ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

୬୯ ବର୍ଷ ବୟସରେ ପାଦ ଥାପିଛନ୍ତି ଉଦିତ୍ ନାରାୟଣ, ଦିନେ ୧୦୦ ଟଙ୍କା ପାଇଁ ହୋଟଲରେ କରୁଥିଲେ କାମ

Published By : Ankita S | December 1, 2024 11:50 AM

ମୁମ୍ବାଇ,୦୧/୧୨: ସ୍ବରର ଯାଦୁଗର ବଲିଉଡର ବହୁ ସୁପରହିଟ୍ ଗୀତର ରିୟଲ ହିରୋ ଉଦିତ ନାରାୟଣ । ବଲିଉଡ ଇଣ୍ଡଷ୍ଟ୍ରୀର ସୁନାମଧନ୍ୟ ଗାୟକ ଉଦିତ ନାରାୟଣ ତାଙ୍କ କ୍ୟାରିୟରରେ ଏକାଧିକ ହିଟ୍ ଗୀତ ଗାଇଛନ୍ତି । ଆଜି ବି ତାଙ୍କ ସ୍ବରରେ ବଲିଉଡକୁ ବହୁ ଗୀତ ଭେଟି ଦେଉଛନ୍ତି । ଆଜି ଏହି ମହାନ କଣ୍ଠଶିଳ୍ପୀଙ୍କ ଜନ୍ମଦିନ । ୬୯ ବର୍ଷ ବୟସରେ ପାଦ ଥାପିଛନ୍ତି ଉଦିତ୍ ନାରାୟଣ । ୧୯୫୫ ଆଜିର ଦିନରେ ମୈଥିଲିର ଏକ ବ୍ରାହ୍ମଣ ପରିବାରରେ ଏହି ମହାନ ଗାୟକଙ୍କ ଜନ୍ମ । ତେବେ ଆସନ୍ତୁ ଜାଣିବା ଉଦିତ ନାରାୟଣଙ୍କ ବିଷୟରେ କିଛି ଅଜଣା କଥା ।

ରେଡିଓରେ କରିଥିଲେ କାମ- ନେପାଳ ନାଗରିକ ହରେକୃଷ୍ଣ ଝା ଏବଂ ଭୁବନେଶ୍ବରୀ ଝାଙ୍କ ସୁପୁତ୍ର ଉଦିତ ନାରାୟଣ । ସଙ୍ଗୀତ କ୍ୟାରିୟରେ ତାମିଲ, ହିନ୍ଦୀ, ତେଲୁଗୁ, ମାଲାୟଲମ, ଓଡିଆ, ଭୋଜପୁରୀ ଏବଂ ବଙ୍ଗାଳୀ ଭାଷାରେ ଗୀତ ଗାଇଛନ୍ତି । ପ୍ରସିଦ୍ଧ କଣ୍ଠଶିଳ୍ପୀ ଭାବେ ପରିଚୟ ପାଇଥିବା ଉଦିତ ନାରାୟଣ ତାଙ୍କ ମାଆଙ୍କଠୁ ପ୍ରେରଣା ପାଇଥିଲେ । ପିଲାଦିନେ ଛୋଟ ଛୋଟ ମଞ୍ଚରେ ଗୀତ ଗାଉଥିଲେ । ଦୀର୍ଘ ଦିନ ଯାଏ ତାଙ୍କୁ ବଡ ମଞ୍ଚ ମିଳିନଥିଲା । ଏହାପରେ ୧୯୭୧ରେ ନେପାଳ କାଠମାଣ୍ଡୁ ରେଡିଓରେ ପ୍ରଥମ ଥର 'ସୁନ ସୁନ ସୁନ ପନଭରଣୀ ତାନି ଘୁରିୟା କେ ତକ' ଗୀତ ଗାଇଥିଲେ । ଏହା ପରେ ଆଉ ପଛକୁ ଫେରି ନଥିଲେ ଉଦିତ୍ । ତାଙ୍କ ସ୍ବରକୁ ପ୍ରଶଂସା ମିଳିଥିଲା । ଧିରେ ଧିରେ ନେପାଳ ସଙ୍ଗୀତ ଜଗତରେ ନାମ କମାଇଥିଲେ ସେ ।

୧୦୦ ଟଙ୍କା ପାଇଁ ହୋଟଲରେ କରିଥିଲେ କାମ- ଏହା ପରେ ଉଦିତ୍ ତାଙ୍କ ସ୍ବପ୍ନ ସାକାର କରିବାକୁ ମୟାନଗରୀ ମୁମ୍ବାଇ ଆସିଥିଲେ । ଏଠାରେ ତାଙ୍କୁ ଏକ ହୋଟେଲରେ ୧୦୦ ଟାଙ୍କା ଦରମାରେ କାମ କରିବାକୁ ପଡିଥିଲା । ଏହାରି ଭିତରେ ସ୍ବପ୍ନକୁ ଉଡାଣ ଦେବା ପାଇଁ ଭାରତୀୟ ବିଦ୍ୟା ଭବନରେ ସଙ୍ଗୀତ ଶିକ୍ଷା କରିଥିଲେ । ପରିଶ୍ରମ ପରେ ଶେଷରେ ୧୯୮୦ ତାଙ୍କୁ ପ୍ରଥମ ବ୍ରେକ  ମିଳିଥିଲା । ମହମ୍ମଦ ରଫିଙ୍କ ସହ ଗୀତ ଗାଇଥିଲେ । ଏହାପରେ ସେ ଆଉ ପଛକୁ ଫେରି ନଥିଲେ । ହିଟ୍ ପରେ ହିଟ୍ ଗୀତ ଗାଇଥଲେ । ସୌଦାଗର, ତ୍ରୀଦେବ, ହମ, ମେଁ ଖିଲାଡ଼ି ତୁ ଆନାଡି, କରନ ଅର୍ଜୁନ, କୁଛ କୁଛ ହୋତା ହେ, ଇସ୍କ, ହମ ସାଥ ସାଥ ହେ, ମେଳା,  ଧଡକନ, ଲଗାନ, ବୀର ଜାରା, ସ୍ବଦେଶ, ଷ୍ଟୁଡେଣ୍ଟ ଅଫ୍ ଦି ଇୟର ଭଳି ଫିଲ୍ମରେ ଗୀତ ଗାଇଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.