ଉଦଳା,୦୧/୧୦: ଡ୍ୟାମ୍‌ରୁ ମିଳିଲା ମହିଳାଙ୍କ ମୃତଦେହ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୋନ ଡ୍ୟାମ ଗେଟ୍‌ ନିକଟରେ ଅଜଣା ମୃତଦେହ ଠାବ ହୋଇଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ ।

ସୂଚନା ମୁତାବକ, କପ୍ତିପଦା ଥାନା ସୋନ ଡ୍ୟାମ୍‌ ଗେଟ୍ ନିକଟରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ଦେଖିଥିଲେ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ କପ୍ତିପଦା ପୁଲିସକୁ ଖବର ଦେଇଥିଲେ । ଖବର ପାଇ କପ୍ତିପଦା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଡ୍ୟାମ୍‌ରୁ ମୃତଦେହକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଯାଇଛି । ହେଲେ ବର୍ତ୍ତମାନ ଯାଏଁ ତାଙ୍କର କୌଣସି ପରିଚୟ ମିଳିନାହିଁ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।