ନୂଆଦିଲ୍ଲୀ,୧୭/୧୧; ସମ୍ପର୍କରେ ଫାଟ, ପରିବାରରେ ଝଡ଼ । ଦାଣ୍ଡରେ ପଡି ହାଟରେ ଗଡୁଛି ଲାଲୁ ଯାଦବଙ୍କ ଘର କଳି । ବିହାର ବିଧାନସଭା ନିର୍ବାଚନରେ ଆରଜେଡିର ଶୋଚନୀୟ ପରାଜୟ ଲାଲୁଙ୍କ ପରିବାର ପାଇଁ ମହାସଙ୍କଟ ଆଣିଛି । ଜଟିଳ ରୂପ ନେଇଛି ପାରିବାରିକ କଳି । ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟଙ୍କ ପରେ ଆଉ ୩ ଝିଅ ପାଟନାସ୍ଥିତ ବାପଘର ଛାଡ଼ିଛନ୍ତି । ୩ ଭଉଣୀ ରାଜଲକ୍ଷ୍ମୀ, ରାଗିଣୀ ଓ ଚନ୍ଦା ନିଜ ପିଲାମାନଙ୍କ ସହ ଦିଲ୍ଲୀ ପଳାଇଛନ୍ତି । ଲାଲୁଙ୍କ ପରିବାରର ଏହି ଫାଟ ନେଇ ୟୁପି କନେକ୍ସନ ଥିଲା ଚର୍ଚ୍ଚା ହେଉଛି । ପୂର୍ବ ସାଂସଦଙ୍କ ଜ୍ୱାଇଁଙ୍କୁ ବିବାଦର କାରଣ ବୋଲି କୁହାଯାଉଛି ।
ନିର୍ବାଚନ ଫଳ ଆସିବା ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ଓ ଉଭଣୀ ରୋହିଣୀଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ପରାଜୟ ପାଇଁ ତେଜସ୍ୱୀ ବଡ଼ ଭଉଣୀ ରୋହିଣୀଙ୍କୁ ସବୁ ଦୋଷ ଦେଇଥିଲେ । ଖାଲି ସେତିକି ନୁହେଁ ରୋହିଣୀଙ୍କୁ ଗାଳି କରିବା ସହିତ ତାଙ୍କ ଉପରକୁ ଚପଲ ଫିଙ୍ଗିଥିବା ଅଭିଯୋଗ ହୋଇଛି । ଲାଲୁଙ୍କ ୭ ଝିଅଙ୍କ ମଧ୍ୟରେ ଜଣେ ହେଉଛନ୍ତି ରୋହିଣୀ । ସେ ପେସାରେ ଡାକ୍ତର । ଲାଲୁଙ୍କ ପରିବାରରେ ଫାଟ ନେଇ ୟୁପି କନେକ୍ସନ ସାମ୍ନାକୁ ଆସିଛି । ୟୁପି ତୁଲସିପୁର ପୂର୍ବ ଚେୟାରମ୍ୟାନ ହତ୍ୟା ମାମଲାରେ ରାଜବାନ ଜହିରଙ୍କ ଜ୍ୱାଇଁ ରମିଜ ନେମାତ ଖାନ୍ଙ୍କୁ କାରଣ ବୋଲି କୁହାଯାଉଛି । ସଞ୍ଜୟ ଯାଦବ ଓ ରମିଜ ନେମାତ ଖାନ୍ଙ୍କ କହିବା ପରେ ସେ ରାଜନୀତି ଛାଡ଼ିଥିବା କହିଥିଲେ । ଉଭୟ ତେଜସ୍ୱୀଙ୍କ ପୁରୁଣା ବନ୍ଧୁ ଓ ତାଙ୍କ କୋର୍ ଟିମ୍ ସଦସ୍ୟ । ରମିଜ ବଳରାମପୁର ଜିଲ୍ଲାର ଭଙ୍ଗାକାଲା ଗାଁର ବାସିନ୍ଦା । ସେ ପୂର୍ବତନ ସାଂସଦ ରିଜୱାନ ଜହିରଙ୍କ ଜ୍ୱାଇଁ । ତାଙ୍କ ବିରୋଧରେ ଏନଏସଏ ଏବଂ ବ୍ୟାଙ୍ଗଷ୍ଟର ଆଇନ ଅନୁଯାୟୀ ମାମଲା ରୁଜ୍ଜୁ ହୋଇଛି ।