଡକ୍ଟର) କୁମାର ଏବଂ ତାଙ୍କ ଟିମ୍‌ ଦ୍ୱାରା ରଚିତ ଦୁଇଟି ପୁସ୍ତକ ହେଉଛି ‘ଏ ଲଗ୍‌ ବୁକ୍‌ ୱିଥ୍‌ ଏକ୍ସପେକ୍ଟେସନ୍ସ: ଅଲ୍ଟିମେଟ୍‌ ଗାଇଡ୍‌ ଟୁ ମେଡିକାଲ୍‌ ଇନଟର୍ଣ୍ଣ’ ଏବଂ ‘ଅଣ୍ଡରଷ୍ଟାଣ୍ଡିଙ୍ଗ୍‌ ଦ ଏସେନ୍ସ ଅଫ୍‌ ମେଡିକାଲ୍‌ ଏଜୁକେସନ୍‌’। 

‘ଏ ଲଗ୍‌ବୁକ୍‌ ୱିଥ୍‌ ଏକ୍ସପେକ୍ଟେସନ୍ସ: ଅଲ୍ଟିମେଟ୍‌ ଗାଇଡ୍‌ ଟୁ ମେଡିକାଲ୍‌ ଇନଟର୍ଣ୍ଣ’ ପୁସ୍ତକଟି ସ୍ୱତନ୍ତ୍ର ଭାବେ ଡାକ୍ତରୀ ଇନ୍‌ଟର୍ଣ୍ଣଙ୍କ ପାଇଁ ଲେଖାଯାଇଥିବା ବେଳେ ସେମାନଙ୍କୁ ଖୁବ୍‌ ସହାୟକ ହେବ ବୋଲି ପ୍ରଫେସର କୁମାର କହିଛନ୍ତି । ଡାକ୍ତରୀ ଛାତ୍ରରୁ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଏବଂ ନୈତିକତା ରକ୍ଷା କରି ସ୍ୱଚ୍ଛ ମନରେ ରୋଗୀସେବା କରିବା ଦିଗରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି । 

ଦ୍ୱିତୀୟ ପୁସ୍ତକ ‘ଅଣ୍ଡରଷ୍ଟାଣ୍ଡିଙ୍ଗ୍‌ ଦ ଏସେନ୍ସ ଅଫ୍‌ ମେଡିକାଲ୍‌ ଏଜୁକେସନ୍‌’ ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟ କରିବା ଦିଗରେ ଖୁବ୍‌ ସାହାଯ୍ୟ କରିବ ବୋଲି ପ୍ରଫେସର କୁମାର ଆଶା ରଖିଛନ୍ତି । ଏହି ପୁସ୍ତକ ଉନ୍ମୋଚନ ସମୟରେ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ ୩ ଶିତଳାପଲ୍ଲୀ କ୍ୟାମ୍ପସର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାସ ଉପସ୍ଥିତ ଥିଲେ । 

ପ୍ରଫେସର (ଡାକ୍ତର) କୁମାରଙ୍କ ସହିତ ଡାକ୍ତର ହର୍‌ମିତ କୌର, ଡାକ୍ତର ସିତାଂଶୁ କୁମାର ପଣ୍ଡା, ଡାକ୍ତର ବିଶ୍ୱ ଭୂଷଣ ମହାନ୍ତି, ଡାକ୍ତର ସୂର୍ଯ୍ୟ ରଞ୍ଜନ ଦାସ, ଡାକ୍ତର ପ୍ରତୀମା ବୈଶାଖ, ଡାକ୍ତର ବି. ଶାନ୍ତା କୁମାରୀ, ଡାକ୍ତର ସ୍ୱାଗତିକା ପ୍ରଧାନ, ଡାକ୍ତର ଲୋପାମୁଦ୍ରା ନାୟକ, ଡାକ୍ତର ସୁଜାତା ପ୍ରଧାନ, ଡାକ୍ତର ଅରୁନ୍ଧତି କର, ଡାକ୍ତର ଧୀରେନ୍‌ କୁମାର ପଣ୍ଡା, ଡାକ୍ତର ସିସ୍ତୁ ଶ୍ରୀ ବିଦ୍ୟା ଏବଂ ଡାକ୍ତର ବନୀତା ପଟେଲ୍‌ ଏହି ପୁସ୍ତକ ରଚନାରେ ସାମିଲ ଅଛନ୍ତି । ଦୁଇଟି ଯାକ ପୁସ୍ତକ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଆନାଟୋମୀ ବିଭାଗରେ ଉପଲବ୍ଧ। 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.