ଫିରିଙ୍ଗିଆ, ୧୦/୭ : ବର୍ଷା ହେଲେ ଯାତାୟତରେ ବାଧା ସୃଷ୍ଟି ହୋଇଥାଏ । ଯୋଗାଯୋଗ ବିଛିନ୍ନ ହୋଇଯାଇଥାଏ । ଏଭଳି କି ବିଦ୍ୟାଳୟଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ । ପ୍ରତ୍ୟେକ କାର୍ଯ୍ୟ ପାଇଁ କାଠ ପୋଲ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ପୋଲ ଭାସି ଗଲେ କଥା ସରିଲା । ଏଭଳି ଏକ ଦୃଶ୍ୟ ନଜରକୁ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ।
ସୂଚନା ଅନୁସାରେ, ଲୁଇସିଂ ପଞ୍ଚାୟତର ୨ଟି ଗାଁର ଲୋକ ସଂଖ୍ୟା ପ୍ରାୟତଃ ୫୦ଘରରୁ ଅଧିକ । ଲୋକଙ୍କ ପାଇଁ ବର୍ତ୍ତମାନ ଯାତାୟତରେ ବାଧକ ସାଜିଛି ବାଡିଙ୍ଗକୁଟି ନାଳ । ବର୍ଷା ଦିନ ଆସିଲେ ଏମାନଙ୍କ ପାଇଁ କାଠ ପୋଲ ଭରସା ଥିଲା । ମାତ୍ର ପୋଲ ଭାସି ଗଲେ ଏମାନଙ୍କ ପାଇଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥାଏ । ଯାହାଦ୍ବାରା ବିଦ୍ୟାଳୟ, ଅଙ୍ଗନୱାଡି, ମେଡ଼ିକାଲ ଏମିତି କି ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ପାଇଁ ଯିବାକୁ ମଧ୍ୟ ନାହିଁ ନ ଥିବା ଅସୁବିଧା ଭୋଗିବାକୁ ପଡ଼ିଥାଏ । ବାଡିଙ୍ଗ୍କୁଟି ନାଳ ଯାତାୟତ ପାଇଁ ବାଧକ ସାଜିଛି । ଏହି ନାଳ ରାଇଗୁଡା, ଝିଡିଙ୍ଗିପଡା ଲୁଇସିଂ ପଞ୍ଚାୟତଠାରୁ ପାଦେରିପଡା ଦେଇ ଯାଇଥିବା ରାସ୍ତା ମଝିରେ ପଡୁଛି । ଏହି ନାଳରେ ପ୍ରତିବର୍ଷ ଲୋକେ କାଠ ପୋଲ କରି କିମ୍ବା କାଠକୁ ଗଛ ସହ ଯୋଡ଼ି ବିପଦପୂର୍ଣ୍ଣ ଭାବେ ଯାତାୟତ କରିଥାନ୍ତି l
ପ୍ରତିବର୍ଷ ବର୍ଷାରେ ଧୋଇ ହୋଇଯାଏ ପୁଣି ନିଜ ଖର୍ଚ୍ଚରେ କାଠ ଆଣି ପୋଲ ନିର୍ମାଣ କରି ବିଦ୍ୟାଳୟଠାରୁ ପଞ୍ଚାୟତ କାର୍ଯ୍ୟାଳୟ ଏମିତି କି ପ୍ରତ୍ୟେକ କାର୍ଯ୍ୟ ପାଇଁ କାଠ ପୋଲ ଉପରେ ନିର୍ଭର କରିବାକୁ ପଡ଼ିଥାଏ l ବର୍ତ୍ତମାନ କିଛି ଦିନ ହେବ ବର୍ଷା ଲାଗି ରହିଥିବାରୁ ପାଦେରୀପଡା, ଝିଡିଙ୍ଗପଡା ନାଳରେ ପ୍ରବଳ ବର୍ଷା ପାଣି ଯାଉଥିବାରୁ ବିପଦପୂର୍ଣ୍ଣ ଭାବେ ୨ଟି ଗାଁର ଲୋକେ ଯାତାୟତ ପାଇଁ ବହୁ ଅସୁବିଧା ସମସ୍ୟା ହେଉଛନ୍ତି l ଏହି ଝିଡିଙ୍ଗିପଡା ଓ ପାଦେରୀପଡା ନାଳରେ ଯାତାୟତ ସୁବିଧା ପାଇଁ ପୋଲ ନିର୍ମାଣ କରିବାକୁ ରାଜିବ ଦିଗାଲ, ସନ୍ତୋଷ କହଁର, ରବିନ୍ଦ୍ର ଦିଗାଲ, ନକୁଳ କହଁର, ନନ୍ଦ କହଁର, ଗିରିଧାରୀ କହଁର, ଲଲିତା କହଁର, ସୁମିତ୍ରା କହଁର, ଶିବାନୀ କହଁର, ସାମନ୍ତ କହଁରଙ୍କ ସହ ସମୂହ ଅଞ୍ଚଳବାସୀ ଦାବି କରିଛନ୍ତି l