ଭୋପାଳ,୨୪।୨: ମଧ୍ୟ ପ୍ରଦେଶରେ ଭୋପାଳରେ ଦୁଇ ଭଉଣୀଙ୍କ ‘ଡର୍ଟି ନେଟଓ୍ବର୍କ’ର ପର୍ଦଫାଶ। ଚାକିରୀ ଲୋଭ ଦେଖାଇ ଝିଅଙ୍କୁ ଫଶାଉଥିଲେ। ତା ପରେ ନିଜର ବୟଫ୍ରେଣ୍ଡ କିମ୍ବା ବନ୍ଧୁଙ୍କ ସହ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। କେବଳ ସେତିକି ନୁହେଁ, ବଦନାମ କରିବାର ଭୟ ଦେଖାଇ କରୁଥିଲେ ବ୍ଳାକମେଲିଂ। ପୀଡିତାଙ୍କୁ ବୁର୍କା ପିନ୍ଧାଇ ଧର୍ମ ପରିବର୍ତ୍ତନ କରିବାକୁ ମଧ୍ୟ ଚାପ ପକାଉଥିଲେ ଦୁଇ ଭଉଣୀ। ପୁଲିସ ନିକଟରେ ଅଭିଯୋଗ ପରେ ଏବେ ତାଙ୍କୁ ଗିରଫ କରାଯାଇଛି।
ଭୋପାଳ ପୁଲିସ ପୀଡିତାଙ୍କ ଅଭିଯୋଗ ଆଧାରରେ ଦୁଇ ଭଉଣୀଙ୍କ ସହ ୬ ଜଣଙ୍କ ବିରୋଧରେ ଧର୍ମ ପରିବର୍ତ୍ତନ ଏବଂ ଦୁଷ୍କର୍ମ ମାମଲା ରୁଜୁ କରିଛି। ସେଭଳି ପୁଲିସ ଏପର୍ଯ୍ୟନ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଅମରିନ୍ ଓରଫ୍ ମାହିରା,ଆଫରିନ୍ ଓ ଚନ୍ଦନ ଯାଦବ। ସେଭଳି ବିଲାଲ,ଚାନୁ ଓ ୟାସିରର ତଲାସୀ ନିଆଯାଉଛି। ଦୁଇ ଭଉଣୀ ପୀଡିତାଙ୍କୁ ମୁମ୍ବାଇ ଓ ଅହମ୍ମଦାବାଦ ପଠାଉଥିଲେ।
ସେଭଳି ଭୋପାଳରେ ଏହି ନେଟଓ୍ବର୍କର ଖୁଲାସା ପରେ ସୃଷ୍ଟି ହୋଇଛି ହଇଚଇ। ପୁଲିସ ଟିମ୍ ମାମଲାକୁ ଗୁରୁତର ଭାବରେ ନେଇ ତଦନ୍ତ ଆରମ୍ଭ କରିଛି। ଜଣେ ଅଭିଯୁକ୍ତକୁ ତା’ର ଅଫିସରୁ ପୁଲିସ ଉଠାଇ ନେଇଥିଲା। ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରି ପୁଲିସ ତାଙ୍କୁ ରିମାଣ୍ଡରେ ନେଇଛି। ଏହାପରେ ପଚରା ଉଚରା କରିବ। ପୀଡିତା ଛତିଶଗଡର ବୋଲି ଜଣାପଡିଛି। ସେ ବିୟୁଟିସିଆନ୍ ଭାବରେ କାମ କରୁଥିଲେ। ଭୋପାଳରେ ଥିବା ବେଳେ ପୀଡିତାଙ୍କ ସଂସ୍ପର୍ଶରେ ଆସିଥିଲେ ଦୁଇ ଅଭିଯୁକ୍ତ ଭଉଣୀ।
ଏହି ପୁରା ନେଟୱାର୍କର ମାଷ୍ଟରମାଇଣ୍ଡ ହେଉଛି ଅମରିନ୍ ଖାନ। ସେ ବର୍ତ୍ତମାନ ପୋଲିସ ରିମାଣ୍ଡରେ ଅଛି। ପୀଡିତା ପ୍ରଥମେ ଅମରିନ୍ ସହିତ ସମ୍ପର୍କରେ ଆସିଥିଲେ। ସେ ତାଙ୍କ ପିଲାର ଯତ୍ନ ନେବା ପାଇଁ ତାଙ୍କୁ ନିଯୁକ୍ତି ଦେଇଥିଲେ। ଏହା ପରେ, ସେ ତାଙ୍କୁ ଏହି ଜାଲ ଭିତରକୁ ଠେଲି ଦେଇଥିଲେ। ଅଭିଯୋଗ ହୋଇଛି ଯେ ଅମରିନ୍ ସମାନ ଭାବରେ ଅନ୍ୟ ଅନେକ ଯୁବତୀଙ୍କୁ ଫସାଇଛି, ଏବଂ ସେମାନଙ୍କୁ ଅନ୍ୟ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଛି। ଏପର୍ଯ୍ୟନ୍ତ କେବଳ ଜଣେ ମହିଳା ପୋଲିସରେ ଅଭିଯୋଗ କରିଛନ୍ତି। ସେ ଆହୁରି କେତେ ହିନ୍ଦୁ ମହିଳାଙ୍କୁ ଟାର୍ଗେଟ କରିଛନ୍ତି ତାହା ଭୋପାଳ ପୋଲିସ ତଦନ୍ତ କରୁଛି।
ପୀଡିତା ଦାବି କରନ୍ତି ଯେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଛି ଏବଂ ତାଙ୍କର ଦୁଇଟି ପିଲା ଅଛନ୍ତି। ସେ ପୂର୍ବରୁ କ୍ୟାଟରିଂରେ କାମ କରୁଥିଲେ। ସେ ଅମ୍ରିନଙ୍କୁ ଆଶିମା ମଲରେ ଭେଟିଥିଲେ। ସେ ତାଙ୍କୁ ମାସିକ ୧୦,୦୦୦ ଟଙ୍କାରେ ପିଲାମାନଙ୍କର ଦେଖାଶୁଣା କରିବା ପାଇଁ ନିଯୁକ୍ତି ଦେଇଥିଲେ। ତା'ପରେ ସେ ତାଙ୍କୁ ଅଶୋକା ଗାର୍ଡେନରେ ଥିବା ତାଙ୍କ ଘରକୁ ନେଇଯାଇଥିଲେ। ପରେ, ସେ ତାଙ୍କୁ ସାଗର ରୟାଲ ଭିଲାସରେ ଥିବା ତାଙ୍କ ଘରକୁ ଆଣିଥିଲେ। ଅମ୍ରିନ ସେଠାରେ ତାଙ୍କ ପ୍ରେମିକ ଚନ୍ଦନଙ୍କ ସହିତ ରହୁଥିଲେ। ଚନ୍ଦନ ତାଙ୍କୁ ନାରାୟଣ ନଗରରେ ଥିବା ସେମାନଙ୍କ ଘରେ ଦୁଷ୍କର୍ମ କରିଥିଲା।
ପୀଡିତାଙ୍କୁ ଅଭିଯୁକ୍ତମାନେ ଅହମ୍ମଦାବାଦ ନେଇ ମଧ୍ୟ ଦୁଷ୍କର୍ମ କରିଥିଲେ। ପୀଡିତା କହିଛନ୍ତି ସେମାନେ ତାଙ୍କୁ ମୁସଲିମ ପାର୍ଟିଗୁଡ଼ିକୁ ନେଇ ଦୁଷ୍କର୍ମ କରିଛନ୍ତି। ସେମାନେ ତାଙ୍କୁ ବଦନାମ କରିବାକୁ ଧମକ ଦେଇ ଫଟୋ ଏବଂ ଭିଡିଓ ମଧ୍ୟ କରୁଥିଲେ କରୁଥିଲେ। ଏମାନେ ଅନେକ ଯୁବତୀଙ୍କୁ ମଧ୍ୟ ଫସାଇଛନ୍ତି। ପୀଡିତା କହିଛନ୍ତି , ଆମରିନ୍, ଆଫ୍ରିନ୍ ଏବଂ ଚାନୁ ତାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାପ ପକାଇଥିଲେ। ସେମାନେ ତାଙ୍କୁ ବୁର୍ଖା ପିନ୍ଧିବାକୁ ମଧ୍ୟ ବାଧ୍ୟ କରିଥିଲେ। ଚନ୍ଦନ ଯାଦବ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ କହିଥିଲା। ସେ କହିଥିଲା ‘ଦେଖ, ମୁଁ ମୁସଲିମ ହୋଇଗଲିଣି। ଏଭଳି ହେଲେ କିଛି ହୁଏ ନାହିଁ।’
ବାଗସେୱାନିଆ ପୁଲିସ ଷ୍ଟେସନର ଭାରପ୍ରାପ୍ତ ଅଧିକାରୀ କହିଛନ୍ତି, ଏହି ମାମଲାର ତଦନ୍ତ କରାଯାଉଛି। ଏକ ଟିମ୍ ଅହମ୍ମଦାବାଦ ମଧ୍ୟ ଯାତ୍ରା କରିବ। କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୀଡିତାଙ୍କୁ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଇଥିଲା। ଜଣେ ପୀଡିତା କହିଛନ୍ତି, ‘ଅମ୍ରିନ୍ ମୋତେ ଭଉଣୀ ବୋଲି କହି ଫାଶରେ ପକାଇଥିଲେ। ନାରାୟଣ ନଗର, ଆବାସ ନଗର ଏବଂ ସାଗର ରୟାଲ ଭିଲାରେ ଆମକୁ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଇଥିଲା । ତାଙ୍କ ମୁସଲିମ ସମ୍ପର୍କୀୟମାନେ ମଧ୍ୟ ଆମକୁ ଛାଡୁ ନଥିଲେ।’