ନୂଆଦିଲ୍ଲୀ,୨୪/୧୨; ଆଜି ମହାରାଷ୍ଟ୍ର ରାଜନୀତି ଏକ ଐତିହାସିକ ମୁହୂର୍ତ୍ତ ଦେଖିବାକୁ ମିଳିଛି । ଏକାଠି ହୋଇଛନ୍ତି ଠାକରେ ବ୍ରଦର୍ସ । BMC ନିର୍ବାଚନରେ ଏକାଠି ଲଢ଼ିବାକୁ ଉଦ୍ଧବ ଓ ରାଜ୍ ଠାକ୍ରେ ଘୋଷଣା କରିଛନ୍ତି । MNS ଓ ଶିବସେନା (UBT) ଏକାଠି ଲଢ଼ିବାକୁ କଲେ ଘୋଷଣା । ମିଳିତ ଭାବେ ଗୋଟିଏ ମଞ୍ଚରେ ଘୋଷଣା କଲେ ଦୁଇ ଭାଇ ଉଦ୍ଧବ ଓ ରାଜ୍ । ମୁମ୍ବାଇରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଆନୁଷ୍ଠାନିକ ଭାବରେ ଶିବସେନା (UBT)-ଏମଏନଏସ ମେଣ୍ଟ ଘୋଷଣା କରିଛନ୍ତି । ଏହି ମେଣ୍ଟ BMC ନିର୍ବାଚନ ସମେତ ୨୯ଟି ପୌର ନିର୍ବାଚନ ପୂର୍ବରୁ ହୋଇଛି । ଯାହା ପାଇଁ ଉଭୟ ଦଳ ଗତ କିଛି ସପ୍ତାହ ଧରି ପ୍ରସ୍ତୁତି ଚଳାଇ ଥିଲେ । ୨୦ ବର୍ଷ ପରେ ଏକାଠି ହୋଇଛନ୍ତି ଉଦ୍ଧବ-ରାଜ ।
"ଏଥର ଆମେ ଅଲଗା ହେବୁ ନାହିଁ "
ମେଣ୍ଟ ଘୋଷଣା କରି ଉଦ୍ଧବ ଠାକରେ କହିଛନ୍ତି, "ଆମ ଚିନ୍ତାଧାର ଗୋଟିଏ । ଆମେ ମରାଠାମାନଙ୍କ ସଂଘର୍ଷ ଏବଂ ବଳିଦାନକୁ ମନେ ରଖିଛୁ । ଆଜି, ଆମେ ଦୁଇ ଭାଇ ଏକାଠି ଠିଆ ହୋଇଛୁ ଏବଂ ସେହିପରି ରହିବୁ । ଦିଲ୍ଲୀର ଲୋକମାନେ ଆମକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଏଥର ଆମେ ବିଭାଜିତ ହେବୁ ନାହିଁ । ଯଦି ଏପରି ହୁଏ, ତେବେ ଏହା ଆମର ପୂର୍ବପୁରୁଷଙ୍କ ବଳିଦାନର ଅପମାନ ହେବ । ମୁମ୍ବାଇକୁ ବିଭାଜିତ କରିବାକୁ ଚେଷ୍ଟା କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ମୁମ୍ବାଇକୁ ମହାରାଷ୍ଟ୍ରରୁ ଅଲଗା ହେବାକୁ ଦେବେ ନାହିଁ । ଆଭ୍ୟନ୍ତରୀଣ ସଂଘର୍ଷ ମୁମ୍ବାଇକୁ କ୍ଷତି ପହଞ୍ଚାଇଛି । "
ଉଦ୍ଧବ ଠାକରେ କହିଲେ, "ଆମେ ଠାକରେ ଭାଇମାନେ ଏଠାରେ ଅଛୁ । ଆମ ବାପା ମୁମ୍ବାଇର ସ୍ୱାଧୀନତା ପାଇଁ ଲଢ଼ିଥିଲେ । ଆଜି, କ୍ଷମତାରେ ଥିବା ଲୋକମାନେ ସବୁକିଛି ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ଯଦି କେହି ମୁମ୍ବାଇକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରାଯାଏ, ତେବେ ଆମେ ପ୍ରତିରୋଧ କରିବୁ ।" ସେ ବିଜେପିର ସ୍ଲୋଗାନ, " କଟେଙ୍ଗେ ତୋ ବଟେଙ୍ଗେ'' ' କୁ ପ୍ରତିହତ କରିଛନ୍ତି । ଉଦ୍ଧବ ଠାକରେ କହିଥିଲେ, "ଯଦି ଆମେ ଲଢ଼ିବୁ, ତେବେ ଆମେ ଭାଙ୍ଗିଯିବୁ । "
ସୁତ୍ର ଅନୁସାରେ ସିଟ୍ ସେୟାରିଂରେ ସହମତି
- ଶିବସେନା (UBT): ୧୪୫ ରୁ ୧୫୦ ଆସନ
- ଏମ୍ଏନ୍ଏସ୍: ୬୫ ରୁ ୭୦ ଆସନ
- ନ୍ୟାସନାଲିଷ୍ଟ କଂଗ୍ରେସ (ଶରଦ ପାୱାର ଗୋଷ୍ଠୀ): ୧୦ ରୁ ୧୨ ଆସନ