ପାରଳାଖେମୁଣ୍ଡି, ୨୦/୧୧ (ଆପ୍ର) : ଗୁରୁବାର ରାତିରେ ହଠାତ୍ ପାରଳାଖେମୁଣ୍ଡି ସ୍ଥିତ ପୁରୁଣା କୋର୍ଟ ଛକ ଅଞ୍ଚଳ ଗହଳି ହୋଇଥିଲା । ସ୍ଥାନୀୟ ଆଦର୍ଶ ଥାନା ପୁଲିସ୍ ସହିତ ଛତିଶଗଡ଼ ର ପୁଲିସ୍ ଗାଡ଼ି ସବୁ ନିକଟରେ ଥିବା ବେଳେ ଏହାକୁ ଦେଖି ଲୋକେ ଭିଡ ଜମାଇ ଥିଲେ । ଘଟଣା ହେଲା ଶୁଣ୍ଢି ସାହି ନିକଟର ଏକ ଘରେ ଏକ ପ୍ରେମୀଯୁଗଳ ରହୁଥିବା ବେଳେ ୟୁପି ପୁଲିସ୍ ସେମାନଙ୍କୁ ଖୋଜି ଖୋଜି ଏଠାରେ ପହଞ୍ଚିବା ପରେ ଉଭୟଙ୍କୁ ଉଠାଇନେଲେ ।
ୟୁପିର ବୃନ୍ଦାବନ ଅଞ୍ଚଳର ପୁଅଝିଅ ଭଲପାଇ ସେଠାରୁ ଫେରାର୍ ହୋଇ ପାରଳା ରେ ବହୁଦିନ ଧରି ଲୁଚିରହିଥିଲେ । ସେଠାରେ ସେମାନଙ୍କ ପରିବାର ଲୋକଙ୍କ ଏତଲା ଅନୁଯାୟୀ ୟୁପି ପୁଲିସ୍ ବହୁ ଖୋଜିବା ପରେ କୌଣସି ସୁଚନା ପାଇ ଛତିଶଗଡ଼ ଆସିଥିଲେ । ସେଠାରେ ନମିଳିବାରୁ ସେଠିକାର ପୁଲିସ୍ ସହାୟତା ରେ ସୁଚନା ପାଇ ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରସାନ୍ତ ଭୂପତିଙ୍କ ସହ ଯୋଗାଯୋଗ କରି ସୂଚନା ପକ୍କା ହେବାରୁ ଆଜି ସାଢେ ୯ଟା ବେଳେ ସ୍ଥାନୀୟ ପୁଲିସ୍ ସାହାଯ୍ୟ ରେ ଉଠାଇଛନ୍ତି । ପରେ ଆବଶ୍ଯକିୟ କାର୍ଯ୍ୟ ପୂରଣ କରି ଉତ୍ତରପ୍ରଦେଶ ନେଇଯାଇ ଥିବା ଥାନା ଅଧିକାରୀ କହିଛନ୍ତି । ଏମାନଙ୍କ ବିରୁଦ୍ଧ ରେ ୟୁପିର ଥାନାରେ ନିଖୋଜ ମାମଲା ରୁଜୁ ହୋଇଥିବା ପାରଳା ପୁଲିସ ସୁଚନା ଦେଇଛି ।