ନୂଆଦିଲ୍ଲୀ,୨୯।୧୨: ଆଇପିଏଲ ସଂସ୍ଥାପକ ଓ ଦୁର୍ନୀତି ଅଭିଯୁକ୍ତ ଲଳିତ ମୋଦି ଭାରତ ସରକାରଙ୍କୁ କ୍ଷମା ମାଗିଛନ୍ତି। ନିକଟରେ ସେ ଲଣ୍ଡନର ଏକ ପାର୍ଟିର ଭିଡିଓ ସେୟାର କରିଥିଲେ। ଏଥିରେ ସେ କିଙ୍ଗଫିସର ଏୟାରଲାଇନ୍ସ ଋଣ ଠକେଇ ଓ ମନିଲଣ୍ଡରିଂ ମାମଲାରେ ପଳାତକ ବିଜୟ ମାଲ୍ୟାଙ୍କ ସହ ଦେଖିବାକୁ ମିଳିଥିଲେ। ଭିଡିଓରେ ସେ ନିଜେ ଦୁହିଁଙ୍କ ଯୋଡିକୁ ‘ସବୁଠାରୁ ବଡ଼ ପଳାତକ’ ବୋଲି କହିଥିଲେ।ଚାରିଆଡୁ ସମାଲୋଚନା ପରେ ଏବେ ଲଳିତ ମୋଦି କ୍ଷମା ମାଗଛନ୍ତି। ଏନେଇ ସେ ଏକ୍ସରେ ମଧ୍ୟ ପୋଷ୍ଟ କରିଛନ୍ତି। ସେ କୌଣସି କାରଣ ବିଷୟରେ ଉଲ୍ଲେଖ କରି ନାହାଁନ୍ତି। ତେବେ କୁହାଯାଉଛି ଯେ,ଏହି ଭିଡିଓ ସମ୍ପର୍କରେ ହୁଏତ ସେ କ୍ଷମା ମାଗିଛନ୍ତି।
I apologise if I have hurt anyone feelings especially the Indian Government who I have the highest respect and regard for. The statement was misconstrued and was never intended to be as played out. Once again my deepest apologies
— Lalit Kumar Modi (@LalitKModi) December 29, 2025
ଲଳିତ ମୋଦି କହିଛନ୍ତି,ଯଦି ମୋ କଥା କାହାକୁ କଷ୍ଟ ଦେଉଛି ତେବେ ଏଥିପାଇଁ ମୁଁ କ୍ଷମା ମାଗୁଛି। ବିଶେଷ ଭାବରେ ଭାରତ ସରକାରଙ୍କୁ କ୍ଷମା ମାଗୁଛି, କାରଣ ସରକାରଙ୍କ ପ୍ରତି ମୋ ମନରେ ବହୁତ ସମ୍ମାନ ରହିଛି। ସେ କହିଛନ୍ତି, ମୁଁ କୌଣସି ଉଦେଶ୍ୟ ରଖି ଏହି ଭିଡିଓ ପୋଷ୍ଟ କରିନି। ମୁଁ ପୁଣିଥରେ ହୃଦୟରୁ କ୍ଷମା ମାଗୁଛି। ଲଳିତ ମୋଦି ଲଣ୍ଡନରେ ବିଜୟ ମାଲ୍ୟାଙ୍କ ୭୦ ତମ ଜନ୍ମଦିନ ପାର୍ଟିରେ ସାମିଲ ହୋଇଥିଲେ। ଭିଡିଓରେ ଲଳିତ ମୋଦିଙ୍କୁ ଏହା କହୁଥିବାର ଶୁଣିବାକୁ ମିଳୁଛି ଯେ, ଆମେ ଦୁହେଁ ପଳାତକ, ଭାରତର ସବୁଠାରୁ ବଡ଼ ପଳାତକ।’ ଏହି ଭିଡିଓର କ୍ୟାପସନ୍ ରହିଛି ‘ଚାଲନ୍ତୁ ଭାରତର ଇଣ୍ଟରନେଟ୍ରେ ପୁଣିଥରେ ଧମାଲ କରିବା। ମୋର ବନ୍ଧୁ ବିଜୟ ମାଲ୍ୟାଙ୍କୁ ଜନ୍ମଦିନର ହାର୍ଦ୍ଧିକ ଶୁଭେଚ୍ଛା।’
ଏହି ଭିଡିଓ ଭାଇରାଲ ପରେ ସୋସିଆଲ୍ ମିଡିଆରେ ସରକାରଙ୍କୁ ନାନା କଟାକ୍ଷ ଓ କଡ଼ା ସମାଲୋଚିତ ହେବାକୁ ପଡିଥିଳେ। ଶେଷରେ ଭିଡିଓ ସମ୍ପର୍କରେ ଭାରତ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା। ସରକାର ଲଳିତ ମୋଦି ଓ ବିଜୟ ମାଲ୍ୟାଙ୍କୁ ଫେରାଇ ଆଣିବାକୁ ଦୃଢ଼ି ପ୍ରତିଶ୍ରୁତି ବଦ୍ଧ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଥିଲା। ବିଭିନ୍ନ କ୍ଷେତ୍ରରେ ଜଟିଳ ଆଇନଗତ ପ୍ରକ୍ରିୟା ଯୋଗୁ ଦୁହିଁଙ୍କୁ ପ୍ରତ୍ୟର୍ପଣ କରିବାରେ ବିଳମ୍ବ ହେଉଛି ବୋଲି ମନ୍ତ୍ରଣାଳୟ କହିଥିଲା। ସରକାରଙ୍କ ପକ୍ଷରୁ ଏଭଳି ପ୍ରତିକ୍ରିୟା ପରେ ଏବେ କ୍ଷମା ମାଗିଛନ୍ତି ଲଳିତ ମୋଦି।
ଆହୁରି ପଢନ୍ତୁ :ଜମ୍ମୁ ରିଙ୍ଗ ରୋଡ୍ରେ ବଡ଼ ଧରଣର ସଡକ ଦୁର୍ଘଟଣା: ରାସ୍ତା କଡରେ କ୍ରେନ୍ ସହ ମାଡ଼ ହେଲା ବସ୍, ୫୦ ଆହତ