କଲମପୁର/କୋକସରା,୧୧/୦୨ : କଳାହାଣ୍ଡି ଜିଲ୍ଲା ଜୟପାଟଣା ମୋଟେର ମୁଖ୍ୟ ରାସ୍ତାର ଦୁଲକିବନ୍ଧ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପୁଲିସ ଉଦ୍ଧାର କରି ଚିକିତ୍ସା ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।
କଲମପୁର ଥାନା ଅନ୍ତର୍ଗତ ଭେଜିଗୁଡା ଗ୍ରାମର ଶକ୍ତି ମାଝୀ, ବିପିନ ମାଝୀ ଏବଂ ବାସୁଦେବ ମାଝୀ ନାମକ ୩ ଯୁବକ ଏକ ବାଇକ୍ ଯୋଗେ ଜୟପାଟଣା ମୋଟେର ମୁଖ୍ୟ ରାସ୍ତା ଦେଇ ନିଜ ଗାଁ କୁ ଫେରୁଥିଲେ। ବିପରିତ ଦିଗରୁ ଆସୁଥିବା ଏକ ହାଇଓ୍ବା ସହ ଧକ୍କା ହେଇଥିଲା। ହାଇଓ୍ବାଟି ବାଇକ୍ ଉପରେ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ଶକ୍ତି ଏବଂ ବିପିନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାସୁଦେବ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା ହାଇଓ୍ବା ଘଟଣା ସ୍ଥଳରୁ ଫେରାର ହେଇଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଦୁର୍ଘଟଣା ଘଟାଇଥିବା ହାଇଓ୍ବା କୁ ଚିହ୍ନଟ ପାଇଁ ଦାବି କରି ମୃତକଙ୍କ ପରିବାର, ସମ୍ପର୍କୀୟ ଏବଂ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ କଲମପୁର ଥାନା ଅଧିକାରୀ ବିଶମ୍ବର କହଁର, ଏସଆଇ ଶିବ ଶଙ୍କର ମହାନ୍ତି, କୁଟୃ ଫାଣ୍ଡି ଅଧିକାରୀ ଅସିତ୍ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବିଭିନ୍ନ ସ୍ଥାନରେ ଲାଗି ଥିବା ସି.ସି କ୍ୟାମେରା ଯାଞ୍ଚ କରି ଦୁର୍ଘଟଣା ଘଟାଇଥିବା ହାଇଓ୍ବାର ସନ୍ଧାନ ପୁଲିସ କରୁଛି।
ଆହୁରି ପଢନ୍ତୁ : ବାରିଙ୍ଗ-ଝିଲିମିଲିଆ ଘାଟିରେ ୨୦ ଫୁଟ ତଳକୁ ଖସିଲା ବସ୍ : ୧୦ ଯାତ୍ରୀ ଆହତ