ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଜାତିସଂଘ ମୁଖ୍ୟ ମଧ୍ୟ ପହଲଗାମ ହମଲାର କଲେ ନିନ୍ଦା ,ପାକ୍‌ ଉପରେ ବର୍ଷିଲେ

Published By : Prameya | May 5, 2025 11:00 PM

ନୂଆଦିଲ୍ଲୀ : ସଂଯୁକ୍ତ ରାଷ୍ଟ୍ର (ୟୁଏନ୍) ମହାସଚିବ ଏଣ୍ଟୋନିୟୋ ଗୁଟେରେସ୍ ମଧ୍ୟ ପହଲଗାମରେ ହୋଇଥିବା ଆତଙ୍କୀ ହମଲାର ନିନ୍ଦା କରିଛନ୍ତି। ସୋମବାର ସେ ଏକ ସଂକ୍ଷିପ୍ତ ବୟାନ ଜାରି କରି ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ମଧ୍ୟ ହ୍ରାସ କରିବାକୁ ଆହ୍ୱାନ ଦେଇଛନ୍ତି। ସେ ବୟାନରେ ଉଭୟ ପକ୍ଷକୁ ଅଧିକ ସଂଯମତା ରଖିବା ଓ ଯୁଦ୍ଧର ରାସ୍ତାରୁ ପଛକୁ ହଟିବାକୁ ଆହ୍ୱାନ କରିଛନ୍ତି। ଗୁଟେରେସ୍‌ ଏକ ସଂକ୍ଷିପ୍ତ ଟିପ୍ପଣୀରେ କହିଛନ୍ତି, ଉଭୟ ପକ୍ଷ କୌଣସି ଭୁଲ୍‌ କରନ୍ତୁ ନାହିଁ। 

ଗୁଟେରେସ କହିଛନ୍ତି ଯେ, ସେ ୨୨ ଅପ୍ରେଲରେ ପହଲଗାମରେ ହୋଇଥିବା ଭୟାନକ ଆତଙ୍କୀ ହମଲା ପରର କଠିନ ଭାବନାକୁ ବୁଝି ପାରୁଛନ୍ତି। ସେ ଆହୁରି କହିଛନ୍ତି , ସେ ଏହି ହମଲାର କଡ଼ା ନିନ୍ଦା କରୁଛନ୍ତି ଏବଂ ପୀଡ଼ିତଙ୍କ ପରିବାର ପ୍ରତି ନିଜର ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ନାଗରିକଙ୍କୁ ଟାର୍ଗେଟ୍‌ କୌଣସି ସ୍ଥିତିରେ ଗ୍ରହଣୀୟ ନୁହେଁ ଏବଂ ଏଥିରେ ଦାୟୀ ଲୋକଙ୍କ ବିଶ୍ୱସନୀୟ ଓ ଆଇନଗତ ଭାବେ ନ୍ୟାୟ ପ୍ରଦାନ କରାଯିବ ଉଚିତ୍‌।

ସେ ଶାନ୍ତି ସ୍ଥାପନାର ଚେଷ୍ଟାରେ ଉଭୟ ସରକାରଙ୍କୁ ସେମାନଙ୍କର ଉତ୍ତମ କାର୍ଯ୍ୟକଳାପର ପ୍ରସ୍ତାବକୁ ଦୋହରାଇଛନ୍ତି। ସେ କହିଛନ୍ତି , ସଂଯୁକ୍ତ ରାଷ୍ଟ୍ର ଏମିତି ଯେକୌଣସି ପ୍ରୟାସର ସମର୍ଥନ କରିବା ପାଇଁ ପ୍ରସ୍ତୁତ , ଯାହା ଉତ୍ତେଜନା ହ୍ରାସ କରିବା, କୂଟନୀତି ଓ ଶାନ୍ତି ପାଇଁ ନୂଆ ପ୍ରତିବଦ୍ଧତା ବୃଦ୍ଧି କରିବ। 

ଅନ୍ୟପଟେ ଏହି ମଧ୍ୟରେ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ସବୁ ରାଜ୍ୟକୁ ମକଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧିର ପୃଷ୍ଠଭୂମିରେ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିଛନ୍ତି। ଜଣାପଡ଼ିଛି ଯେ ସେ ପ୍ରଧାନମନ୍ତ୍ରୀଙ୍କ ସଶସ୍ତ୍ର ବାହିନୀ ଗୁଡ଼ିକୁ ଯୁଦ୍ଧ ତତ୍ପରତା ବିଷୟରେ ସୂଚନା ଦେଇଛନ୍ତି। ଏହି ବୈଠକ ବାୟୁସେନା ପ୍ରମୁଖୟ ଏୟାର ଚିଫ୍‌ ମାର୍ଶଲ ଏ.ପି ସିହଂଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତର ଗୋଟିଏ ଦିନ ପରେ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.