ଭୁବନେଶ୍ବର, ୦୧|୦୨: ମାତ୍ର କିଛି ଘଣ୍ଟାର ଅପେକ୍ଷା । ପ୍ରଥମ ଥର ପାଇଁ ଡିଜିଟାଲ୍ ପ୍ଲାଟଫର୍ମରେ ୟୁନିୟନ ବଜେଟ୍ । କେବଳ ପ୍ରମେୟ ଡିଜିଟାଲରେ ଏହାର ସିଧାପ୍ରସାରଣ ଦେଖିପାରିବେ । ସଂସଦରେ ଉପସ୍ଥାପନ ହେବ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗାମୀ ଆର୍ଥିକ ବର୍ଷର ବଜେଟ୍ ଲେଖାଜୋଖା ରଖିବେ । ସଂସଦରେ ଉପସ୍ଥାପନ ହେବ ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ଦେଶର ଆୟବ୍ୟୟ ଅଟକଳ । ବାହ୍ୟ ଅସ୍ଥିରତା ଏବଂ ଭୂ-ରାଜନୈତିକ ସମସ୍ୟାକୁ ପ୍ରତିହତ କରିବାକୁ ଏଥର ବଜେଟରେ ଅର୍ଥମନ୍ତ୍ରୀ ସୀତାରମଣ ଘରୋଇ ଅର୍ଥବ୍ୟବସ୍ଥାର ଦୃଢ଼ୀକରଣ ପାଇଁ ଭିଡ଼ିପାରନ୍ତି ଅଣ୍ଟା । ପ୍ରତିବର୍ଷ ଭଳି ଅର୍ଥନୀତି, ଯୁବପିଢ଼ି, ମହିଳା, ବେତନଭୋଗୀ ଏବଂ ମଧ୍ୟବିତ୍ତଙ୍କୁ ଦିଆଯାଇପାରେ ପ୍ରାଧାନ୍ୟ । ଫୋକସ୍ରେ ରହିବ ଆର୍ଥିକ ବିକାଶ ଓ ନିଯୁକ୍ତି ।
ତେବେ ୟୁନିୟନ ବଜେଟର ଟିକିନିକ୍ ଖବର ଆମେ ପହଞ୍ଚାଇବୁ ଆପଣଙ୍କ ପାଖରେ । ଅର୍ଥାତ୍ ପ୍ରଥମ ଥର ପାଇଁ ପ୍ରମେୟ ଡିଜିଟାଲରେ ୟୁନିୟନ ବଜେଟ୍ ୨୦୨୬ର ସିଧାପ୍ରସାରଣ । ସଂସଦ ଭବନରୁ ସିଧାପ୍ରସାରଣ ଦେଖିପାରିବେ ପ୍ରମେୟ ଡିଜିଟାଲ ୟୁଟ୍ୟୁବର ଚ୍ୟାନେଲ । କେବଳ ଏତିକି ନୁହେଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାମରଣଙ୍କ ବଜେଟ୍ ଉପରେ ଚାଲିବ ନନଷ୍ଟପ୍ ତର୍କ-ବିତର୍କ । ୟୁନିୟନ ବଜେଟରେ କ’ଣ ବଢ଼ିବ କ’ଣ ଶସ୍ତା ହେବ । ଆମେ ଦେଖାଇବୁ ମଧ୍ୟବିତ୍ତଙ୍କ ଉପରେ କ’ଣ ରହିବ ବଜେଟ-୨୦୨୬ର ପ୍ରଭାବ । ବଜେଟକୁ ନେଇ ଷ୍ଟୁଡିଓରେ ହେବ ପୋଷ୍ଟମର୍ଟମ । ଦେଖିବାକୁ ଅନୁରୋଧ । ଦେଖିବେ ନିଜର ମତାମତ ଦେବେ । ଲାଇକ୍, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଭୁଲିବେ ନାହିଁ ।