କୋଣାର୍କ, ୨୦।୧୧ ; ସପତ୍ନୀକ କୋଣାର୍କ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚଡି କୁମାରସ୍ଵାମୀ। ଗୁରୁବାର ସକାଳ ୯ଟାରେ ସେ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। କୋଣାର୍କ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ବିମୋହିତ ହୋଇଛନ୍ତି।

କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚଡି କୁମାରସ୍ଵାମୀ ଗୁରୁବାର ସକାଳେ ତାଙ୍କ ପତ୍ନୀଙ୍କ ସହ କୋଣାର୍କ ମନ୍ଦିର ବୁଲି ଦେଖିଥିଲେ। ସ୍ଵୀକୃତିପ୍ରାପ୍ତ ଗାଇଡ ବିଶେଶ୍ୱର ଦାଶ ତାଙ୍କୁ ସୂର୍ଯ୍ୟମନ୍ଦିର ସମ୍ପର୍କରେ ସବୁକିଛି ବୁଝାଇଥିଲେ। ଶେଷରେ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରି କେନ୍ଦ୍ରମନ୍ତ୍ରୀ ପୁରୀ ଫେରିଥିଲେ। ଏହି ଗସ୍ତ ସମୟରେ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।