ମାଲକାନଗିରି,୧୯/୧୨ (ରତ୍ନାକର ଦାଶ ) ପ୍ରେମ ମାନେନା ଜାତି ଗୋତ୍ର, ଦରକାର ପଡ଼େ ନା ଧନ ଦୌଲତ, ଭଲ ପାଇବା ହିଁ ହୋଇ ଯାଇଥାଏ ସର୍ବସ୍ୱ। ଏମିତି ଏକ ଘଟଣା ଦେଖିବା କୁ ମିଳିଛି ମାଲକାନଗିରି ଜିଲ୍ଲା ଏମଭି ୨୬ ଗ୍ରାମ ରେ । ପ୍ରେମିକା ଙ୍କ ଘର ନିକଟସ୍ଥ ରଖେଲଗୁଡା ଗ୍ରାମ ଓ ପ୍ରେମିକ ଙ୍କ ଗ୍ରାମ ଏମଭି୨୬ ଗ୍ରାମ, ଜଣେ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ଅନ୍ୟଜଣେ ବଙ୍ଗୀୟ ସମ୍ପ୍ରଦାୟର। ପ୍ରେମୀ ଯୁଗଳଙ୍କୁ ବିଚ୍ଛେଦ କରିପାରିନାହିଁ ଦୁଇ ସମ୍ପ୍ରଦାୟଙ୍କ ହିଂସା। ପୋଡିଗଲା ଘର, ସର୍ବହାର ହେଲେ ପରିବାର ହେଲେ ସେମାନଙ୍କ ପ୍ରେମ ରହିଛି ଚିରନ୍ତନ ଓ ଅମର।
ଉଭୟ ଅଲଗା ଅଲଗା ସମ୍ପ୍ରଦାୟ ର ହୋଇଥିଲେ ମଧ୍ୟ ପ୍ରେମରୁ ଆରମ୍ଭ ହୋଇଥିଲା ସେମାନଙ୍କ ଜୀବନ । ପୁଅ ଓ ଝିଅ ଦୁଇଜଣ ଭିନ୍ନ ଭିନ୍ନ ଜାତିର ହୋଇଥିବାରୁ ଦୁଇ ପରିବାର ଙ୍କ ମଧ୍ୟରେ ଉଠିଥିଲା ଝଡ଼, ହେଲେ ଦୁଇ ପ୍ରେମୀ ଯୁଗଳଙ୍କ ପ୍ରେମରେ ଆସି ଯାଇଥିଲା ଦୁଇ ସମ୍ପ୍ରଦାୟଙ୍କ ମଧ୍ୟ ରେ ବନ୍ଧୁତ୍ୱ। ଇତି ମଧ୍ୟରେ ଦୀର୍ଘ ୩୦ ବର୍ଷ ବିତିଯାଇଛି, ହେଲେ ସେ ପ୍ରେମ ସେମିତି ନିରନ୍ତର ହୋଇ ରହିଛି। ହେଲେ ନିକଟରେ ଦୁଇ ଗାଁ ମଧ୍ୟରେ ଜମି ଭାଗ ଚାଷକୁ ନେଇ ହତ୍ୟା ଓ ଘରପୋଡି ପରି ସମସ୍ୟା ସୃଷ୍ଟି ହୋଇଛି, ଏହି ହିଂସାର ନିଆଁରେ ଜଳି ପୋଡି ପାଉଁଶ ହୋଇଗଲା ପ୍ରେମି ଯୁଗଳ ଙ୍କ ଘର, ସର୍ବ ହରା ହୋଇଗଲେ ଏହି ପରିବାର ହେଲେ ପ୍ରେମ ଆଗରେ ବଳୀ ପଡିଗଲା ହିଂସା।ବିଚ୍ଛେଦ କରି ପାରିଲା ନାହିଁ ପ୍ରେମି ଯୁଗଳଙ୍କୁ।
ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକସ୍ଥ ରାଖାଲଗୁଡା ଗ୍ରାମର ଜଣେ ଆଦିବାସୀ ମହିଳା ଙ୍କୁ ନିର୍ମମ ହତ୍ୟା ପରେ ଆଦିବାସି ଲୋକେ ଏମ.ଭି.୨୬ ବଙ୍ଗୀୟ ଗାଁ ଉପରେ ଆକ୍ରମଣ କରି ଘର ଭାଙ୍ଗିବା ସହିତ ଘର ପୋଡି ଦେଇଥିଲେ,ଏହି ହିଂସାର ନିଆଁ ଭିତରେ ଏହି ପ୍ରେମି ଯୁଗଳ ଞ୍ଜ ଘର ମଧ୍ୟ ପୋଡି ପାଉଁଶ ହୋଇଛି। ଏହି ପ୍ରେମୀ ଯୁଗଳ ଙ୍କ ମଧ୍ୟରୁ ପ୍ରେମିକା ରାଖାଲଗୁଡା ଗାଁର ଆଦିବାସି ସଂପ୍ରଦାୟର ହୋଇଥିବା ବେଳେ ଆଉ ପ୍ରେମିକ ଏମ.ଭି.୨୬ ଗାଁର ବଙ୍ଗୀୟ ସଂପ୍ରଦାୟର । ମାଲକାନଗିରୀ ଜିଲ୍ଲା ରାଖାଲଗୁଡା ଗ୍ରାମର କୋୟା ଆଦିବାସି ସଂପ୍ରଦାୟର ଇରମା ପଡିଆମିଙ୍କ ଝିଅ ଭିମେ ପଡିଆମି ଗତ ୩୦ ବର୍ଷ ତଳେ ଏମ.ଭି.୨୬ ଗ୍ରାମର ସୁରେନ ହାୱାଲାଦାରଙ୍କୁ ଭଲ ପାଇ ପ୍ରେମ ବିବାହ କରିଥିଲେ । ଉଭୟ ଭିନ୍ନ ଭିନ୍ନ ସଂପ୍ରଦାୟର ହୋଇଥିବାରୁ ପ୍ରଥମେ ଏହାକୁ ନେଇ ବିବାଦ ହୋଇଥିଲା ହେଲେ ପରେ ଉଭୟ ଗାଁ ଲୋକେ ମିଶି ଏହାର ସମାଧାନ କରିବା ସହ ୫୦ ହଜାର ଟଙ୍କା ଖର୍ଚ୍ଚ କରି ଆଦିବାସି ଓ ବଙ୍ଗାଳି ଲୋକେ ଏକତ୍ରିତ ହୋଇ ଭୋଜି ଭାତ ମଧ୍ୟ କରିଥିଲେ । ଏହା ପର ଠାରୁ ସେମାନଙ୍କ ସଂସାର ବେଶ ଭଲରେ ଚାଲିଥିଲା । ଝିଅଟି ଆଦିବାସି ସଂପ୍ରଦାୟର ହୋଇଥିଲେ ହେଁ ବଙ୍ଗୀୟ ଶାଶୁ ଘର ଲୋକେ ଏହାକୁ ଗ୍ରହଣ କରି ନେଇଥିଲେ । ହେଲେ ଗତ ୭ ତାରିଖ ଦିନ ଏକ ହତ୍ୟା କାଣ୍ଡକୁ ନେଇ ରାଖାଲଗୁଡା ଗ୍ରାମର ଆଦିବାସି ଲୋକେ ଏମ.ଭି.୨୬ ଗାଁ ଉପରେ ଆକ୍ରମଣ କରିଥିବା ବେଳେ ଘର ଦ୍ବାର ଯାନ ବାହାନ ସବୁ କିଛି ନିଆଁ ଲଗାଇ ପାଉଁଶ କରି ଦେଇଛନ୍ତି । ହିଂସାର ନିଆଁରୁ ବର୍ତ୍ତୀ ପାରିନାହାନ୍ତି ଭିମେ ପଡିଆମି ଓରଫ ନମିତାଙ୍କ ପରିବାର ।