ପାତ୍ରପୁର, ୨୧/୦୫: ବ୍ରହ୍ମପୁର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ଶ୍ରୀ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଜରଡା ଥାନା ଅନ୍ତର୍ଗତ ଥଳିବାଡ, ଜରଡା ନାଇକ ସାହି, ସାମନ୍ତରାପୂର, କନ୍ଧବିଜିପୂର ଆଦି ଗ୍ରାମରେ ଚଢ଼ଉ କରାଯାଇଥିଲା। ଜରଡା ନାଇକ ସାହିର ବିଜୟ ନାଇକ, ଦିଲ୍ଲିପ ନାଇକ, କନ୍ଧବିଜିପୂରର ଦ୍ରୌପଦୀ ଦଳେଇ ଓ ଥଳିବାଡ଼ ଗ୍ରାମର ରଇବାରି ଶବରମାନଙ୍କ ଠାରୁ ମୋଟ ୧୪୮ ଲିଟର ଅପମିଶ୍ରିତ ଦେଶୀ ଚୋରା ରନ୍ଧା ମଦ ଜବତ କରାଯାଇ ସେମାନଙ୍କୁ ଘଟଣା ସ୍ଥଳରେ ଗିରଫ କରାଯାଇ ମାନ୍ୟବର ପାତ୍ରପୁର JMFCଙ୍କ କୋର୍ଟକୁ ଫରୱାର୍ଡ କରାଯାଇଛି। ତେବେ ପରେ ସେମାନଙ୍କର ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବ୍ରହ୍ମପୁର କାରାଗାରକୁ ପଠାଯାଇଥିବା ସୂଚନା ମିଳିଛି। ଏହି ଚଢ଼ାଉରେ ଚିକିଟି ଅବକାରୀ ଥାନା ଅଧିକାରୀ ଶ୍ରୀ ସଞ୍ଜୟ କୁମାର ଭୁକ୍ତା, ଏଏସଆଇ ଆର୍.ଲକ୍ଷ୍ମୀ ରେଡ୍ଡୀ, ବସନ୍ତ କୁମାର ମଲ୍ଲିକ, ଅବକାରୀ କର୍ମଚାରୀ ସାହେବ ଶବର, ହର ପ୍ରସାଦ ମଲ୍ଲିକ, ବଳରାମ ପାତ୍ର, ପ୍ରଫୁଲ୍ଲ କୁମାର ବେହେରା, ଅଂଶୁମାନ ପରିଡ଼ା ଏବଂ ଗୋଳନ୍ଥରା ଅବକାରୀ କର୍ମଚାରୀ ଜି. କ୍ରୀଷ୍ଣା ରାଓ, ରିଙ୍କୁନ ପ୍ରଧାନ, ସୁଚିତା ଡୁଙ୍ଗ ଡୁଙ୍ଗ ପ୍ରମୁଖ ସାମିଲ ଥିଲେ।

କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ 'ଟିମ୍-୧୪୦'କୁ ତାଲ...