- ପୁଟିନଙ୍କ ଘରକୁ ୟୁକ୍ରେନର ଡ୍ରୋନ୍ ମାଡ଼
- ଆକ୍ରମଣ ନେଇ ରୁଷ୍ର ବଡ଼ ଦାବି
- ଦାବିକୁ ଜେଲେନସ୍କିଙ୍କ ଖଣ୍ଡନ
- ରୁଷ୍ ପ୍ରମାଣ ଦେଉ କହିଲା ୟୁକ୍ରେନ
ନୂଆଦିଲ୍ଲୀ : ରୁଷ୍ ଦାବି କରିଛି ଯେ, ସୋମବାର ୟୁକ୍ରେନ ଲଗାତାର ୯୦ଟି ଡ୍ରୋନ୍ ଦ୍ୱାରା ରାଷ୍ଟ୍ରପତି ପୁଟିନଙ୍କ ଆବାସକୁ ଟାର୍ଗେଟ୍ କରିବାକୁ ଚେଷ୍ଟା କରିଥିଲା। ଅନ୍ୟପଟେ ୟୁକ୍ରେନ ଏହି ଦାବିକୁ ସଂପୂର୍ଣ୍ଣ ଖଣ୍ଡନ କରି କହିଛି –ରୁଷ୍ ଏମିତି କୌଣିସ ଦୃଢ ପ୍ରମାଣ ଦେଇନାହିଁ, ଯେଉଁଥିରେ ଆକ୍ରମଣ ପରେ ସାବ୍ୟସ୍ତ ହୋଇ ପାରିବ। ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଏଣ୍ଡ୍ରି ସିବିଗା କହିଛନ୍ତି , ଗୋଟିଏ ଦିନ ବିତି ଯିବା ପରେ ମଧ୍ୟ ରୁଷ୍ କୌଣସି ପ୍ରମାଣ ଦେଇ ପାରୁ ନାହିଁ। ସେ ଦେବ ବି କେଉଁଠୁ , କାରଣ କୌଣସି ଆକ୍ରମଣ ହୋଇ ହିଁ ନାହିଁ।
ପୁଟିନଙ୍କ ଆବାସ ଉପରେ ଆକ୍ରମଣର ଅଭିଯୋଗରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ନିଜର ବିରକ୍ତ ପ୍ରକାଶ କରିଥିଲେ। ସେ ନିଜେ କହିଥିଲେ ଯେ, ପୁଟିନଙ୍କ ସହ ଫୋନରେ କଥାବାର୍ତ୍ତା ବେଳେ ତାଙ୍କୁ ଏହି ହମଲା ବିଷୟରେ ଜଣାପଡ଼ି ଥିଲା। ଟ୍ରମ୍ପ କହିଥିଲେ ଯେ, ୟୁକ୍ରେନ ଭୁଲ୍ ସମୟରେ ଏହି ପଦକ୍ଷେପ ନେଇଛି ଏବଂ ଏହାକୁ ନିନ୍ଦା କରିବା ଆବଶ୍ୟକ। କହି ରଖୁଛୁ କି , ଦୁଇ ଦିନ ପୂର୍ବେ ଡୋନାଲ୍ଡ ଟ୍ରମ୍ପଙ୍କ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ସାକ୍ଷାତ୍ ହୋଇ ଥିଲା।
ଏହାସହ ମଧ୍ୟ ପଢନ୍ତୁ : ପୁଟିନଙ୍କ ଘର ଉପରେ ଡ୍ରୋନ୍ ମାଡ଼ କଲା ୟୁକ୍ରେନ ! ରୁଷ୍ର ଦାବିକୁ ମିଛ ଦର୍ଶାଇଲେ ଜେଲେନସ୍କି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପୁଟିନଙ୍କ ନିବାସକୁ ଟାର୍ଗେଟ୍ କରିବାର ଖବର ଉପରେ ଚିନ୍ତା ବ୍ୟକ୍ତି କରିଥିଲେ। ରୁଷ୍ର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ସୋମବାର କହିଥିଲେ ଯେ, ୟୁକ୍ରେନ ସାରା ରାତି ନୋଭଗୋରୋଡ କ୍ଷେତ୍ରରେ ରୁଷୀୟ ରାଷ୍ଟ୍ରପତି ପୁଟିନଙ୍କ ସରାରୀ ଆବାସରେ ଦୀର୍ଘ ଦୂରଗାମୀ ହମଲା କରିବାରେ ସକ୍ଷମ ୯୧ ଟି ଡ୍ରୋନ୍ରେ ହମଲା କରିଥିଲା।ସେ କହିଥିଲେ ଯେ, ରୁଷ୍ର ବାୟୁ ପ୍ରତିରକ୍ଷା ସିଷ୍ଟମ ଶତ୍ରୁର ସବୁ ଅସ୍ତ୍ରକୁ ପ୍ରଭାବହୀନ କରି ଦେଇଥିଲା।
ରୁଷୀୟ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଏହି ହମଲା ରୁଷ୍ ଓ ଆମେରିକା ମଧ୍ୟରେ ଗଭୀର କଥାବାର୍ତ୍ତା ମଧ୍ୟରେ ହୋଇଛି। ସେ କହିଛନ୍ତି , ୟୁକ୍ରେନର ବେପରୁଆ କାର୍ଯ୍ୟାନୁଷ୍ଠାନର ଜବାବ ଦିଆଯିବ। ଲାଭରୋଭ କହିଛନ୍ତି , ଆମେ ଆମେରିକା ସହ କଥାବାର୍ତ୍ତାର ପ୍ରକ୍ରିୟାରୁ ପଛକୁ ହଟିବାର ଉଦ୍ଦେଶ୍ୟ ରଖୁ ନାହିଁ ,ହେଲେ ଆତଙ୍କବାଦର ନୀତି ଆପଣାଇ ସାରିଥିବା ୟୁକ୍ରେନ୍ ଶାସନର ସଂପୂର୍ଣ୍ଣ ପତନକୁ ଦେଖି ରୁଷ୍ର କଥାବାର୍ତ୍ତାର ସ୍ଥିତିରେ ସଂଶୋଧନ କରାଯିବ। ସେ କ୍ରେମଲିନର ଆଭିମୁଖ୍ୟରେ ସମ୍ଭାବିତ ପରିବର୍ତ୍ତନ ବିଷୟରେ କୌଣସି ଅଧିକ ସୂଚନା ଦେଇ ନାହିଁ।ଏହି ହମଲା ସେହି ଫ୍ଲୋରିଡାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ବୈଠକର ଗୋଟିଏ ଦିନ ପରେ ହୋଇଛି।