ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପିଏନ୍‌ବି ମହାଘୋଟାଲା ମାମଲା; ପଳାତକ ନୀରବ ମୋଦିକୁ ଝଟକା,୧୦ମ ଥର ଜାମିନ ଆବେଦନ ଖାରଜ

Published By : Ankita S | May 16, 2025 8:03 AM

ନୂଆଦିଲ୍ଲୀ,୧୬/୦୫: ପଳାତକ ନୀରବ ମୋଦିଙ୍କୁ ବଡ଼ ଝଟକା । ପିଏନ୍‌ବି ମହାଘୋଟାଲା ମାମଲାର ଆଉ ଜଣେ ସୁତ୍ରଧର ନୀରବ ମୋଦିର ଜାମିନ ଆବେଦନ ଖାରଜ । ଲଗାତାର ୧୦ମ ଥର ପାଇଁ ବେଲ୍ ପିଟିସନ୍‌କୁ ଅଗ୍ରାହ୍ୟ କରିଛନ୍ତି ଲଣ୍ଡନ ହାଇକୋର୍ଟ । ୨୦୧୯ ମାର୍ଚ୍ଚ ୧୯ରୁ ବ୍ରିଟେନ୍ ଜେଲରେ ବନ୍ଦୀ ନୀରବ ମୋଦି । ଫେରାର ଭୟ ଥିବାରୁ ବେଲ୍ ଖାରଜ ହୋଇଛି ।

୧୦ମ ଥର ଜାମିନ ଆବେଦନ ଖାରଜ- ଭାରତର ପଳାତକ ଆର୍ଥିକ ହେରଫେରର ଅଭିଯୁକ୍ତ ନୀରବ ମୋଦିର ଆଉ ଏକ ଜାମିନ ଆବେଦନ ଖାରଜ କରିଛନ୍ତି ଲଣ୍ଡନ ହାଇକୋର୍ଟ । ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନୀରବ ମୋଦି ଲଣ୍ଡନ ହାଇକୋର୍ଟରେ ପ୍ରତ୍ୟର୍ପଣ ଅନୁରୋଧ ଉପରେ ନିଷ୍ପତ୍ତି ଆସିବା ଯାଏଁ ଜେଲରୁ ମୁକୁଳିବାକୁ ଜାମିନ ଆବେଦନ କରିଥିଲେ । ହେଲେ ବେଲ୍ ପିଟିସନ୍ ଖାରଜ ହୋଇଥିବା ନେଇ ସିବିଆଇ ପକ୍ଷରୁ ସୂଚନା ମିଳିଛି । ଏହା ତାଙ୍କର ୧୦ମ ଥର ଦାୟର ହୋଇଥିବା ଜାମିନ ଆବେଦନ ଯାହା ଅଗ୍ରାହ୍ୟ କରିଛନ୍ତି ୟୁକେ ହାଇକୋର୍ଟ ଜଷ୍ଟିସ୍ କିଙ୍ଗଙ୍କ ଖଣ୍ଡପୀଠ । ନୀରବ ମୋଦିଙ୍କ ଦାଦା ପିଏନ୍‌ବି ଘୋଟାଲାର ଅନ୍ୟତମ ଅଭିଯୁକ୍ତ ହେଉଛନ୍ତି ମେହୁଲ ଚୋକସୀ ।

ଅଧିକ ପଢନ୍ତୁ...ମେହୁଲ ଚୋକସୀଙ୍କ ପ୍ରତ୍ୟର୍ପଣ ନେଇ ପ୍ରସ୍ତୁତି ଜୋରଦାର, ବେଲଜିୟମ ସରକାରଙ୍କ ସହ ଆଲୋଚନା

କହି ରଖୁଛି କି, ପିଏନ୍‌ବି ମହାଘୋଟାଲାର ଅନ୍ୟତମ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀ କିଛି ଦିନ ତଳେ ବେଲଜିୟମରୁ ଗିରଫ ହୋଇଥିଲା । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୪ ହଜାର କୋଟି ଟଙ୍କା ଘୋଟାଲାର ସୁତ୍ରଧର ମେହୁଲ ଚୋକସୀ । ଭାରତୀୟ ତଦନ୍ତ ଏଜେନ୍ସିର ପ୍ରତ୍ୟର୍ପଣ ଆବେଦନ ପରେ ଗତ ଏପ୍ରିଲ ୧୨ରେ ବେଲଜିୟମ ପୋଲିସ ମେହୁଲକୁ ଗିରଫ କରିଥିଲା । କୋଟି କୋଟି ଟଙ୍କା ଋଣ ଜାଲିଆତି କରି ୨୦୧୮ରେ ଭାରତରୁ ଫେରାର ହୋଇଯାଇଥିଲା । ଖୁବଶୀଘ୍ର ମେହୁଲକୁ ଭାରତ ପ୍ରତ୍ୟର୍ପଣ ନେଇ ପ୍ରସ୍ତୁତି ଜାରି ରହିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.