ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସଙ୍କଟରେ ଆମେରିକାର ସରକାରୀ ଚାକିରିଆ ! ଟ୍ରମ୍ପ ସରକାରଙ୍କ ନୂଆ ପ୍ଲାନ ବିଷୟରେ କହିଲେ ରାମସ୍ବାମୀ

Published By : Harapriya Biswal | November 16, 2024 4:09 PM

ନୂଆଦିଲ୍ଲୀ,୧୬।୧୧:  ଆମେରିକାରେ ସରକାରୀ ଚାକିରୀଆଙ୍କ ଉପରେ ସଙ୍କଟର କଳାବାଦଲ। ଆଗାମୀ ସମୟରେ ସରକାରୀ ଚାକିରୀକୁ କମ୍ କରିବା ସହ ଲକ୍ଷାଧିକ ନିର୍ବାଚିତ ବେସରକାରୀ ଅଧିକାରୀଙ୍କୁ ମଧ୍ୟ ହଟାଇ ଦିଆ ଯାଇପାରେ। ଭାରତୀୟ-ଆମେରିକୀୟ ଉଦ୍ୟୋଗୀରୁ ଟ୍ରମ୍ପ ସରକାରରେ ରାଜନେତା ହୋଇଥିବା ବିବେକ ରାମସ୍ବାମୀ ଏହାର ସଙ୍କେତ ପୂର୍ବରୁ ଦେଇ ସାରିଛନ୍ତି। 

ଆମେରିକାରେ ଡୋନାଲ୍ଡୋ ଟ୍ରମ୍ପ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବାପରେ ବିବେକ ରାମସ୍ବାମୀ ଓ ଟେସଲାର ସିଇଓ ଏଲନ୍ ମସ୍କଙ୍କୁ ମିଳିତ ଭାବରେ ନୂଆ ସ୍ଥାପିତ ‘ଡିପାର୍ଟମେଣ୍ଟ ଅଫ୍ ଗର୍ଭମେଣ୍ଟ ଏଫିସିଏନ୍ସି‘ର ନେତୃତ୍ବ ଦିଆଯାଇଛି। ଦୁହେଁ ଏକାଠି ମିଶି ଆମେରିକାରେ ସଂଘୀୟ ସରକାରରେ ବଧ ଧରଣର କାଟ୍ କରିବା ଦିଗରେ କାମ କରୁଛନ୍ତି।

୧୪ ନଭେମ୍ବରରେ ଫ୍ଲୋରିହାରେ ମାର-ଏ-ଲୋଗୋରେ ଏକ ପୋଗ୍ରାମ୍‌ରେ ରାମସ୍ବାମୀ କହିଛନ୍ତି, ଏଲନ୍ ମସ୍କ ଓ ମୁଁ ଓ୍ବାଶିଂଟନ ଡିସିର ବ୍ୟୁରୋକ୍ରାସିରୁ ଲକ୍ଷାଧିକ ନିର୍ବାଚନ ବେସରକାରୀ ଅଧିକାରୀଙ୍କୁ ହଟାଇବାର ପ୍ରସ୍ତୁତି କରୁଛି। ଏଭଳି କରି ହିଁ ଦେଶକୁ ବଞ୍ଚାଇ ହେବ। ଏକ ନୂଆ ଯୁବ, ଏଭଳି ଏକ ନୂଆ ଦେଶ ଯେଉଁଠି ଆମର ପିଲାମାନେ ଏହା ଜାଣିକି ବଡ଼ ହେବେ ଯେ, ଆମେରିକାରେ କଠିନ ପରିଶ୍ରମ, ସମର୍ପଣ ଓ ଯୋଗ୍ୟତା ଆଧାରରେ ସଫଳତା ମିଳେ। ଆପଣ ନିଜ ମନର କଥା କୁହନ୍ତି, ତେଣୁ ସ୍ବତନ୍ତ୍ର ହେବେ ଓ ସବୁଠାରୁ ଭଲ ବ୍ୟକ୍ତି ଚାକିରୀ ପାଇବେ, ତାଙ୍କର ବ୍ୟାକଗ୍ରାଉଣ୍ଡ ଯାହା କିଛି ବି ଥାଉ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.