ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ପାକିସ୍ତାନରେ ତୀବ୍ର ହେଉଛି ଆନ୍ଦୋଳନ, ସେନା ଜାରି କଲା ‘ସୁଟ୍‌ ଆଟ୍‌ ସାଇଟ୍‌’ ଅର୍ଡର

Published By : Tapas Panda | November 26, 2024 6:17 PM

ଇସଲାମାବାଦ: ପାକିସ୍ତାନରେ ଅଶାନ୍ତି ବୃଦ୍ଧି ପାଇଛି । ଇମ୍ରାନ୍‌ ଖାନଙ୍କ ସମର୍ଥନରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ହିଂସାର ରୂପ ନେଇଛି  । ଜେଲରେ ଥିବା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଆହ୍ବାନ କ୍ରମେ ଏହି ବିକ୍ଷୋଭ ଆରମ୍ଭ ହୋଇଛି । ଲଗାତାର ୩ ଦିନ ହେଲା ଆନ୍ଦୋଳନ ଜାରି ରହିଛି ।  ରାଜଧାନୀ ଇସଲାମାବାଦରେ ପଶିଛନ୍ତି ଇମ୍ରାନଙ୍କ ହଜାର ହଜାର ସମର୍ଥକ। ଏତିକି ବେଳେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ଇମ୍ରାନଙ୍କ ସମର୍ଥକମାନେ ଶ୍ରୀନଗର ରାଜପଥରେ ୪ ରେଞ୍ଜର୍ସଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି । ଫଳରେ ସେମାନଙ୍କର ମୃତ୍ୟୁ ହୋଇଛି ।

ଏ ପର୍ଯ୍ୟନ୍ତ ୪ ଜଣ ରେଞ୍ଜର୍ସ ଏବଂ ଦୁଇ ଜଣ ପୋଲିସ ଅଧିକାରୀ ପ୍ରାଣ ହରାଇଛନ୍ତି। ସେହିପରି ୧୦୦ରୁ ଅଧିକ ଯବାନ ଆହତ ହୋଇଛନ୍ତି । ଧାରା ୨୪୫ ଅନୁଯାୟୀ ପାକିସ୍ତାନୀ ସେନାକୁ ଡକାଯାଇଛି । ଅଶାନ୍ତି ଏବଂ ଆତଙ୍କବାଦୀଙ୍କ ସହ କଡା ମୁକାବିଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁଠୁ ବଡ଼ କଥା ହେଉଛି, ପାକିସ୍ତାନ ସେନାକୁ ‘ସୁଟ୍‌ ଆଟ୍‌ ସାଇଟ୍’ ଅର୍ଡର ମଧ୍ୟ ଜାରି କରାଯାଇଛି । ବିକ୍ଷୋଭକାରୀମାନେ ଇମ୍ରାନ ଖାନ୍‌ଙ୍କୁ ମୁକ୍ତ କରିବା ଦାବିରେ ସଂସଦ ଯାଏଁ ରାଲି କରିବାକୁ ଏବଂ ଧାରଣା ଦେବାକୁ ଘୋଷଣା କରିଛନ୍ତି । ଏ ନେଇ ସରକାର କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି । 

ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ଜାତୀୟ ରାଜପଥରେ ବ୍ୟାରିକେଡ୍ ଲଗାଯାଇଛି । କିନ୍ତୁ ଇମ୍ରାନଙ୍କ ସମର୍ଥକମାନେ ବଡ଼ ବଡ଼ ମେସିନ ଲଗାଇ ବ୍ୟାରିକେଡ୍ ଭାଙ୍ଗି ଦେଇଛନ୍ତି  । ଏହା ସହ ସେମାନେ ଇସଲମାବାଦରେ ଧସେଇ ପଶିଛନ୍ତି । ଏହି ସମୟରେ ପିଟିଆଇ କର୍ମଚାରୀମାନ ଏବଂ ପୁଲିସ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଛି । ରାଜଧାନୀ ଇସଲାମାବାଦର ଅନେକ ଅଞ୍ଚଳରେ ମୋବାଇଲ ଏବଂ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । 

ଅନ୍ୟପଟେ ସଂଘର୍ଷରେ ୪ ଜଣ ରେଞ୍ଜର୍ସ ଏବଂ ଦୁଇ ଜଣ ପୋଲିସ ଅଧିକାରୀ ପ୍ରାଣ ହରାଇଛନ୍ତି । ଏହା ପଛରେ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି କଠୋର ଦଣ୍ଡ ଦେବା ଲାଗି ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ବିକ୍ଷୋଭ ଲାଗି ଘୋଷଣା କରି ଇମ୍ରାନ୍‌ ଖାନ ନିଜର ସମର୍ଥକମାନଙ୍କୁ କହିଥିଲେ, ‘ ଆପଣ ମାର୍ଶାଲ ଲ'ରେ ରହିବାକୁ ଚାହୁଁଛନ୍ତି ନା ସ୍ୱାଧୀନତାରେ ରହିବାକୁ ଚାହୁଁଛନ୍ତି ତାହା ଆପଣଙ୍କୁ ସ୍ଥିର କରିବାକୁ ପଡ଼ିବ । ଆଉ ଏହା ପରେ ପାକିସ୍ତାନରେ ଜୋର ଧରିଛି ଇମ୍ରାନ ଖାନଙ୍କ ସମର୍ଥିତ ଆନ୍ଦୋଳନ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.