ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ପୁଣି ଗାଜା ଉପରେ ଇସ୍ରାଏଲର ବୋମାମାଡ଼, ୫୧ ମୃତ, ଏ ପର୍ଯ୍ୟନ୍ତ ଗଲାଣି ୫୦ ହଜାର ପାଲେଷ୍ଟିନୀୟଙ୍କ ଜୀବନ

Published By : Swapna Ray | March 24, 2025 3:57 PM

ନୂଆଦିଲ୍ଲୀ, ୨୪।୩: ଇସ୍ରାଏଲ ଏବଂ ହମାସ ମଧ୍ୟରେ ପ୍ରାୟ ୬ ସପ୍ତାହ ଧରି ଚାଲିଥିଲା ଯୁଦ୍ଧ । ଇସ୍ରାଏଲ ଆକ୍ରମଣରେ ଗାଜାରେ ପୁଣି ୫୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆକ୍ରମଣରେ ଇସ୍ରାଏଲୀ କମାଣ୍ଡର ମଧ୍ୟ ନିହତ ହୋଇଛନ୍ତି । ଇସ୍ରାଏଲ ହମାସ ଯୁଦ୍ଧରେ ଏ ପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ପାଲେଷ୍ଟାନୀୟ ପ୍ରାଣ ହରାଇଥିବା ଜଣାପଡ଼ିଛି । ଏହା ବ୍ୟତୀତ ଆହତ ୧ ଲକ୍ଷ ୧୩ ହଜାରରୁ ଅଧିକ ଲୋକ ହୋଇଛନ୍ତି । ସଂଘର୍ଷରେ ଏ ପର୍ଯ୍ୟନ୍ତ ୫୦ ହଜାର ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ହେଲାଣି ।

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଥିବା ସମୟରେ ଇସ୍ରାଏଲ ଶହ ଶହ ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତ କରିଥିଲା । ହମାସ ମଧ୍ୟ ୧୫୦ ବନ୍ଧକଙ୍କୁ ମୁକ୍ତ କରିଥିଲା । ୭ ଅକ୍ଟୋବର ୨୦୨୩ରେ ଏହି ଲୋକମାନଙ୍କୁ ହମାସ ଅପହରଣ କରିଥିଲା । ସେବେଠାରୁ ତାଙ୍କୁ ବନ୍ଧକ ରଖାଯାଇଥିଲା । ପ୍ରାୟ ୬୦ ଜଣ ବନ୍ଧକ ଏବେ ବି ହମାସ ପାଖରେ ଥିବା ରିପୋର୍ଟରେ କୁହାଯାଇଛି । କିନ୍ତୁ, ଯେତେବେଳେ ଯୁଦ୍ଧ ବିରତି ବୃଦ୍ଧି କରିବା ନେଇ କୌଣସି ହମତି ହୋଇନଥିଲା, ଇସ୍ରାଏଲ ପୁଣି ଥରେ ଆକ୍ରମଣକୁ ତୀବ୍ର କରିଥିଲା । ଗତ ୩ରୁ ୪ ଦିନ ମଧ୍ୟରେ ଇସ୍ରାଏଲ ଗାଜା ଉପରେ ଭୟଙ୍କର ଆକ୍ରମଣ ଜାରି ରଖିଛି । ଯେଉଁଥିରେ ୫୦୦ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଛି । ରବିବାର ପୁଣି ଗାଜା ଉପରେ ଏୟାରଷ୍ଟ୍ରାଇକ କରିଥିଲା ଇସ୍ରାଏଲ । ଯେଉଁଥିରେ ୫୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣରେ ଜଣେ ଶୀର୍ଷ ଇସ୍ରାଏଲୀ କମାଣ୍ଡର ମଧ୍ୟ ନିହତ ହୋଇଛନ୍ତି । 

ଏ ପର୍ଯ୍ୟନ୍ତ ମିଳିଥିବା ସୂଚନାନୁସାରେ, ରବିବାର ଇସ୍ରାଏଲୀ ଆକ୍ରମଣରେ ୫୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ ଜଣେ ଇସ୍ରାଏଲୀ ରାଜନୈତିକ ଶାଖାର ସଦସ୍ୟ ଇସମାଇଲ ବାରହୋମ । ସେ ଖାନ ୟୁନିସ ସହରର ନାସିର ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଏହି ସମୟରେ ଇସ୍ରାଅଲ ଆକ୍ରମଣ କରିଥିଲା, ଯେଉଁଥିରେ ସେ ନିହତ ହୋଇଥିଲେ । ଏହା ବ୍ୟତୀତ ଇସ୍ରାଏଲ ଲେବାନନରେ ମଧ୍ୟ ଆକ୍ରମଣ କରିଛି, ଯେଉଁଥିରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଲେବାନନରେ ସକ୍ରିୟ ଥିବା ଏକ ଆତଙ୍କବାଦୀ ସଙ୍ଗଠନ ହିଜବୋଲା ଇସ୍ରାଏଲୀ ଆକ୍ରମଣକୁ ଅସ୍ୱୀକାର କରିଛି । ପ୍ରାୟ ଦେଢ଼ ବର୍ଷ ଧରି ଏକାକୀ ହମାସ ସହିତ ଲଢ଼ିବା ପରେ ଇସ୍ରାଏଲ ମଧ୍ୟ ଗତ ୪ ବର୍ଷ ଧରି ହିଜବୋଲାକୁ ଟାର୍ଗେଟ କରିଆସୁଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.