ପୁରୀ ୧୨/୦୪: ଓଲଟା ଉଡ଼ିଲା ବାନା। ଶ୍ରୀମନ୍ଦିର ନୀଳଚକ୍ର ଉପରେ ପତାକା ଦକ୍ଷିଣରୁ ଉତ୍ତରକୁ ଉଡୁଥିଲା। ହେଲେ ସିଂହଦ୍ବାର ପାର୍ଶ୍ବ ଚାଉଣୀ ମଠ ପରିସର ମନ୍ଦିର ଉପରେ ପତାକା ପଶ୍ଚିମରୁ ପୂର୍ବକୁ ଉଡୁଥିଲା। ଶନିବାର ସନ୍ଧ୍ୟାରେ ଏହା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଶ୍ରଦ୍ଧାଳୁ ଓ ସେବାୟତଙ୍କ ମହଲରେ ଉଦ୍ବେଗ ପ୍ରକାଶ ପାଇଛି ।

ସେହିଭଳି ଶନିବାର ଶ୍ରୀମନ୍ଦିର ନୀଳଚକ୍ରରେ ଚିଲ ବସିବାର ଦୃଶ୍ୟ ଦେଖି ପୁଣି ଶ୍ରଦ୍ଧାଳୁ ଓ ସେବାୟତଙ୍କ ମହଲରେ ଉଦ୍ବେଗ ପ୍ରକାଶ ପାଇଛି । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଅର୍ଥାତ୍ ଅପରାହ୍ଣ ପ୍ରାୟ ୫ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଅନେକ ସମୟ ଶ୍ରୀମନ୍ଦିର ଚୂଡ଼ାରେ ଏହି ଚିଲ ଚକ୍କର କାଟିବା ପରେ ନୀଳଚକ୍ର ଉପର ପତିତପାବନା ଉପରେ ବସିଥିଲା ।

ଅଧିକ ପଢ଼ନ୍ତୁ :-  ଜମି ବେଞ୍ଚମାର୍କ ଚଡ଼କ: ୨୦୦% ଯାଏ ବଢିଲା ଜମି ଦର, ରେଜିଷ୍ଟ୍ରି ଫି ଓ ଷ୍ଟାମ୍ପ ଡ୍ୟୁଟିରେ ଡବଲ

ଏନେଇ ବରିଷ୍ଠ ସେବାୟତ ସୁନୀଲ ପୂଜାପଣ୍ଡା କହିଛନ୍ତି, କୋଭିଡ୍ ମହାମାରୀ ପୂର୍ବରୁ ଏପରି ବାରମ୍ବାର ଅଶୁଭ ସଙ୍କେତ ସରକାର ଓ ଲୋକଙ୍କୁ ଚେତାଇ ଦେଉଥିଲା । ଏବେ ପୁନଶ୍ଚ ଏପରି ଦୃଶ୍ୟ ଦେଖାଯିବା ଚେତାବନୀ ବୋଲି ଧରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।