ପ୍ରମୂଖ ଖବର
  • ବଡମ୍ବା : ପାରିବାରିକ କଳହର କରୁଣ ପରିଣତି . ବିଷ ପିଇ ଶାଶୂ-ବୋହୂ ମୃତ, ପୁଅ ଗୁରୁତର
  • ||
  • ସୁନ୍ଦରଗଡ଼କୁ ବର୍ଷା ପାଇଁ ରେଡ୍ ଆଲର୍ଟ, ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର୍
  • ||
  • କେନ୍ଦୁଝର : ଗଛକୁ ଧକାଦେଇ ଓଲଟିଲା ଆମ୍ବୁଲାନ୍ସ, ୫ଆହତ
  • ||
  • ବିନିକା : ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ୱର : ସମୁଦ୍ରରେ ବୁଡିଲେ ୩ ପର୍ଯ୍ୟଟକ; ଜଣେ ମୃତ, ଜଣେ ନିଖୋଜ, ଜଣେ ଉଦ୍ଧାର
  • ||
  • ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ ଅତି ଜରୁରି ଭାରତ-କାନାଡ଼ା ସମ୍ପର୍କ
  • ||
  • ଫୁଲୁରି ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ଶ୍ରୀଜିଉ, ନବମୀ ଯାଏ ଚାଲିବ ଓଷ ଲାଗି, ଜୋରସୋରରେ ଚାଲିଛି ରଥ କାର୍ଯ୍ୟ
  • ||
  • ଡାଇରିଆ ଅଣାୟତ୍ତ, ହାଇଆଲର୍ଟରେ ସମସ୍ତ ଜିଲ୍ଲା, ୨୯୮ଜଣ ନୂଆ ରୋଗୀ ଚିହ୍ନଟ, ସାମୀକ୍ଷା କଲେ ସିଏସ୍
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ, ବିଜାପୁରରେ ୩ଜଣଙ୍କୁ ହତ୍ୟା, ରାତିରେ ୧୦ ଗ୍ରାମବାସୀଙ୍କୁ ଉଠାଇ ନେଇଥିଲେ
  • ||
  • ଆଗେଇଲା ମୌସୁମୀ... ଆଜି, କାଲି ବଡ଼ ବର୍ଷା, ୨୦ରୁ କମିବ
  • ||
  • ଗଞ୍ଜାମ : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ ହତ୍ୟା କଲା ନୃଶଂସ ସ୍ତ୍ରୀ
  • ||
  • ଗୋପାଳପୁର ଗଣଦୁଷ୍କର୍ମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||

ମାଲକାନଗିରିର ଗର୍ବ, ଜାତୀୟ ଜୁଡୋ ଚମ୍ପିୟାନ ସିପରେ ଭାଗ ନେବେ ସ୍ୱାଭିମାନ ଅଞ୍ଚଳର ଦୁଇ ଦିବ୍ୟାଙ୍ଗ ବାଳକ; ସଫଳତା କାମନା କଲେ ଜିଲ୍ଲାପାଳ

Published By : Bijay Swain | June 18, 2025 8:03 PM

ମାଲକାନଗିରି, ୧୮/୬ (ଆପ୍ର): ମାଲକାନଗିରି ଜିଲ୍ଲାର ଗୌରବ ବଢ଼ାଇବାକୁ ଯାଉଛନ୍ତି ସ୍ୱାଭିମାନ ଅଞ୍ଚଳର ଦୁଇ ଶ୍ରବଣ ଓ ବୋଧନ ଶକ୍ତି ହୀନ ଦିବ୍ୟାଙ୍ଗ ଆଦିବାସୀ ବାଳକ ରୁକୁନାଥ ସିଶା ଓ ରବିନାଥ ଜିଗିଡି। ପଙ୍ଗୁ ଲଙ୍ଗେୟତେ ଗିରି ଭଳି ଏହି ଦୁଇ ଦିବ୍ୟାଙ୍ଗ ବାଳକ ଉତ୍ତରପ୍ରଦେଶ କାନପୁର ଠାରେ ଆୟୋଜିତ ହେଉଥିବା ଜାତୀୟ ଜୁଡୋ ଚାମ୍ପିଅନସିପ ପ୍ରତିଯୋଗିତାରେ ଭାଗ ନେବାପାଇଁ ମନୋନୀତ ହୋଇଛନ୍ତି।

ଏହି ବାଳକ ଦ୍ୱୟ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡପଦର ପଞ୍ଚାୟତ ଅବସ୍ଥିତ ସ୍ୱାଭିମାନ ଅଞ୍ଚଳର ଦୁର୍ଗମ ଇଲାକା ଲାମ୍ବାସିଙ୍ଗ ଆଦିବାସୀ ଗ୍ରାମର ଅଟନ୍ତି। ସେମାନେ ନାୟକଗୁଡ଼ା ସ୍ଥିତ ଈର୍ମବାକା ଦିବ୍ୟାଙ୍ଗ ବିଦ୍ୟାଳୟର ପୂର୍ବତନ ଛାତ୍ର। ଏହି ଦୁଇ ଶ୍ରବଣ ଓ ବୋଧନ ଶକ୍ତି ହୀନ ଯୁବକ ଆସନ୍ତା ୨୦ଜୁନ ରୁ ୨୩ଜୁନ୍ ପର୍ଯ୍ୟନ୍ତ କାନପୁର, ଉତ୍ତରପ୍ରଦେଶରେ ହେବାକୁ ଯାଉଥିବା ରାଷ୍ଟ୍ରୀୟ ବଧିର କ୍ରୀଡା ଚାମ୍ପିୟନ୍‌ସିପ୍‌ ପାଇଁ ମନୋନୀତ ହୋଇଛନ୍ତି। ଖୁସିର କଥା ଯେ ସାରା ଓଡିଶାରୁ ଚାରିଜଣ ଖେଳାଳିଙ୍କ ମଧ୍ୟରେ ମାଲକାନଗିରିର ସର୍ବାଧିକ ଏହି ଦୁଇଜଣ ଖେଳାଳୀ ରହିଛନ୍ତି। 

ଏମାନେ ମାନସିକ ଓ ଶାରୀରିକ ବାଧା ସହିତ ସଂଘର୍ଷ କରି, ଅନନ୍ୟ ପ୍ରତିଭା ଓ ଦୃଢ଼ ସଂକଳ୍ପ ଦ୍ୱାରା ଖେଳ କ୍ଷେତ୍ରରେ ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛନ୍ତି। ମାଲକାନଗିରି ଆଓମା ଗୁରୁକୂଳ ଓ ଜୁଡୋ ଏସୋସିଏସନର ମିଳିତ ପ୍ରୟାସ ଏଵଂ ଜିଲ୍ଲା ପ୍ରଶାସନର ସାହାଯ୍ୟ ଏଵଂ ସହୋଯୋଗ ଦ୍ୱାରା ଏହା ସମ୍ଭବ ହୋଇ ପାରିଛି ବୋଲି ଅନୁଷ୍ଠାନର ମୂଖ୍ୟ ବିକାଶ କୁମାର ମିଶ୍ର ପ୍ରକାଶ କରିଛନ୍ତି।

ବାଳକ ଦ୍ୱୟଙ୍କ ନିକଟରେ ପ୍ରତିଭା ଥିଲେ ମଧ୍ୟ ଏମାନଙ୍କ ପରିବାର ଅତି ଗରିବ ହୋଇଥିବାରୁ ଯାତ୍ରା, ରହଣୀ, ଖାଦ୍ୟ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସମ୍ପୂର୍ଣ୍ଣ ଭାବେ ଅସମର୍ଥ ଥିଲେ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ସେମାନଙ୍କୁ ଜିଲ୍ଲା ରେଡକ୍ରସ୍ ତରଫରୁ ଆବଶ୍ୟକ ସାହାଯ୍ୟ ସହଯୋଗ ପ୍ରଦାନ କରିବା ସହ ସେମାନଙ୍କ ସଫଳତା କାମନା କରିଛନ୍ତି। ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ ମିଶ୍ର, ଆଓମା ଗୁରୁକୁଳର ଅଧକ୍ଷ ରତ୍ନାକର ଦାଶ, ସହକାରୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକରୀ ନିର୍ମଳ ଧାରୁଆ, ଜିଲ୍ଲା କ୍ରୀଡ଼ାଧିକାରୀ ଅଜୟ ମାଣ୍ଡାଙ୍ଗୀ, ଜିଲ୍ଲା ସହକାରି ସାମାଜିକ ସୁରକ୍ଷା ଅଧିକାରୀ ସଶ୍ମିତା ସ୍ୱାଇଁ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ଏପିଡି ହିମାଂଶୁ ମହାରଣା ପ୍ରମୁଖ ଅଧିକାରୀ ଏହି ଦୁଇ ଦିବ୍ୟାଙ୍ଗ ବାଳକଙ୍କ ଯାତ୍ରାର ସଫଳତା କାମନା କରି ଦୁଇ କ୍ରୀଡାବିତଙ୍କୁ ପ୍ରଶଂସା କରିବା ସହିତ ଆହୁରି ଆଗକୁ ଯିବା ପାଇଁ ପ୍ରେରଣା ଦେଇଛନ୍ତି।

ଏହି ଦୁଇ ଖେଳାଳିଙ୍କ ପ୍ରୟାସ କେବଳ ଏକ ବ୍ୟକ୍ତିଗତ ଜିତ ନୁହେଁ, ବରଂ ଏହା ସ୍ୱାଭିମାନ ଅଞ୍ଚଳର ଅନେକ ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ଏକ ପ୍ରେରଣା ହେବା ସହିତ ଜିଲ୍ଲାକୁ କ୍ରୀଡା ମାନଚିତ୍ରରେ ଅନ୍ୟ ଏକ ମାନ୍ୟତା ଦେଇପାରିବ ବୋଲି କହିଛନ୍ତି। ଜିଲ୍ଲା ପ୍ରଶାସନର ସହଯୋଗକୁ ଅଲ ଓଡିଶା ମାର୍ଶାଲ ଆର୍ଟ ଏକାଡେମୀର ମୂଖ୍ୟ ବିନାଶ ମିଶ୍ର ଓ ଅଧକ୍ଷ ଆର.କେ. ଦାଶ ଏବଂ ଆଓମା ଗୁରୁକୁଳ ଜୁଡୋ ଏସୋସିଏସନର ସମସ୍ତ ସଦସ୍ୟ ଜିଲ୍ଲାପ୍ରଶାସନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.