ନୂଆଦିଲ୍ଲୀ,୧୭/୦୬: ଆସନ୍ତା ବର୍ଷ ଫେବ୍ରୁଆରୀ-ମାର୍ଚ୍ଚ ମାସରେ ଆୟୋଜିତ ହେବ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ । ଭାରତ ଓ  ଶ୍ରୀଲଙ୍କା ୨୦୨୬ ସଂସ୍କରଣ ଆୟୋଜନ କରିବେ । ବିଶ୍ୱକପ୍‌ ପୂର୍ବରୁ ଚଳିତ ବର୍ଷ  ସେପ୍ଟେମ୍ବର ମାସରେ ଏସିଆ କପ୍‌  ଆୟୋଜିତ ହେବ । ଯେହେତୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଆଗକୁ ରହିଛି, ତେଣୁ ଏହି  ସଂସ୍କରଣ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯିବ ।  

କିନ୍ତୁ ଏ ପର୍ଯ୍ୟନ୍ତ ଏସିଆ କପ୍‌  ଚଳିତ ବର୍ଷ ଖେଳାଯିବ କି ନାହିଁ ତାହା  ସ୍ପଷ୍ଟ ହୋଇ ନାହିଁ । ଟୁର୍ଣ୍ଣାମେଣ୍ଟର ୩ ମାସ  ପୂର୍ବରୁ ସୂଚୀ ଚୂଡ଼ାନ୍ତ ହେବା କଥା । ୟୁଏଇ  ଏହି ସଂସ୍କରଣ ଆୟୋଜନ କରିବ ବୋଲି  କୁହାଯାଉଛି । ମାତ୍ର ଭାରତ ଓ ପାକିସ୍ତାନ  ଟୁର୍ଣ୍ଣାମେଣ୍ଟ ଖେଳିବାକୁ ସହମତି ପ୍ରକାଶ  ନକଲେ ଏସିଆ କପ୍‌ ବାତିଲ ହେବ । 

ଜମ୍ମୁ-କାଶ୍ମୀରରେ ପର୍ଯ୍ୟଟକଙ୍କୁ  ଆତଙ୍କବାଦୀମାନେ ହତ୍ୟା କରିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର  ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ  ଦୁଇ ଦେଶ ମଧ୍ୟରେ ସଂପର୍କ ଅତି ତିକ୍ତ  ହୋଇ ହୋଇ ପଡ଼ିଛି । ଉଭୟ ଦଳ  ଏସିଆ କପ୍‌ ଖେଳିବେ କି ନାହିଁ ତାହା ଉଭୟ ଦେଶର ସରକାରଙ୍କ ଉପରେ  ନିର୍ଭର କରୁଛି ।