ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମହିଳା ଯାତ୍ରୀଙ୍କ ସୁରକ୍ଷା ପାଇଁ 'ଉବର ମୋଟୋ ୱିମେନ' ସେବା ଆରମ୍ଭ

Published By : Anindita Ratha | December 14, 2024 2:50 PM

ନୂଆଦିଲ୍ଲୀ,୧୪/୧୨ : ମୋବିଲିଟି ଆପ୍‌ ଉବରର ବଡ଼ ପଦକ୍ଷେପ । ମହିଳା ଯାତ୍ରୀଙ୍କ ସୁରକ୍ଷା ପାଇଁ ସେମାନଙ୍କ ଯୋଡ଼ି ହେବେ ମହିଳା ଡ୍ରାଇଭର। କର୍ଣ୍ଣାଟକର କ୍ୟାପିଟାଲ ସିଟି ବେଙ୍ଗାଲୁରୁରେ ଉବର ଆରମ୍ଭ କରିଛି  'ଉବର ମୋଟୋ ୱିମେନ' ସେବା  । ଯେଉଁଥିରେ ମହିଳା ଡ୍ରାଇଭରମାନଙ୍କ ଜରିଆରେ ଯାତ୍ରୀମାନଙ୍କୁ ଏକ ସୁରକ୍ଷିତ, ସୁଲଭ ଓ ସୁବିଧାଜନକ ଯାତ୍ରା ମିଳିପାରିବ । 

ବେଙ୍ଗାଲୁରୁର ପ୍ରମୁଖ ସ୍ଥାନଗୁଡ଼ିକରେ ଏହି ଉବର ମୋଟୋ ୱିମେନ ସେବା ଉପଲବ୍ଧ ରହିଛି । ଯାହାକି ମହିଳା ଡ୍ରାଇଭରଙ୍କ ସମେତ ମହିଳା ଯାତ୍ରୀଙ୍କ ଲାଗି ଏକ ପ୍ରାଇଭେସି ଓ ସୁରକ୍ଷିତ ଯାତ୍ରାକୁ ନିଶ୍ଚିତ କରେ । ଉବର ମୋଟୋ ୱିମେନ ଦ୍ବାରା ଯାତ୍ରା କରିବା ସମୟରେ ମହିଳା ଯାତ୍ରୀ ରିଅଲ ଟାଇମ ଟ୍ରାକିଂ ଲାଗି ୫ଜଣ ବିଶ୍ବସନୀୟ କଣ୍ଟାକ୍ଟସ ସହିତ ଟ୍ରିପ୍‌ ଡିଟେଲ୍‌ ସେୟାର କରିପାରିବେ ।  ଏହା ସହିତ ଉଭୟ ମହିଳା ଆରୋହୀ ଏବଂ ଡ୍ରାଇଭରମାନେ ପ୍ରାଥମିକ ସହାୟତା ପାଇଁ ଉବରର 24x7 ସୁରକ୍ଷା ହେଲପ୍‌ ଲାଇନର ସହାୟତା ନେଇପାରିବେ । ଭାରତର ରାଇଡ ହେଲିଂ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଏପର୍ଯ୍ୟନ୍ତ କମ୍ ଥିବାରୁ କମ୍ପାନୀ 'ଉବର ମୋଟୋ ୱିମେନ' ପାଇଁ ଅଧିକ ମହିଳାଙ୍କୁ ଡ୍ରାଇଭର ଭାବରେ ପ୍ଲାଟଫର୍ମରେ ସାମିଲ ହେବାକୁ ପ୍ରେରଣା ଯୋଗାଇବା ପାଇଁ ଲକ୍ଷ୍ୟ  ରଖିଛି।  କମ୍ପାନୀ ଏହି ସେବାକୁ  ଖୁବଶୀଘ୍ର କମ୍ପାନୀ ଏହି ସେବାକୁ ଦେଶର ଅନ୍ୟ ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଓ ହାଇଦ୍ରାବାଦରେ ମଧ୍ୟ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ସେହିପରି ଭାରତରେ ଅନେକ ସରକାର ଓ ଅଣଲାଭକାରୀ ସଂସ୍ଥା ପକ୍ଷରୁ ମହିଳା ରାଇଡ୍ ସେବା ମଧ୍ୟ ପ୍ରଦାନ କରାଯାଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.