ନୂଆଦିଲ୍ଲୀ,୧/୨ : ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଉଛି ସୁପର-୬ ମୁକାବିଲା । ଅଣ୍ଡ-୧୯ ବିଶ୍ବକପ ସମୟରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ସାମ୍ନା ସାମ୍ନି ହେଉଥିବାବେଳେ ମୋବାଇଲ ବ୍ୟବହାର କରିଥିଲେ ପାକିସ୍ତାନ ଦଳର ମେଣ୍ଟର ସର୍ଫରାଜ ଅହମ୍ମଦ । ଯାହାର ଭିହିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତାଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି କରାଯାଉଛି । ସେ ଆଇସିସି ନିୟମ ବିରୁଦ୍ଧରେ ଯାଇଥିବା ମଧ୍ୟ କୁହାଯାଉଛି ।

 

ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେଉଥିବାବେଳେ କିଛି ୟୁଜର୍ସ ଟ୍ରୋଲ କରି କହୁଛନ୍ତି କି, ସେ ମ୍ୟାଚ୍ ଫିକ୍ସିଂ କରୁଛନ୍ତି । ଯେଉଁ କାରଣରୁ ମୋବାଇଲ ବ୍ୟବହାର କରୁଛନ୍ତି । ତେବେ ଏହା PMOA ବାହାରେ କିମ୍ବା ଭିତରେ ତାହା ସ୍ପଷ୍ଠ ହୋଇନାହିଁ । ମାତ୍ର ଏହା ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଯଦି ସେ ମ୍ୟାଚ ସମୟରେ ଏଭଳି ମୋବାଇଲ ବ୍ୟବହାର କରିଥିବେ ତାହେଲେ ଫାଇନ୍ ଦେବେ । କାରଣ ଆଇସିସିୁ ନିୟମ ଅନୁସାରେ ମ୍ୟାଚ ସମୟରେ କୋଚ, ଅମ୍ପାୟାର ଏବଂ ଖୋଳାଳି ମାନେ ମୋବାଇଲ ବ୍ୟବହାର କରିପାରିବେ ନାହିଁ । ଏହା ଆଇସିସି ନିୟମ ବିରୋଧ । ଏଭଳି କଲେ ଫାଇନ୍ ଲାଗିଥାଏ ।

ଏହାସହ ପଢ଼ନ୍ତୁ : ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଏହି ବଜେଟ୍ : ଧର୍ମେନ୍ଦ୍ର ପ୍ରଧାନ