ପୁରୀ,୨୬/୦୬: ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ସହର ଚଳଚଞ୍ଚଳଥିବା ବେଳେ ଗୁରୁବାର ସନ୍ଧ୍ୟା ପ୍ରାୟ ୮ଟାରେ ଜଟିଆ ବାବାଜୀ ଛକ ନିକଟରେଏକ ଅଜଣା ବ୍ୟାଗ ପଡ଼ିଥିବା ଖବର ପ୍ରଚାର ପରେ ଲୋକଙ୍କ ମନରେ ଛନକାପଶିଥିଲା । ଏ ସମ୍ପର୍କରେ ଖବର ପାଇବା ପରେ କୁମ୍ଭାରପଡ଼ା ଥାନା ପୁଲିସ୍ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲା। ସୁରକ୍ଷା ଦୃଷ୍ଟିକୋଣରୁସାଇଣ୍ଟିଫିକ୍ ଟିମ୍ ଦ୍ୱାରା ବ୍ୟାଗଟିକୁ ଯାଞ୍ଚ କରାଯାଇଥିଲା । ପରବର୍ତ୍ତୀ ଯାଞ୍ଚରେ ଜଣାପଡ଼ିଲା ଯେ ବ୍ୟାଗଟିରେ କେବଳ କିଛି କପଡ଼ା ରହିଥିଲା । କୌଣସି ସନ୍ଦେହ ଜନକ କିମ୍ବା ବିପଜ୍ଜନକ ସାମଗ୍ରୀ ମିଳିନଥିବା ପୁଲିସ ସ୍ପଷ୍ଟ କରିଛି ।

ପ୍ରାଥମିକ ଭାବେ ଅନୁମାନ କରାଯାଉଛି ଯେ କେହି ବ୍ୟକ୍ତି ତାଙ୍କର କପଡ଼ାଭତ୍ତି ର୍ ବ୍ୟାଗଟି ସେଠାରେ ଛାଡ଼ି ଯାଇଥିବେ । ବର୍ତ୍ତମାନ ବ୍ୟାଗଟିକୁ କୁମ୍ଭାରପଡ଼ା ଥାନାରେ ସୁରକ୍ଷିତ ଭାବେ ରଖାଯାଇଛି । କୌଣସି ସନ୍ଦେହ ଜନକ ବସ୍ତୁ ଦେଖିଲେ ତୁରନ୍ତ ନିକଟସ୍ଥ ପୁଲିସ୍ ଷ୍ଟେସନକୁ ଜଣାଇବାକୁ ପୁଲିସ୍ ପରାମର୍ଶ ଦେଇଛି ।

ଅଧିକ ପଢ଼ନ୍ତୁ :-  School Bag : ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ବ୍ୟାଗ୍