ବିରୋଧୀଙ୍କୁ କଡ୍ଡା ଜବାବ ଦେଲେ ଯୋଗୀ…

ଦୁଷ୍କର୍ମକାରୀଙ୍କ ପାଇଁ ଖୋଲା ଅଛି ଯମଙ୍କ ଦ୍ବାର…

ବେଆଇନ ନିର୍ମାଣ ପାଇଁ ଅଛି ବୁଲଡୋଜର…

ନୂଆଦିଲ୍ଲୀ: ୟୁପି ବିଧାନସଭାରେ ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ବିରୋଧୀଙ୍କ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ଗୃହକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, "ଆମେ ଖୁସି ଯେ, ଆମେ ରୁଗ୍ଣ ରାଜ୍ୟ ତାଲିକାରୁ ଉତ୍ତର ପ୍ରଦେଶକୁ ହଟାଇ ଦେଇଛୁ। ଆଜି ରାଜ୍ୟର ବ୍ୟବସାୟୀଙ୍କ ଠାରୁ ଦାଦା ବଟି ଆଦାୟ କରାଯାଉନାହିଁ। ଆଜି ଯଦି କୌଣସି ଗୁଣ୍ଡା କୌଣସି ଝିଅକୁ ଦୁଷ୍କର୍ମ କରେ, ସେ ଜାଣିଯାଏ ଯେ, ଯମରାଜ ଖୁବ୍ ଶୀଘ୍ର ତାଙ୍କୁ ଡାକିବେ।"

ଯଦି କୌଣସି ମାଫିଆ ଜନବସତି କିମ୍ବା ସରକାରୀ ଜମିରେ ଜବରଦଖଲ କରନ୍ତି, ଆଉ ସେଠାରେ ଏକ ମଲ୍ ନିର୍ମାଣ କରନ୍ତି, କିମ୍ବା ଏକ ସଂଗ୍ରହ କେନ୍ଦ୍ର ସ୍ଥାପନ କରନ୍ତି, ଏବଂ ତା'ପରେ ଏହା ମାଧ୍ୟମରେ ଅନୈତିକ ଏବଂ ବେଆଇନ କାର୍ଯ୍ୟକଳାପ କରନ୍ତି, ତେବେ ଏହାକୁ ମାଟିରେ ମିଶେଇବା ପାଇଁ ଏକ ବୁଲଡୋଜର ମଧ୍ୟ ବ୍ୟବହାର କରାଯିବ । ତାଙ୍କୁ ଏଥିରୁ କେହି ବି ଅଟକାଇ ପାରିବେ ନାହିଁ।"

'ୟୁପିରେ କୌଣସି ଦଙ୍ଗା ଏବଂ ଅରାଜକତା ନାହିଁ'

ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, "ୟୁପିରେ କୌଣସି ଦଙ୍ଗା ଏବଂ ଅରାଜକତା ନାହିଁ। ଦଙ୍ଗାର ପ୍ରତିକାର କ'ଣ ? ଏ ବିଷୟରେ ବରେଲିର ମୌଲାନାଙ୍କୁ ପଚାରନ୍ତୁ। ୟୁପିରେ କର୍ଫ୍ୟୁ ନାହିଁ କିମ୍ବା ଦଙ୍ଗା ନାହିଁ। ଏବେ ସବୁକିଛି ଠିକ୍ ଅଛି। ମୁଖ୍ୟମନ୍ତ୍ରୀ ଯୋଗୀ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, "ତୁଷ୍ଟିକରଣ ନୀତି ଯୋଗୁଁ ପାକିସ୍ତାନ ଏବଂ ବାଂଲାଦେଶ ସୃଷ୍ଟି ହୋଇଥିଲା। ବାଂଲାଦେଶରେ ଜଣେ ଦଳିତ ହିନ୍ଦୁଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା, କିନ୍ତୁ ଯେଉଁମାନେ ବିକ୍ଷୋଭରେ ଲୁହ ପକାଉଥିଲେ ସେମାନେ ଗୋଟିଏ ଶବ୍ଦ ମଧ୍ୟ କହି ନାହାଁନ୍ତି, କାରଣ ସେମାନଙ୍କ ପାଇଁ ଦଳିତ, ଚାଷୀ ଏବଂ ମହିଳା ସମସ୍ତେ ଭୋଟ ବ୍ୟାଙ୍କ। ତୁଷ୍ଟିକରଣ ନୀତି ଯୋଗୁଁ ବାଂଲାଦେଶ ସୃଷ୍ଟି ହୋଇଥିଲା। ଯଦି ବିଭାଜନ ହୋଇନଥାନ୍ତା, ତେବେ ହିନ୍ଦୁମାନଙ୍କୁ ନିର୍ଯାତନା ଦିଆଯାଇ ନଥାନ୍ତା।

ଏହା ସହ ପଢନ୍ତୁ : କୋର୍ଟରେ ହାଜର ପାଇଁ ନେବା ବେଳେ କୁଖ୍ୟାତ ଅପରାଧୀକୁ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ, ୨ ପୋଲିସ କର୍ମୀ ଆହତ…