ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମହାକୁମ୍ଭ ମେଳାରେ କାର୍ଯ୍ୟରତ ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ

Published By : Anindita Ratha | January 30, 2025 1:41 PM

ନୂଆଦିଲ୍ଲୀ, ୩୦/୦୧: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଛି ଦିବ୍ୟ ଓ ଭବ୍ୟ ମହାକୁମ୍ଭ ମେଳା। ଏନେଇ ଜମୁଛି  ଶ୍ରଦ୍ଧାଳୁଙ୍କ ଭିଡ଼। ଆଉ ଏହାରି ମଧ୍ୟରେ ମହାକୁମ୍ଭ ମେଳାରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଖବର ।  ଗତକାଲି ମେଳାରେ କାର୍ଯ୍ୟରତ ଥିବା ଜଣେ  ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି ।  ତେବେ ପଲିସ ଅଧିକାରୀଙ୍କ ମୃତ୍ୟୁକୁ ନେଇ ପରିବାର ସମେତ ପୋଲିସ ବିଭାଗରେ ଶୋକର ଲହରୀ ଖେଳିଯାଇଛି ।

ତେବେ ଗାଜିପୁରା ଜିଲ୍ଲା ଗହମର ଥାନା ସ୍ଥିତ ବସୁକା ଗାଁର ବାସିନ୍ଦା ସବ୍-ଇନ୍ସପେକ୍ଟର ଅଞ୍ଜନୀ ରାୟ । ସେ ବହରାଇଚ ଜିଲ୍ଲାରେ ପୋଷ୍ଟିଂ ହୋଇଥିଲା । ହେଲେ ବର୍ତ୍ତମାନ ସେ କୁମ୍ଭମେଳାରେ ଡ୍ୟୁଟିରେ ଥିବା ବେଳେ କାର୍ଯ୍ୟରତ ଅବସ୍ଥାରେ ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ । ହସ୍ପିଟାଲ ନେବାବେଳେ ତାଙ୍କର ଅଧାବାଟରେ  ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏନେଇ ଏସପି ଦୁର୍ଗା ପ୍ରସାଦ ତିୱାରୀ କହିଛନ୍ତି, "ଅଧିକାରୀମାନେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି,ପ୍ରୟାଗରାଜ କୁମ୍ଭମେଳାରେ ଘଟିଥିବା ଦଳାଚକଟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି । ଏହି ଅଘଟଣରେ ୩୦ ଜଣଙ୍କ ଜୀବନ ଯାଇଥିବାବେଳେ ପାଖାପାଖି ୬୦ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ତେବେ  ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସରକାର । ଏହାସହ ଘଟଣା ସମ୍ପର୍କରେ ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.