ନୂଆଦିଲ୍ଲୀ,୧୭/୧୨:ଆଧାର କାର୍ଡଧାରୀଙ୍କ ପାଇଁ ଖୁସି ଖବର। ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ମାଗଣା ଆଧାର ଅପଡେଟ କରାଇବା ସୀମାକୁ ବୃଦ୍ଧି କରିଛି ୬ ମାସ। ଏବେ ୨୦୨୫ ଜୁନ ୧୪ ଯାଏ ମାଗଣାରେ ଆଧାର ଅପ୍ଡେଟ କରାଇହେବ । ଏହା ପରେ ଆଧାର ଅପଡେଟ କଲେ ଦେୟ ଭରିବାକୁ ପଡିବ । ଏହି ସୀମା ପୂର୍ବରୁ ୨୦୨୪ ଡିସେମ୍ବର ୧୪ ରହିଥିଲା । ୟୁଆଇଡିଏଆଇ ଏକ୍ସପୋଷ୍ଟରେ କହିଛି ଯେ, ଲୋକଙ୍କ ସୁବିଧା ଲାଗି ମାଗଣା ଆଧାର ଅପ୍ଡେଟ ସୀମାକୁ ବୃଦ୍ଧି କରାଯାଇଛି । ମାଗଣାରେ ଅନଲାଇନ ଡକ୍ୟୁମେଣ୍ଟ ଅପ୍ଲୋଡ କରିବା ସର୍ଭିସ ଆସନ୍ତା ବର୍ଷ ଜୁନ ୧୪ ଯାଏ ବୃଦ୍ଧି କରାଯାଇଛି ।
ତେବେ ଏହି ମାଗଣା ସେବା ମାଇଁ ଆଧାର ପୋର୍ଟାଲରେ ଉପଲବ୍ଧ ହେବ । ୪ର୍ଥ ଥର ଲାଗି ଏହି ସୀମାରେ ବୃଦ୍ଧି କରାଯାଇଛି । ଅଫିସିଆଲ ୱେବସାଇଟ ମାଇଁ ଆଧାରକୁ ଯାଇ ୟୁଜର ଏହି ସୁବିଧାର ଲାଭ ନେଇ ପାରିବେ । ମୋବାଇଲ ନମ୍ବର ଅପଡେଟ କରିବା ଲାଗି ଆଧାର ସେଣ୍ଟର ଯିବାକୁ ପଡିବ । ଆଧାରରେ ଡେମୋଗ୍ରାଫିକ ଡାଟା ମାଗଣାରେ ଅପ୍ଡେଟ ହୋଇପାରିବ । ତେବେ ଆଖିର ରେଟିନା, ଫଟୋ ଏବଂ ବାୟୋମେଟ୍ରିକ ଡିଟେଲ୍ସ ଲାଗି ଫିସ୍ ଦେବାକୁ ପଡିବ ।