ନୂଆଦିଲ୍ଲୀ,୦୪/୦୨; ୧୯ ବର୍ଷରୁ କମ ଦିନିକିଆ ବିିଶ୍ୱକପ୍ ଦ୍ୱିତୀୟ ସେମି ଫାଇନାଲ୍ରେ ଆଜି ଭାରତ ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବେ । ୫ଥର ଚାମ୍ପିଅନ୍ ଭାରତୀୟ ଦଳ ଏଥର ସମସ୍ତ ମ୍ୟଚ ଜିତି ସେମି ଫାଇନାଲ୍ରେ ପ୍ରବେଶ କରିଛି । ଆଫଗାନିସ୍ତାନ ଦଳ ମଧ୍ୟ ଦମଦାର ପ୍ରଦର୍ଶନ କରି ସେମି ଫାଇନାଲ୍ରେ ପହଞ୍ଚିଛି । ଲିଗ୍ ରାଉଣ୍ଡ୍ରେ ଦଳ କେବଳ ଶ୍ରୀଲଙ୍କା ଠାରୁ ପରାଜିତ ହୋଇଥିଲା । ପୂର୍ବରୁ ୨୦୧୮ ଓ ୨୦୨୨ ବିଶ୍ୱକପ୍ ସେମି ଫାଇନାଲ୍ରେ ପରାଜିତ ହୋଇ ସାରିଥିବା ଆଫଗାନିସ୍ତାନ ଏଥର ବିପର୍ଯ୍ୟୟ ଘଟାଇବାକୁ ପ୍ରସ୍ତୁତ । ଭାରତ ଲଗାତାର ଷଷ୍ଠ ଥର ଟ୍ରଫି ନିଜ ନାମରେ କରିବାକୁ ଲକ୍ଷ୍ୟ ରଖିଛି ।
ଭାରତୀୟ ଦଳରେ ବହୁ ତାରକା ବ୍ୟାଟର ରହିଥିଲେ ହେଁ ଏପର୍ଯ୍ୟନ୍ତ ଦଳ କେବଳ ବୋଲିଂ ବିଭାଗର ପ୍ରଦର୍ଶନ ବଳରେ ଅପରାଜେୟ ରହିଛି । ବୈଭବ ସୂର୍ଯ୍ୟବଂଶୀ, ଆୟୂଷ ମାହତ୍ରେ, ଆରନ ଜର୍ଜ, ବେଦାନ୍ତ ତ୍ରିବେଦୀଙ୍କ ଭଳି ଖେଳାଳିମାନେ ଏପର୍ଯ୍ୟନ୍ତ ଦକ୍ଷତା ମୁତାବକ ପ୍ରଦର୍ଶନ କରିନାହାନ୍ତି । ବୋଲିଂ ବିଭାଗରେ ବିଭିନ୍ନତା ଭାରତୀୟ ଦଳକୁ ସ୍ୱତନ୍ତ୍ର କରିଛି । ଆଫଗାନିସ୍ତାନର ସ୍ପିନ୍ ବୋଲିଂ ବିଭାଗ ବେଶ୍ ଶକ୍ତିଶାଳୀ ରହିଥିବାବେଳେ ବ୍ୟାଟରମାନେ ମଧ୍ୟ ଉନ୍ନତ ପ୍ରଦର୍ଶନ କରୁଛନ୍ତି । ଫୈଜଲ ସିନୋଜାଦା ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସର୍ବାଧିକ ୩୨୫ ରନ ସଂଗ୍ରହ କରିସାରିଛନ୍ତି । ୧୯ ବର୍ଷରୁ କମ୍ କ୍ରିକେଟ୍ରେ ଉଭୟ ଦଳ ପୂର୍ବରୁ ୧୨ଥର ଭେଟିଛନ୍ତି । ଏଥିରୁ ଭାରତ ୧୦ଟି ମ୍ୟାଚ ଜିତିଥିବାବେଳେ ୨ଟି ମ୍ୟାଚରେ ପରାଜିତ ହୋଇଛି ।
ଭାରତୀୟ ଦଳ: ଆୟୂଷ ମାହତ୍ରେ(ଅଧିନାୟକ),ଭିହାନ ମଲହୋତ୍ରା(ଉପ ଅଧିନାୟକ), ବୈଭବସୂର୍ଯ୍ୟବଂଶୀ, ଆରନ ଜର୍ଜ, ବେଦାନ୍ତ ତ୍ରିବେଦୀ,ଅଭିଜ୍ଞାନ କୁଣ୍ଡୁ, ହରବଂଶ ସିଂହ, ଆରଏସ ଆମ୍ବ୍ରିସ,କନିଷ୍କ ଚୌହାନ, ଖିଲାନ ପଟେଲ,ମହମ୍ମଦଇନାନ, ହେନିଲ ପଟେଲ, ଦୀପେଶ ଦେବେନ୍ଦ୍ରନ,କିଷନ କୁମାର ସିଂହ, ଉଦ୍ଧବ ମୋହନ ।
ଏହା ବି ପଢନ୍ତୁ...ଡବ୍ଲୁପିଏଲ୍ ୨୦୨୬; ଚତୁର୍ଥ ଥର ଫାଇନାଲରେ ଦବଙ୍ଗ ଦିଲ୍ଲୀ, ସ୍ମୃତି-ଜେମିମା ଟ୍ରଫି ଟକ୍କର
ଅଷ୍ଟ୍ରେଲିଆକୁ ହରାଇ ଫାଇନାଲ୍ରେ ଇଂଲଣ୍ଡ- ୧୯ବର୍ଷରୁ କମ୍ ଦିନିକିଆ ବିଶ୍ୱକପ୍ରେ ପ୍ରଥମ ଦଳ ଭାବେ ଇଂଲଣ୍ଡ ଫାଇନାଲ୍ରେ ପ୍ରବେଶ କରିଛି । ମଙ୍ଗଳବାର ଅନୁଷ୍ଠିତ ସେମି ଫାଇନାଲ୍ ମୁକାବିଲାରେ ଇଂଲଣ୍ଡ ୨୭ ରନ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୨୭୭ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅଧିନାୟକ ଥୋମାସ ରିୟୁ ଶତକ ଅର୍ଜନ କରିଥିଲେ । ସେ ୧୪ଚୌକା ଓ ଗୋଟିଏ ଛକା ବଳରେ ୧୧୦ ରନ କରି ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ୟାଲେବ ଫାଲେକୋନର ୪୦, ଜୋଶେଫ ମୁର୍ସ ୨୫, ବେନ ମାୟେସ ୨୪, ଫରହାନ ଅ ହ ମ୍ମ ଦ ଅପରାଜିତ ୨୮ ରନ କରିଥିଲେ ।
ଅଷ୍ଟ୍ରେଲିଆ ପକ୍ଷରୁ ହେଡେନ ସ୍କିଲର ଓ ନାଦେନ କୁରେ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ଅଷ୍ଟ୍ରେଲିଆ ୪୭.୩ ଓଭରରେ ୨୫୦ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଅଧିନାୟକ ଓଲିଭର ପିକ ୮୮ଟି ବଲ୍ରୁ ୧୦ଚୌକା ଓ ୧ ଛକା ବଳରେ ୧୦୦ରନ୍ର ପାଳି ଖେଳିଥିଲେ । ହେଲେ ଅନ୍ୟ ପଟରେ ତାଙ୍କୁ ଉପଯୁକ୍ତ ସହାୟତା ମିଳି ନଥିଲା । ଅନ୍ୟମାନଙ୍କ ମଧ୍ୟରେ ନିତେଶ ସାମୁଏଲ ୪୭ ଓ ଆର୍ୟନ ଶର୍ମା ୩୪ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ସେବାଷ୍ଟିଆନ ମୋର୍ଗାନ, ଜେମ୍ସ ମିଣ୍ଟୋ, ମାନି ଲମ୍ସଡେନ ଓ ରାଲଫି ଆଲବର୍ଟ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।