ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ବିଦ୍ୟୁତ ଖୁଣ୍ଟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଗୋରୁ ମୃତ

Published By : Prameya | December 20, 2024 10:55 PM

ଟିକିରି -ଲଘୁଚାପ ଜନିତ ବର୍ଷା ପ୍ରଭାବରେ ଗତକାଲି ଠାରୁ ବର୍ଷା ଲାଗି ରହିଥିବା ବେଳେ , ଆଜି ଏକ ବିଦ୍ୟୁତ ଖୁଣ୍ଟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ଟି ଗୋରୁର ମୃତ୍ୟୁ ହୋଇଛି। ଏମିତି ଏକ ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଜାମୁଗୁଡା ଗାଁରେ ଘଟିଛି।

ଡମ୍ୱୁରୁଧର ସାହୁଙ୍କର ୨ଟି ଗାଈର ମୃତ୍ୟୁ ହୋଇଛି। ଆଜି ଅପରାହ୍ନ ୧୨ଘଣ୍ଟା ସମୟରେ ଘର ଠାରୁ ଅଳ୍ପ ଦୂରରେ ଥିବା ୧୧କେଭି ବିଦ୍ୟୁତ ଖୁଣ୍ଟରେ ବିଦ୍ୟୁତ୍‌ ସରବରାହ ହୋଇଥିଲା। ଏହି ସମୟରେ ଗୋଟିଏ ଗାଈର ସେଥିରେ ଲାଗି ମୃତ୍ୟୁ ହୋଇ ଥିବା ବେଳେ , ବିଦ୍ୟୁତ୍‌ ବିଭାଗକୁ ଫୋନ କରି ଗାଈଟିକୁ ବାହାର କରି ପୋତି ଦେଇ ଥିଲେ। ପୁଣିଥରେ ଅପରାହ୍ନ ୪ଘଣ୍ଟାରେ ଡମ୍ବୁରୁଧର ସାହୁଙ୍କ ପୁଣି ଏକ ବଳଦ ସେହି ଯାଗାରେ ହିଁ ଖୁଣ୍ଟରେ ଲାଗି ମୃତ୍ୟୁ ହୋଇଥିଲା। 

ଖବର ପାଇ ଗାଈ ମାଲିକ ଆସି କ୍ଷତି ପୂରଣ ଦାବି କରି ଟିକିରି ଥାନାରେ ଏକ ଏତଲା ଦେଇଥିଲେ। ବ୍ୟବଛେଦ ପାଇଁ ପଶୁ ଡାକ୍ତରଙ୍କୁ ଜଣାଇବା ସହ ବିଦ୍ୟୁତ ବିଭାଗର ଖାମଖିଆଲିକୁ ଦାୟୀ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.