ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ହେଲିକପ୍ଟର ଯାଞ୍ଚ

Published By : Anindita Ratha | November 13, 2024 12:30 PM

ନୂଆଦିଲ୍ଲୀ,୧୩/୧୧:  କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ହେଲିକପ୍ଟର ଯାଞ୍ଚ। ମହାରାଷ୍ଟ୍ର ଲାଟୁରରେ ଗଡକରୀଙ୍କ ଚପରକୁ ଯାଞ୍ଚ କରିଛନ୍ତି ନିର୍ବାଚନ କର୍ତ୍ତୃପକ୍ଷ। ଶିବସେନା ୟୁବିଟି ନେତା ଉଦ୍ଧବ ଠାକରେଙ୍କ ଦୁଇଟି ବ୍ଯାଗକୁ ୟାବତମାଲ ଓ ଲାଟୁରରେ ଯାଞ୍ଚ କରାଯିବା ପରେ ଗଡକରୀଙ୍କ ହେଲିକପ୍ଟର ବି ଯାଞ୍ଚ କରାଯାଇଛି। ମହାରାଷ୍ଟ୍ରରେ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଯାଇଥିବାବେଳେ ଗଡକରୀ ଯାଞ୍ଚର ସମ୍ମୁଖୀନ ହୋଇଥିବା ଜଣାପଡିଛି। 

ପ୍ରକାଶ ଥାଉକି, ଗତ ସୋମବାର ଉଦ୍ଧବଙ୍କ ବ୍ଯାଗ ଯାଞ୍ଚକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ନିର୍ବାଚନ ପ୍ରକ୍ରିୟାରେ ତାଙ୍କୁ ଟାର୍ଗେଟ କରାଯାଉଛି ବୋଲି ଅଭିଯୋଗ କରିଥିଲେ ଉଦ୍ଧବ। ରାଜ୍ଯରେ ନିର୍ବାଚନ ଆଚରଣ ବିଧି କାର୍ଯ୍ୟକାରୀ ହେବା ପରେ ନିର୍ବାଚନ ଅଧିକାରୀ ଯାଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି। ଉଦ୍ଧବ କହିଥିଲେ- ସେ ହେଉଛନ୍ତି ପ୍ରଥମ ନେତା ଯାହାଙ୍କ ବ୍ଯାଗ ଯାଞ୍ଚ ହୋଇଛି। ବିରୋଧୀଙ୍କୁ ଟାର୍ଗେଟ କରାଯାଉଛି ବୋଲି ଅଭିଯୋଗ କରିଥିଲା ମହାବିକାଶ ଅଘାଡି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.