ନୂଆଦିଲ୍ଲୀ,୮।୬: ଇଟାଲୀର ସିସିଲି ବନ୍ଦରରୁ ଗାଜା ଯିବା ପାଇଁ ବାହାରିଥିବା ସ୍ବୀଡିସ୍‌ ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟ୍ ଥନବର୍ଗଙ୍କ ଉପରେ ଇସ୍ରାଏଲର କଡା ଆଇନ। ରବିବାର ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଯେ କୌଣସି ସ୍ଥିତିରେ ଗ୍ରେଟା ଥନବର୍ଗ ଓ ତାଙ୍କ ୧୧ ସାଥୀଙ୍କୁ ଗାଜା ପଶିବାକୁ ଦିଆଯିବନି। ଗ୍ରେଟା ଥନବର୍ଗ ମେଡଲିନ୍ ନାମକ ଜାହାଜରେ ଗାଜାବାସୀଙ୍କ ପାଇଁ  ଜରୁରୀସାମଗ୍ରୀକୁ ନେଇକି ଯାଉଛନ୍ତି। ତାଙ୍କର ଏହି ଅଭିଯାନ ଗାଜାରେ ହେଉଥିବା ଇସ୍ରାଏଲର ଆକ୍ରମଣ ଓ ଗତ ୯୦ ଦିନ ଧରି ଜାରି ବନ୍ଦ ବିରୋଧରେ ରହିଛି।  

ଇସ୍ରାଏଲର ପ୍ରତିରକ୍ଷାମନ୍ତ୍ରୀ ଇସ୍ରାଏଲ କେଟଜ୍ କହିଛନ୍ତି, ଇସ୍ରାଏଲ ଯେ କୌଣସି ସ୍ଥିତିରେ ହମାସର ହତିଆର ଆମଦାନୀକୁ ରୋକିବା ପାଇଁ ପାଲୋଷ୍ଟାଇନ୍‌ରେ ଜାରି ନିଜର ସାମରିକ ନାକାବନ୍ଦୀକୁ ଭାଙ୍ଗିବାର ଅନୁମତି ଦେବ। ଆମର ଏହି ନୌସୈନିକ ନାକାବନ୍ଦୀର ଉଦେଶ୍ୟ ହମାସକୁ ମିଳୁଥିବା ହତିଆର ସପ୍ଲାଇକୁ ମୂଳରୁ ଶେଷ କରିବା।  

ସେ କହିଛନ୍ତି, ମୁଁ ଇସ୍ରାଏଲ ସେନାକୁ ନିର୍ଦେଶ ଦେଇଛି ଯେକୌଣସି ଭାବରେ ମେଡାଲିନ୍‌ ଜାହାଜ ଗାଜାରେ ପହଁଞ୍ଚି ନପାରୁ। ଗ୍ରେଟା ଥନବର୍ଗ ଓ ଏହାର ଇହୁଦୀ ବିରୋଧି ସାଥି ଓ ହମାସର ମୁଖପାତ୍ରଙ୍କୁ ମଧ୍ୟ ସିଧା ଭାବରେ  କେବଳ ଏତିକି କହିବି ପୁଣିଥରେ ଫେରିଯାଅ, କାରଣ ତମେ ଗାଜା ପହଁଞ୍ଚି ପାରିବନି।’ ୧ ଜୁନ୍‌ରୁ ଗାଜା ପାଇଁ ଆନ୍ଦୋଳନ କରୁଥିବା ଗ୍ରୁପ୍ ଫ୍ରିଡମ୍ ଫ୍ଲୋଟିଲା ମେଣ୍ଟ ମେଡାଲିନ୍ ନାମକ ଜାହାଜରୁ ଆନ୍ଦୋଳନ ଆରମ୍ଭ କରିଥିଲା। ଏଥିରେ ପ୍ରସିଦ୍ଧ ପରିବେଶବିତ୍‌ ଗ୍ରେଟା ଥନବର୍ଗ ଓ ଗେମ୍ ଅଫ୍ ଥ୍ରୋନ୍ସର ଆକ୍ଟରଙ୍କୁ ସାମିଲ କରାଯାଇଥିଲ। ୧୨ ଜଣ ସଦସ୍ୟ ଦଳ ଏହି ଯାତ୍ରାରେ ବାହାରି ଥିଲେ। ରିପୋର୍ଟ ଅନୁସାରେ, ତାଙ୍କ ପାଖରେ ଗାଜାବାସୀଙ୍କ ସାହାଯ୍ୟ ପାଇଁ ପାଇଁ ଅଟା, ବିସ୍କୁଟ, ପ୍ରୋଟିନ୍ ବାର୍‌, କ୍ଷୀର, ଚାଉଳ, ଛୋଟ ଶିଶୁଙ୍କ ଦରକାରୀ ସାମଗ୍ରୀ ଓ ପାଣି ସଫା କରୁଥିବା ଜିନିଷ ରହିଛି। ଗାଜାର ସାହାଯ୍ୟ କରିବା ପାଇଁ ଫ୍ରିଡମ୍ ଫ୍ଲୋଟିଲାର ଏହା ହେଉଛି ଦ୍ବିତୀୟ ଉଦ୍ୟମ। ଏହା ପୂର୍ବରୁ ସେ ଆଉ ଏକ ଜାହାଜରେ ଗାଜା ପହଁଞ୍ଚିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ଉପରେ ଡ୍ରୋନ୍ ଆଟାକ୍ ହୋଇଥିଲା। ସଂଗଠନ ଏହାର ଅଭିଯୋଗ ଇସ୍ରାଏଲ ଉପରେ ଲଗାଇଥିଲା।