ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର କ୍ୟାବିନେଟ ୨୦୨୫-୨୬ ଖରିଫ ଋତୁ ପାଇଁ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP)କୁ ଅନୁମୋଦନ କରିଛି। ଏହି ୧୪ଟି ଖରିଫ ଫସଲରେ ଧାନ ବ୍ୟତୀତ ଜୁଆର, ବାଜରା, ରାଶି, ମକା, ହରଡ, ମୁଗ, ଉରାଦ, କପା, ଚିନାବାଦାମ, ସୂର୍ଯ୍ୟମୁଖୀ, ସୋୟାବିନ୍, ତିଲ ଅନ୍ତର୍ଭୁକ୍ତ। ୨୦୨୫-୨୬ ଖରିଫ ଋତୁ ପାଇଁ ହରଡର ସର୍ବନିମ୍ନ ସହାୟକ ମୂଲ୍ୟ ୪୫୦ ଟଙ୍କା ବୃଦ୍ଧି କରି ପ୍ରତି କ୍ୱିଣ୍ଟାଲ ୮୦୦୦ ଟଙ୍କା, ଉରାଦ ୪୦୦ ଟଙ୍କା ବୃଦ୍ଧି କରି ପ୍ରତି କ୍ୱିଣ୍ଟାଲ ୭୮୦୦ ଟଙ୍କା ଏବଂ ମୁଗ ୮୬ ଟଙ୍କା ବୃଦ୍ଧି କରି ପ୍ରତି କ୍ୱିଣ୍ଟାଲ ୮୭୬୮ ଟଙ୍କା କରାଯାଇଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ୬୯ ଟଙ୍କା ବୃଦ୍ଧି କରି ପ୍ରତି କ୍ୱିଣ୍ଟାଲ୨,୩୬୯ ଟଙ୍କା କରିବାକୁ ମଞ୍ଜୁରୀ ଦେଇଛନ୍ତି। ଏହି ଫସଲ ପାଇଁ ମୋଟ ସର୍ବନିମ୍ନ ସହାୟକ ମୂଲ୍ୟ ୨,୦୭,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ସୁନିଶ୍ଚିତ କରିଛନ୍ତି ଯେ ଚାଷୀ ମାନେ ସେମାନଙ୍କ ଖର୍ଚ୍ଚର ଅତି କମରେ ୫୦ ପ୍ରତିଶତ ମାର୍ଜିନ୍ ପାଇବେ।
କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି କି,"କୃଷକ ମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଗତ ୧୦-୧୧ ବର୍ଷ ମଧ୍ୟରେ ଖରିଫ ଫସଲ ପାଇଁ MSPରେ ଏକ ବଡ଼ ବୃଦ୍ଧି କରାଯାଇଛି। ଏହି ପର୍ଯାୟରେ ୨୦୨୫-୨୬ ଖରିଫ ଋତୁ ପାଇଁ MSP କ୍ୟାବିନେଟ ଦ୍ୱାରା ଅନୁମୋଦନ କରାଯାଇଛି। ମୋଟ ପରିମାଣ ପ୍ରାୟ୨,୦୭,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପ୍ରତ୍ୟେକ ଫସଲ ପାଇଁ ଖର୍ଚ୍ଚ ସହିତ ୫୦ ପ୍ରତିଶତ ହିସାବରେ ନିଆଯାଇଛି।
କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆହୁରି ମଧ୍ୟ କହିଛନ୍ତି ଯେ, ଚାଷୀଙ୍କ ପାଇଁ ସୁଧ ରିହାତି ବଜାୟ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି, ଯାହାର ମୂଲ୍ୟ ୧୫,୬୪୨ କୋଟି ଟଙ୍କା ହେବ। ସେ କହିଛନ୍ତି,"କିଷାନ କ୍ରେଡିଟ୍ କାର୍ଡ (KCC) ଉପରେ ୪ ପ୍ରତିଶତ ସୁଧରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ଦେଶରେ ୭.୭୫ କୋଟିରୁ ଅଧିକ କିଷାନ କ୍ରେଡିଟ୍ କାର୍ଡ ଆକାଉଣ୍ଟ ଅଛି। ଏହା ଏବେ ଛୋଟ ଏବଂ ସୀମାନ୍ତ ଚାଷୀଙ୍କୁ ବଡ଼ ଧରଣର ଲାଭ ଦେବ।"
କେନ୍ଦ୍ର ମନ୍ତ୍ରୀ କହିଛନ୍ତି,"କେନ୍ଦ୍ର କ୍ୟାବିନେଟ ସୁଧ ସବସିଡି ଯୋଜନାକୁ ଅନୁମୋଦନ କରିଛି। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ କିଷାନ କ୍ରେଡିଟ୍ କାର୍ଡ ଆରମ୍ଭ ହୋଇଥିଲା। ଏହା ଚାଷୀ ମାନଙ୍କୁ ସେମାନଙ୍କ କାମ ପାଇଁ ଋଣ ନେବା ବହୁତ ସହଜ କରିଛି। ଏହି ଯୋଜନାରେ, ଚାଷୀମାନଙ୍କୁ ୪ ପ୍ରତିଶତ ସୁଧରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବାକୁ ଧ୍ୟାନ ଦିଆଯାଇଛି। ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ କୌଣସି ଗ୍ୟାରେଣ୍ଟି ନିଆଯିବ ନାହିଁ।