ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଅଜଣା ଗାଡ଼ି ଧକ୍କାରେ ଅଜଣା ଯୁବକ ମୃତ

Published By : Gurupada Nath | December 10, 2024 8:14 PM

ବେଲବାହାଳି,୧୦/୧୨ : ଆନନ୍ଦପୁର ଉପଖଣ୍ଡ ଶାଳପଡା କଲୋନୀ ସାମ୍ନା ୨୦ନଂ ଜାତୀୟ ରାଜପଥ ଉପରେ ସନ୍ଧ୍ୟା ସମୟରେ ବାଇକ୍ ଉପରେ ଚଢ଼ିଗଲା ଅଜଣା ଗାଡି । ଫଳରେ ଜଣେ ଯୁବକର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଯୁବକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନଥିବାବେଳେ ଗାଡି ନଂ OR04N-1996 ବୋଲି ଜଣା ପଡ଼ିଛି । 

ସୂଚନା ମୁତାବକ  ଯାଜପୁର ପଟୁ ଦ୍ରୁତଗତିରେ କୌଣସି ଏକ ଅଜଣା ଗାଡି କେନ୍ଦୁଝର ଆଡକୁ ଯାଉଥିବାବେଳେ ଯୁବକ ଜଣକ ବାଇକରେ କେନ୍ଦୁଝର ପଟୁ ଯାଜପୁର ଆଡକୁ ଯାଉଥିଲେ । ସମ୍ନାସାମ୍ନି ଧକ୍କା ହୋଇ ଯୁବକ ଜଣକ ତଳେ ପଡିଯାଇଥିଲେ । ଫଳରେ ବାଇକ ସହ ଯୁବକଙ୍କ ମୁଣ୍ଡ ଉପରେ ଅଜଣା ଗାଡିଟି ଚଢି ଯାଇ ଖସି ପଳାଇଥିବା ସୂଚନା ମିଳିଛି । ସଙ୍ଗେ ସଙ୍ଗେ ଲୋକମାନେ ଏକତ୍ରିତ ହେବା ପରେ ରାସ୍ତାରେ ଗାଡ଼ି ଜାମ ହୋଇଥିଲା । ପରେ ପୋଲିସକୁ ଖବର ଦେବା ସହ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ପୋଲିସ ଏବଂ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ଥିଲା । ଶବ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡ଼ିକାଲକୁ ଶବକୁ ନେବା ସହ ଘଟଣାସ୍ଥଳରୁ ବାଇକ ଜବତ କରିବା ସହିତ ଅଧିକ ତଦନ୍ତ କରୁଛି ଘଷିପୁରା ପୋଲିସ। ପରେ ଲୋକମାନଙ୍କୁ ବୁଝାସୁଝା କରି ରାସ୍ତା ଖାଲି କରିଥିବା ଜଣା ପଡିଛି । ଦୀର୍ଘ ଦିନ ଧରି ଗୋଟିଏ ଲାଇନ୍ ରାସ୍ତାରେ ଗାଡ଼ି ଯିବା ଆସିବା କରୁଥିବାରୁ ପ୍ରତ୍ୟେକ ଦିନ କିଛିନା କିଛି ଦୁର୍ଘଟଣା ଘଟି ସାଧାରଣ ଲୋକଙ୍କ ଧନଜୀବନ ନଷ୍ଟ ହେଉଛି । ଏଥିପ୍ରତି ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ତୁରନ୍ତ ଦୁଷ୍ଟି ଦେଇ ଏହାର ସମାଧାନ କରିବା ପାଇଁ ସାଧାରଣ ଲୋକେ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.