ଲଣ୍ଡନ,୨୩/୦୪: ବ୍ରିଟେନରେ ଧୂମପାନକୁ ରୋକିବାକୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ସେଠାରେ ନୂଆ ପିଢ଼ି ଲାଗି ସିଗାରେଟ୍, ତମାଖୁ ଜଡ଼ିତ ସାମଗ୍ରୀକୁ ସବୁଦିନ ଲାଗି ବନ୍ଦ କରିବାକୁ ପ୍ରସ୍ତୁତି ହୋଇଛି । ଏଥିଲାଗି ସରକାର ‘ଟବାକୋ ଆଣ୍ଡ ଭେପ୍ସ’ ବିଲ୍ ପାସ୍ କରିଛନ୍ତି ।
ସେହି ବିଲ୍ ଅନୁସାରେ ୨୦୦୮ ପରେ ଜନ୍ମିତ ଲୋକେ ଆଜୀବନ ସିଗାରେଟ୍ କିମ୍ବା ତମାଖୁ ସହ ଜଡ଼ିତ ସାମଗ୍ରୀ କିଣିପାରିବେ ନାହିଁ । ବିଲ୍ଟି ସଂସଦରେ ପାସ୍ ହୋଇଥିବାବେଳେ କିଙ୍ଗ ଚାର୍ଲସଙ୍କର ଔପଚାରିକ ମଞ୍ଜୁରି ବାକି ରହିଛି । ତାଙ୍କଠାରୁ ମଞ୍ଜୁରି ମିଳିଲେ ବିଲ୍ ଆଇନରେ ପରିଣତ ହେବ । ଏହି ନିୟମ ପୂରା ବ୍ରିଟେନ୍ ଅର୍ଥାତ୍ ଇଂଲଣ୍ଡ, ସ୍କଟଲାଣ୍ଡ, ୱେଲସ ଏବଂ ଉତ୍ତର ଆୟାରଲ୍ୟାଣ୍ଡରେ ଲାଗୁ ହେବ ।
ଅଧିକ ପଢ଼ନ୍ତୁ :- Iran US Talks; କାହିଁକି ହୋଇପାରୁନି ବୁଝାମଣା ? ଇରାନ କହିଲା କାରଣ ? କହିଲା ଦୁନିଆ ତୁମ କପଟ ଦେଖୁଛି...