ମୁମ୍ୱାଇ : ସଞ୍ଜୟ ଦତ୍ତ ସେହି ସୁପରଷ୍ଟାର , ଯିଏକି ଜୀବନରେ ବହୁତ କିଛି ଦେଖିଛନ୍ତି ଓ ସହିଛନ୍ତି। ଏହି କାହାଣୀ ଉପରେ ଫିଲ୍ମ ‘ସଞ୍ଜୁ’ ମଧ୍ୟ ତିଆରି ହୋଇ ସାରିଛି। ୬ବର୍ଷ ବୟସରେ ମାଆ ନର୍ଗିସ୍ ଦତ୍ତଙ୍କ ସାମ୍ନାରେ ପୂରା ସିଗାରେଟ୍‌ ଟାଣୁଥିବା ସଞ୍ଜୟ ଦତ୍ତ ୧୮ ବର୍ଷ ବୟସ ଯାଏ ଦୁନିଆର ସବୁ ନିଶାର ସ୍ୱାଦ ଚାଖି ସାରି ଥିଲେ। ଡ୍ରଗ୍ସ , ବୋମା ବିସ୍ଫୋରଣରେ ନାଁ ଆସି ଥିଲା , ଜେଲ୍‌ ଗଲେ ଏବଂ ଅଣ୍ଡରୱାର୍ଲ୍ଡ ସହ ସଂପର୍କ ବି ଥିଲା। ମାଆ-ବାପା ନିଶାରୁ ବାହାର କରିବା ପରେ ବର୍ଷ ବର୍ଷ ଯାଏ କୋର୍ଟର ଚକ୍କର କାଟିବାକୁ ପଡ଼ିଲା। ଯେବେ ସବୁ କିଛି ଠିକ୍‌ ହେଉ ଥିଲା, ସେତେବେଳେ ଷ୍ଟେଜ୍‌ ୪ ଲଙ୍ଗ୍‌ କ୍ୟାନସର ହୋଇଗଲା , ହେଲେ ଜୀବନର ପ୍ରତି ଯୁଦ୍ଧ ପରି ସେ ଏହା ସହ ବି ଲଢିଲେ ଏବଂ ବିଜୟ ହାସଲ କଲେ। ଆଜି ଆମେ ଆପଣଙ୍କୁ ସଞ୍ଜୟ ଦତ୍ତଙ୍କ ଜୀବନ ସହ ଜଡ଼ିତ ସେହି କାହାଣୀ କହୁଛୁ। ଯେବେ ଅଣ୍ଡରୱାର୍ଲ୍ଡର କନେକ୍ସନ ତାଙ୍କ ଉପରେ ପ୍ରଭାବ ପକାଇ ଥିଲା ଏବଂ ସଞ୍ଜୁ ବାବାଙ୍କ ଜୀବନ ବିପଦରେ ଥିଲା। 

ହୁସୈନ ଦୈଦି ନିଜର ପୁସ୍ତକ ମାଇ ନେମ୍‌ ଇଜ୍‌ ଅବୁ ସାଲେମ୍‌ରେ ସଞ୍ଜୟ ଦତ୍ତଙ୍କ ସହ ଜଡ଼ିତ ସବୁ କଥା ବଖାଣିଛନ୍ତି। ଏହି କଥା ୨୦୦୧ ମସିହାର, ଯେବେ ନ୍ୟୁ ଜର୍ସିରେ ବଲିଉଡ୍‌ର ଏକ ବଡ଼ ଇଭେଣ୍ଟ ରଖା ଯାଇ ଥିଲା। ଏହି ଇଭେଣ୍ଟରେ ସଞ୍ଜୟ ଦତ୍ତ ମଧ୍ୟ ସାମିଲ ହୋଇଥାନ୍ତେ। ଏବି ସମୟରେ ଅଣ୍ଡରୱାର୍ଲ୍ଡ ଡନ୍‌ ଓ ଛୋଟା ରାଜନ ଓ ଛୋଟା ସକିଲ , ଅବୁ ସାଲେମଙ୍କ ଜୀବନର ଶତ୍ରୁ ପାଲଟି ଥିଲେ। ଏଥିପାଇଁ ଏବୁ ସାଲେମ୍‌ ଜୀବନ ବଞ୍ଚାଇ ଆମେରିକାରେ ଲୁଚି ଥିଲା। 


ସଞ୍ଜୟ ଦତ୍ତଙ୍କୁ ମାରିବାକୁ ପୂରା ପ୍ଲାନିଂ କରିଥିଲା ଅବୁ ସାଲେମ୍‌ –

ଯେବେ ଅବୁ ସାଲେମ୍‌ ଏହି କଥା ଜାଣି ପାରିଲା ଯେ,  ସଞ୍ଜୟ ଦତ୍ତ ନ୍ୟୁ ଜର୍ସିରେ ଏହି ଇଭେଣ୍ଟରେ ସାମିଲ ହେବାକୁ ଆସୁଛନ୍ତି, ତ ସେ ସଞ୍ଜୁ ବାବାଙ୍କୁ କଲ୍‌ କରି କହିଲା ଯେ, ଯେଉଁ ଷ୍ଟାଡିୟମରେ ଇଭେଣ୍ଟ ଅଛି, ସେ ସେଠାକୁ ତାଙ୍କୁ ଭେଟିବାକୁ ଆସିବ। ସେହି ସମୟରେ ସଞ୍ଜୟ ଦତ୍ତ ଓ ଅବୁ ସାଲେମ୍‌ ପରସ୍ପରର ବନ୍ଧୁ ଭାବେ ପରିଚିତ ଥିଲେ ତ , ଅଭିନେତା ତାଙ୍କର କଥାରେ ରାଜି ହୋଇଥିଲେ। ଭେଟିବାକୁ ସହମତି ଦେଇ ଥିଲେ। ଏବେ ଛୋଟା ସକିଲର ଗ୍ୟାଙ୍ଗ୍‌ ରେ ଅବୁ ସାଲେମ୍‌ ନିଜର ଜଣେ ଇନଫର୍ମର ରଖି ଥିଲା। ସେ ଅବୁକୁ ଫୋନ୍‌ କରି କହିଲା କି ଏହି ଇଭେଣ୍ଟରେ ଛୋଟା ସକିଲ , ସଲିମ୍‌କୁ ହତ୍ୟା କରିବାକୁ  ପ୍ଲାନିଂ କରି ସାରିଛି,ଖାଲି ଏତିକି ନୁହେଁ , ସେ ଷ୍ଟାଡିୟମର ରେକି ବି କରି ସାରିଛି। ଅବୁ ସାଲେମ ଓ ସଞ୍ଜୟ ଦତ୍ତଙ୍କର ଭେଟ ହେବା କଥା କେବଳ ସେ ଦୁହେଁ ହିଁ ଜାଣି ଥିଲେ , ଏଥିରେ ଅବୁ ଭାବିଲା କି ଯେତେବେଳେ ଏହି କଥା ଆଉ କାହାକୁ ଜଣା ନାହିଁ ତ, ସଞ୍ଜୟ ଦତ୍ତ ହିଁ ଏହା ଜଣାଇ ଦେଇଛି । ଏହା ପରେ ବନ୍ଧୁତା ଶତ୍ରୁତାରେ ପରିଣତ ହୋଇଗଲା ଏବଂ ଅଭିନେତାଙ୍କ ଜୀବନର ଶତ୍ରୁ ପାଲଟି ଗଲା । 

ଅବୁ ସାଲେମ୍‌ ପଠାଇ ଥିଲା ୪ ସୁଟର  -

ପରେ ଅବୁ ସାଲେମ୍‌ ଏହି ଇଭେଣ୍ଟକୁ ତ ଗଲା ନାହିଁ , କିନ୍ତୁ ସେ ସଞ୍ଜୟ ଦତ୍ତଙ୍କୁ ମାରିବା ପାଇଁ ଫୁଲ୍‌ ଟୁ ପ୍ଲାନିଂ କରି ନେଇଥିଲା। ସଞ୍ଜୟ ଦତ୍ତଙ୍କ ଫିଲ୍ମ କାଣ୍ଟେର ସୁଟିଂ ଚାଲି ଥିଲା, ତ ସେ ଏହାର ଗୀତ ଇଶ୍କ ସମନ୍ଦର ର ସୁଟିଂ ପାଇଁ ୪ ମାସ ପରେ ଗୋଆ ଗଲେ। ଅବୁ ସାଲେମ ସେଠାରେ ତାଙ୍କୁ ମାରିବା ପାଇଁ ୪ ଜଣ ସୁଟର ପଠାଇ ଥିଲା। ଅବୁ ସୁଟରଙ୍କୁ ସ୍ପଷ୍ଟ କହି ଦେଇ ଥିଲା କି ଏୟାରପୋର୍ଟରେ ମାର ନୁହେଁ ତ ଗୋଆରେ , କିନ୍ତୁ ସେ ଯେମିତି ବଞ୍ଚି ନଯାଉ। ଏବେ ଗୋଆ ପହଞ୍ଚିବା କ୍ଷଣି ସଞ୍ଜୟ ଦତ୍ତଙ୍କୁ ଏହି କଥାର ଖବର ମିଳି ଗଲା ଯେ, ଅବୁ ସାଲେମ ତାର ୪ ସୁଟର ପଠାଇଛି। ଏହାପରେ ସେ ତୁରନ୍ତ ନିଜର ବନ୍ଧୁ ସଞ୍ଜୟ ଗୁପ୍ତାଙ୍କ ଘରେ  ଲୁଚି ଗଲେ ଏବଂ ଅନେକ ଦିନ ଯାଏ ଭୟ ଭିତରେ ରହିବେ। 

ଅଭିନେତା ସେଠାରୁ ଅନେକ ଲୋକଙ୍କୁ କଲ୍ କରି ସାହାଯ୍ୟ ମାଗିଲେ, ହେଲେ କେହି ସାହାଯ୍ୟ କଲେ ନାହିଁ। ସେତେବେଳେ ସଞ୍ଜୁ ବାବା ଆକବର ଖାନଙ୍କୁ କଲ୍‌ କଲେ , ଯିଏ କି ଅବୁ ସାଲେମ୍‌ର ନିକଟତର ଥିଲା। ଆକବରକୁ ସଞ୍ଜୟ ସବୁ ସତ କହିଲେ ,ସେ କାହାକୁ ଜଣାଇ ନଥିଲେ। ସେତେବେଳେ ଯାଇ ସେ ଅବୁ ସାଲେମ ସହ କଥା ହେଲେ ଏବଂ ଏହାପରେ ସାଲେମ ନିଜ ସୁଟରଙ୍କୁ ମାରିବାକୁ ରୋକିଲା।