ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଦିଲ୍ଲୀରେ କରୋନାରେ ଦୁଇ ଜଣଙ୍କ ମୃତ୍ୟୁ : ଗମ୍ଭୀର ରୋଗରେ ଥିଲେ ପୀଡିତ, ଏପର୍ଯ୍ୟନ ୨୧ ମୃତ

Published By : Harapriya Biswal | June 29, 2025 7:39 PM

ନୂଆଦିଲ୍ଲୀ,୨୯।୬:  ଦିଲ୍ଲୀରେ ଦୁଇ ଜଣ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ଘଟିଛି। ଦୁହେଁ ପୂର୍ବରୁ ହସ୍ପିଟାଲରେ ଅନ୍ୟ ଗୁରୁତର ରୋଗ ପାଇଁ ଚିକିତ୍ସାଧୀନ ଥିଲେ। ଚିକିତ୍ସା ସମୟରେ ସଂକ୍ରମିତ ହେବା ପରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଶନିବାର ଦିଲ୍ଲୀରେ ଜଣେ ୭୩ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ପୂର୍ବରୁ ମେଟାଷ୍ଟାଟିକ୍ ଫୁସଫୁସ କର୍ସିନୋମା, ଆକ୍ୟୁଟ ରେସପାରଟରୀ ଡିଷ୍ଟେ୍ରସ୍ ସିଣ୍ଡ୍ରୋମ, ବି/ଏଲ  ନିମୋନିଆ, ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ। ସେଭଳି ଦ୍ୱିତୀୟ ରୋଗୀ ଜଣକ ଥିଲେ ଜଣେ ୭୬ ବର୍ଷୀୟ ବ୍ୟକ୍ତି। ତାଙ୍କୁ ପୂର୍ବରୁ ସେପ୍ଟିସେମିଆ ସହିତ ସେପ୍ଟିସେମିଆ, ମଲ୍ଟିପଲ୍ ଅର୍ଗାନ ଡିସଫଙ୍କସନ୍ ସିଣ୍ଡ୍ରୋମ, ସିଭିୟର ନିମୋନିଆ, ଡିଏମ୍, ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ସମସ୍ୟା ହୋଇଥିଲା। ଚିକିତ୍ସା ସମୟରେ ଉଭୟଙ୍କୁ କରୋନା ସଂକ୍ରମଣ ହୋଇଥିଲା ଏବଂ ସେମାନଙ୍କ ଅବସ୍ଥା ଗୁରୁତର ହେବା ପରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।

ସୂଚନା ଅନୁଯାୟୀ, ଦିଲ୍ଲୀରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨୬୭। ଏଥିମଧ୍ୟରୁ ଶନିବାର ୪୪ ଜଣ ନୂତନ ରୋଗୀ ମିଳିଛନ୍ତି। ଜାନୁଆରୀ ୧ ତାରିଖରୁ ଦିଲ୍ଲୀରେ ୩୫୩୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିମଧ୍ୟରୁ ଶନିବାର ୫୯ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ଦିଲ୍ଲୀରେ କରୋନା ଯୋଗୁଁ ୨୧ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଡାକ୍ତରମାନେ କହିଛନ୍ତି ଯେ କିଛି ସମୟ ଧରି ଦିଲ୍ଲୀରେ କରୋନା ରୋଗୀ ଦ୍ରୁତ ଗତିରେ ସୁସ୍ଥ ହେଉଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.