ନୂଆଦିଲ୍ଲୀ, ୨୯।୯: ୟୁକୋ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କ ଅମାନବୀୟ ଆଚରଣ ଅଭିଯୋଗ । ଇମେଲର ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଭାଇରାଲ । ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ । କର୍ମଚାରୀ ଜଣକ ବ୍ୟାଙ୍କ୍ ପରିଚାଳନା ଦାୟିତ୍ୱରେ ଥିବା ଜଣେ ଶୀର୍ଷ ଅଧିକାରୀଙ୍କୁ ଏକ ଇମେଲରେ ଚେନ୍ନାଇ ଆଞ୍ଚଳିକ ମୁଖ୍ୟଙ୍କ ଅମାନବୀୟ ଆଚରଣ ବାବଦରେ ଅଭିଯୋଗ କରିଥିଲେ ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ ।
ଭୟଭୀତ କରିବା ଏବଂ ଉତ୍ପୀଡ଼ନର ପରିବେଶ ସୃଷ୍ଟି କରିଥିବା ଅଭିଯୋଗ:
ଇମେଲରେ, ବ୍ୟାଙ୍କ୍ କର୍ମଚାରୀ ଜଣକ ଚେନ୍ନାଇ ଜୋନ୍ ଜୋନାଲ୍ ମୁଖ୍ୟ ଆରଏସ ଅଜିତଙ୍କ ନାଁରେ ଏହି ଅଭିଯୋଗ ଆଣିଛନ୍ତି । ସେ କର୍ମାଚାରୀଙ୍କୁ "ଭୟଭୀତ କରିବା ଏବଂ ଉତ୍ପୀଡ଼ନ ଭଳି ବ୍ୟବହାର କରୁଛନ୍ତି । କେବଳ ଏତିକି ନୁହେଁ, କର୍ମଚାରୀଙ୍କୁ ଚାକର ଭଳି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଅଧିକାରୀଙ୍କ କାର୍ଯ୍ୟକୁ ଏକଛତ୍ରବାଦୀ ଏବଂ ତାନାଶାହ ଭଳି । ତାଙ୍କ ଆଚରଣ ଅସମ୍ମାନଜନକ ଏବଂ ଅସମ୍ବେଦନଶୀଳ ବୋଲି କହିଥିଲେ । ସେ ପରିବାରର ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ କର୍ମଚାରୀମାନଙ୍କୁ ଛୁଟି ଦେବାକୁ ମନା କରନ୍ତି । "ସମସ୍ତଙ୍କ ମା’ ଦିନେ ନା ଦିନେ ମରନ୍ତି, ଏଥିପାଇଁ ନାଟକ କରନାହିଁ" ବୋଲି କହିଥିଲେ ଜୋନାଲ୍ ମୁଖ୍ୟ ଆରଏସ୍ ଅଜିତ ।
ପୂରା ଘଟଣା କ’ଣ ଆସନ୍ତୁ ଜାଣିବା । ବ୍ୟାଙ୍କର ଶାଖା ମୁଖ୍ୟଙ୍କ ମାଆ ଆଇସିୟୁରେ ଥିଲେ । ଏନେଇ ସେ ଜୋନାଲ୍ ମୁଖ୍ୟ ତାଙ୍କୁ ଛୁଟି ମାଗିଥିଲେ । ମାତ୍ର ଆରଏସ ଅଜିତ୍ ଛୁଟି ଦେବା ପୂର୍ବରୁ କେବେ ଫେରିବ ତାହା ନିଶ୍ଚିତ କରିବାକୁ ଅଧିକାରୀଙ୍କୁ କହିଥିଲେ । ଅନ୍ୟ ଏକ ମାମଲାରେ, ଯେତେବେଳେ ଜଣେ ଶାଖା ମୁଖ୍ୟଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା, ସେ ରିପୋର୍ଟ କରି କହିଥିଲେ । ହେଲେ ଜୋନାଲ ମୁଖ୍ୟ ଯାହା କହିଥିଲେ ଥିଲେ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବ । ସେ କହିଥିଲେ"ସମସ୍ତଙ୍କ ମାଆଙ୍କ ମୃତ୍ୟୁ ହୁଏ, ଏଥିରେ ଏତେ ନାଟକ କରନାହିଁ । ତୁରନ୍ତ ଜଏନ୍ କର, ନଚେତ୍ ମୁଁ ଲିଭ୍ ୟିଦାଉଆଉଟ୍ ପେ ଲଗାଇଦେବି ।" ପରବର୍ତ୍ତୀ ସମୟରେ ଅଧିକାରୀଙ୍କ ବିରୁଦ୍ଧରେ ଏକ ସରକାରୀ ଚିଠି ଜାରି କରାଯାଇଥିଲା ।