ନୂଆଦିଲ୍ଲୀ : ଗୁରୁ ରବିଦାସ ଜୟନ୍ତୀରେ ବୁଧବାର ୟୁପିରେ ସାର୍ବଜନିକ ଅବକାଶ ଘୋଷିତ କରାଯାଇଛି। ଯୋଗୀ ସରକାର ବୁଧବାର ଏହି ବିଷୟରେ ସରକାରୀ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ଅନୁସାରେ ,ପୂର୍ବରୁ ଗୁରୁ ରବିଦାସ ଜୟନ୍ତୀରେ ପ୍ରତିବନ୍ଧିତ ଛୁଟି ଘୋଷଣା କରାଯାଇ ଥିଲା। ଏବେ ଏହାକୁ ସାର୍ବଜନିକ ଛୁଟିରେ ବଦଳାଇ ଦିଆଯାଇଛି। ନୂଆ ଆଦେଶ ପରେ ଏବେ ସ୍କୁଲ-କଲେଜ୍ ଓ ସବୁ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ। 

ଯୋଗୀ ସରକାର ଗତ ବର୍ଷ ୧୭ ଡିସେମ୍ୱରରେ ହିଁ ଜାରି ଅବକାଶର ତାଲିକାରେ ରବିଦାସ ଜୟନ୍ତୀର ଛୁଟି ଦେଇଥିଲେ। ହେଲେ ଏହି ସମୟରେ ଏହାକୁ ପ୍ରତିବନ୍ଧିତ ଛୁଟିର ତାଲିକାରେ ରଖା ଯାଇଥିଲା। ଏହି ଅନୁସାରେ , ପ୍ରତି କର୍ମଚାରୀଙ୍କୁ ସମସ୍ତ ପ୍ରତିବନ୍ଧିତ ଛୁଟି ମଧ୍ୟରୁ କୌଣସି ଦୁଇଟିକୁ ନେବାରେ ସ୍ୱାଧୀନତା ଦିଆ ଯାଇଛି। ବର୍ତ୍ତମାନ ସାର୍ବଜନିକ ଛୁଟି ଘୋଷଣା ଅନୁସାରେ, ଏହା ହୋଲି-ଦିପାବଳୀ ଭଳି ଛୁଟି ଦିନଟିଏ ହୋଇଛି। 

ସନ୍ଥ ରବିଦାସଙ୍କର ଜନ୍ମ ମାଘ ପୂର୍ଣ୍ଣିମା ଅବସରରେ ୟୁପିରେ ହିଁ ବାରାଣାସୀରେ ହୋଇ ଥିଲା। ପ୍ରତିବର୍ଷ ଏଠାରେ ବହୁତ ବଡ଼ ଉତ୍ସବ ମଧ୍ୟ ପାଳନ କରାଯାଏ।ସନ୍ଥ ରବିଦାସକୁ ସନ୍ଥ ଶିରୋମଣି ସନ୍ଥ ଗୁରୁର ଉପାଧି ଦିଆଯାଇଛି।  ସେ ରବିଦାସିଆ ପନ୍ଥର ସ୍ଥାପନା କରିଛନ୍ତି ଏବଂ ତାଙ୍କ ଦ୍ୱାରା ରଚିତ କିଛି ଭଜନ ଶିଖ୍‌ ଲୋକଙ୍କ ପବିତ୍ର ଗ୍ରନ୍ଥ ଗୁରଗ୍ରନ୍ଥ ସାହିବରେ ମଧ୍ୟ ସାମିଲ ଅଛି। ସେ ଜାତିପ୍ରଥାକୁ ଘୋର ବିରୋଧ କରୁଥିଲେ ଏବଂ ଆତ୍ମଜ୍ଞାନର ମାର୍ଗ ଦେଖାଇ ଥିଲେ। କୁହାଯାଏ କି ରବିଦାସ ସାଧୁ-ସନ୍ଥଙ୍କ ସଙ୍ଗତିରେ ଜ୍ଞାନପ୍ରାପ୍ତ କରିଥିଲେ। ଅନେକ ଲୋକଙ୍କ ବିଶ୍ୱାସ ଯେ,ସନ୍ଥ ରବିଦାସ ଜୀଙ୍କର କେହି ଗୁରୁ ନଥିଲେ।