ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଅଗ୍ନିଶମକୁ ମିିଳିବ ଦୁଇଟି ଅତ୍ୟାଧୁନିକ ଏମ୍‌ସିଭି ବସ୍‌, ଗୋଟିଏ ଉପକୂଳ ଓ ଅନ୍ୟଟି ପଶ୍ଚିମାଞ୍ଚଳରେ ରହିବ

Published By : Prameya | April 23, 2025 9:26 AM

ଭୁବନେଶ୍ୱର, ୨୩/୦୪: ରାଜ୍ୟ ସରକାର ଅଗ୍ନିଶମ ବିଭାଗକୁ ଅଧିକରୁ ଅଧିକ ମଜଭୁତ କରିବାକୁ  ଲାଗି ପଡ଼ିଛନ୍ତି । ଜରୁରିକାଳୀନ ପ୍ରତିକ୍ରିୟା ଭିତ୍ତିଭୂମିକୁ  ବୃଦ୍ଧି କରିବା ପାଇଁ ସରକାର ଦୁଇଟି ସ୍ୱତନ୍ତ୍ର ବସ୍‌  କିଣିଛନ୍ତି । ଉକ୍ତ ୨ଟି ବସ୍‌ର ନାଁ ହେଲା ମୋବାଇଲ୍‌ କମାଣ୍ଡ ଭେଇକିଲ୍‌ (ଏମ୍‌ସିଭି) । ସରଳ ଭାବରେ ଏହାକୁ  ଚଳନ୍ତା କାର୍ଯ୍ୟାଳୟ’ କହିଲେ ଅତ୍ୟୁକ୍ତି ହେବନାହିଁ ।  ଯାହା ବଡ଼ ଧରଣର ଅଗ୍ନିକାଣ୍ଡ, ଟ୍ରେନ୍‌ ଦୁର୍ଘଟଣା ଏବଂ  ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୋବାଇଲ୍‌ କମାଣ୍ଡ  ସେଣ୍ଟର ଭାବରେ କାର୍ଯ୍ୟ କରିବ । ସେହି ହିସାବରେ  ଏହି ଗାଡି ୨ଟିକୁ ଡିଜାଇନ୍‌ କରାଯାଇଛି ।  

ରାଜ୍ୟ ଅଗ୍ନିଶମ ଏବଂ ଜରୁରିକାଳୀନ ସେବା  ନିର୍ଦ୍ଦେଶାଳୟ ଏହି ୨ଟି ଉନ୍ନତ ଏମ୍‌ସିଭି ପାଇଛି ।  ଗୋଟିଏ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଏବଂ ଅନ୍ୟଟି  ପଶ୍ଚିମାଞ୍ଚଳ ପାଇଁ । ଯାହାକୁ ଖୁବ୍‌ ଶୀଘ୍ର ମୁଖ୍ୟମନ୍ତ୍ରୀ  ଉଦ୍‌ଘାଟନ କରିବେ । ଏହି ୟୁନିଟ୍‌ ଗୁଡ଼ିକ ବିପର୍ଯ୍ୟୟ  ସ୍ଥାନରୁ ସିଧାସଳଖ ଉଦ୍ଧାର କାର୍ଯ୍ୟ ପରିଚାଳନା  କରିବାକୁ ସକ୍ଷମ ହେବା ସହ ପୁନଃ-ପ୍ରତିକ୍ରିୟା ଦକ୍ଷତା  ବୃଦ୍ଧି କରିବ । ଏଥିରେ ଭିଡିଓ କନଫରେନ୍ସିଂ ସିଷ୍ଟମ,  ଅତ୍ୟାଧୁନିକ ଯୋଗାଯୋଗ ଉପକରଣ ଏବଂ ରିଅଲ୍‌ ଟାଇମ୍‌ ଡାଟା ପ୍ରକ୍ରିୟାକରଣ ୟୁନିଟ୍‌ ସମେତ ଅନେକ  ପ୍ରଯୁକ୍ତିବିଦ୍ୟା ରହିଛି ।  

ଏହି ଗାଡ଼ି ଗ୍ରାଉଣ୍ଡ ଅପଡେଟ୍‌ ଉପରେ ଆଧାରିତ ନିଷ୍ପତ୍ତିକୁ ସହଜ କରିବା ସହିତ ବିଭିନ୍ନ ଏଜେନ୍ସି  ସହିତ ନିରନ୍ତର ଯୋଗାଯୋଗ ସୁନିଶ୍ଚିତ କରିପାରିବ ।  ଆଧୁନିକ ଯୋଗାଯୋଗ ଉପକରଣ, ସାଟେଲାଇଟ୍‌  ଫୋନ୍‌, ଇଣ୍ଟରନେଟ୍‌ ସଂଯୋଗ, କମ୍ପ୍ୟୁଟର ଏବଂ  ପ୍ରିଣ୍ଟର ବି ଗାଡ଼ିରେ ରହିଛି । ସେଗୁଡ଼ିକରେ ରିଅଲ୍‌ ଟାଇମ୍‌ ପରିସ୍ଥିତି ମନିଟରିଂ ପାଇଁ ସିସିଟିଭି କ୍ୟାମେରା,  ଡ୍ରୋନ୍‌ ସହିତ ଡିସପ୍ଲେ ସ୍କ୍ରିନ୍‌ ବ୍ୟବସ୍ଥା କରାଯାଇଛି । ଖାଲି ସେତିକି ନୁହେଁ, ମିନି କନ୍‌ଫରେନ୍ସ ରୁମ୍‌, ବରିଷ୍ଠ  ଅଧିକାରୀଙ୍କ ପାଇଁ ଏକ ଛୋଟ ଅଫିସ୍‌ କକ୍ଷ, ବାଥରୁମ୍‌  ଓ ମିନି କିଚେନ୍‌ ବ୍ୟବସ୍ଥା ରହିଛି ।  

ଏହି ଗାଡ଼ି କେମିତି ଡିଜାଇନ୍‌ ହେବ ତାହା  ଅଗ୍ନିଶମର ବରିଷ୍ଠ ଅଧିକାରୀମାନେ ନିଷ୍ପତ୍ତି  ନେଇଥିଲେ । ଦୁଇଟି ଗାଡ଼ି ବରିଷ୍ଠ ଅଧିକାରୀ ଏବଂ ବୈଷୟିକ ବିଶେଷଜ୍ଞଙ୍କ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟକ୍ଷେତ୍ର ହେବ । ଜରୁରିକାଳୀନ ପରିସ୍ଥିତିରେ ପ୍ରତ୍ୟେକ ମିନିଟ୍‌ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ସରକାର ଏହି ଗାଡ଼ିର  ବ୍ୟବସ୍ଥା କରିଛନ୍ତି । ଏହି ଗାଡି ସେନା,ଏନ୍‌ଏସ୍‌ଜି  ଏବଂ ବିଭିନ୍ନ ରାଜ୍ୟ ପୁଲିସ୍‌ ବାହିନୀ ପ୍ରମୁଖ କାର୍ଯ୍ୟ  ସମନ୍ୱୟ କ୍ଷେତ୍ରରେ ବ୍ୟବହାର ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.