ମୁନିଗୁଡ଼ା, ୦୪/୦୯: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ରାମନାକୁପୁଲି ନିକଟ କାଣିଯୋଡି ନାଳରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ବୟସ ପାଖାପାଖି ୪୦ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ତାଙ୍କ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ପୁଲିସ ।

ସୂଚନା ମୁତାବକ, ରାମନାକୁପୁଲି ନିକଟ କାଣିଯୋଡି ନାଳରେ ଜଣେ ମହିଳାଙ୍କ ଗଳିତ ମୃତଦେହ ପଡ଼ିଥିବା ସ୍ଥାନୀୟଲୋକେ ଦେଖିଥିଲେ । ଏହା ଦେଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ମୁନିଗୁଡା ପୁଲିସ ପହଞ୍ଚି ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି । ମହିଳାଙ୍କ ପରିଚୟ ଏବଂ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି ପୁଲିସ ।