ନୂଆଦିଲ୍ଲୀ: ୟୁକ୍ରେନକୁ ବହୁ ଜଲଦି ଇଉରୋପିୟ ସଂଘ(ଇୟୁ)ର ଏକ ସଦସ୍ୟା କରିବା ପାଇଁ ଆମର ପ୍ରୟାସ ଜାରି ରହିବ ବୋଲି ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ବୁଧବାର ଘୋଷଣା କରିଛନ୍ତି। ପୋଲାଣ୍ଡ ଗ୍ରସ୍ତରେ ଥିବା ୟୁକ୍ରେନୀୟ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ସହ ଡୋନାଲ୍ଡ ଟସ୍କ କରିଥିବା ଏକ ସାମ୍ୱାଦିକ ସମ୍ମିଳନୀରେ କିଛି ଏହିପରି ଘୋଷଣା କରିଛନ୍ତି।
୨୭ଟି ଦେଶର ସମୁହକୁ ନେଇ ଗଠିତ ଇଉରୋପିୟ ସଂଘର ଅଧ୍ୟକ୍ଷତା ବର୍ତ୍ତମାନ ପୋଲାଣ୍ଡ ନିକଟରେ ରହିଛି। ୟୁକ୍ରୋନ ଏହି ସମୁହର ଏକ ଅଂଶ ହେବାପାଇଁ ଅନେକ ଦିନ ତଳୁ ଚେଷ୍ଟା ଜାରି ରଖିଛି। ତେବେ ଆସନ୍ତା ୬ ମାସ ମଧ୍ୟରେ ପୋଲାଣ୍ଡ ଏହି ବିଷୟରେ ୟୁରୋପୀୟ ସଂଘରେ କଥାବର୍ତ୍ତା ଜାରି ରଖିବ ବୋଲି ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।
ଜେଲେନସ୍କିଙ୍କ ଏହି ଗ୍ରସ୍ତ ଅବସରରେ ଦୁଇଦେଶ ମଧ୍ୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହୋଇଥିବା ଏକ ଘଟଣାକୁ ନେଇ ବୁଝାମଣା ହୋଇଥିଲା। ଘଟଣା ମୁତାବକ ଦ୍ୱିତିୟ ବିଶ୍ୱଯୁଦ୍ଧ ସମୟରେ ୟୁକ୍ରେନିୟ ରାଷ୍ଟ୍ରବାଦୀମାନେ ପୋଲାଣ୍ଡରେ ପଶି ପୋଲାଣ୍ଡର ହଜାର ହଜାର ସାଧାରାଣ ନାଗରିକମାନଙ୍କୁ ମାରିଦେଇଥିଲେ। ସେବେଠାରୁ ସେମାନଙ୍କ ଦେହାବଶେଷ ୟୁକ୍ରେନରେ ରହିଥିଲା। ଦେହାବଶେଷ ଗୁଡିକୁ ପୋଲାଣ୍ଡକୁ ନେଇ ସସମ୍ମାନେ କବର ଦେବାକୁ ପୋଲାଣ୍ଡ ଚାହୁଁଥିଲା। ବୁଧବାର ହୋଇଥିବା ଏହି ଚୁକ୍ତିରେ ଏନେଇ ଦୁଇଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇବ ବୋଲି ଆଶା ବ୍ୟକ୍ତ କରାଯାଉଛି।
ଏହା ସହ ଋଷ ୟୁକ୍ରେନ ଯୁଦ୍ଧ ଆରମ୍ଭରୁ ପୋଲାଣ୍ଡ ୟୁକ୍ରେନର ସମର୍ଥନ ଦେଇ ଆସିଛି। କିନ୍ତୁ ପୋଲାଣ୍ଡ ସରକାରଙ୍କ ଏହି ନିଷ୍ପତ୍ତି ଅନେକ ପୋଲାଣ୍ଡ ନାଗରିକ ମାନଙ୍କ ମନରେ ଆଘାତ ସୃଷ୍ଟି କରିଛି। ଟସ୍କ ପୋଲାଣ୍ଡରେ ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ଶାସନ କରି ଆସୁଥିବା ବେଳେ ବର୍ତ୍ତମାନ ସେ ଘରୋଇ ରାଜନୀତିର ଚାପରେ ରହିଛନ୍ତି। କାରଣ ଛଳିତ ବର୍ଷ ପୋଲାଣ୍ଡରେ ନିର୍ବାଚନ ହେବାକୁ ଯାଉଛି। ଏଣୁ ଟସ୍କ କିଛି ଏମିତି କରିଦେଖାଇବାକୁ ଚାହାନ୍ତି ଯାହାକୁ ନେଇ ସେ ଆଗାମୀ ନିର୍ବାଚନରେ ବିପକ୍ଷ ବିରୁଦ୍ଧରେ ଲଢିପାରିବେ।