ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

ଆମେରିକାରେ ଭାରତୀୟ ବଂଶୋଭବ କ୍ୟାଥୋଲିକ୍ ପାଦ୍ରୀଙ୍କୁ ଗୁଳିମାରି ହତ୍ୟା, ସନ୍ଦିଗ୍ଧକୁ ଅଟକ ରଖିଛି ପୋଲିସ୍…

Published By : Prameya | April 4, 2025 5:08 PM

ନୂଆଦିଲ୍ଲୀ: ଆମେରିକାର କାନସସ୍‌ରେ ଜଣେ ଭାରତୀୟ ବଂଶୋଭବ କ୍ୟାଥୋଲିକ୍ ପାଦ୍ରୀଙ୍କୁ ଗୁଳିମାରି ହତ୍ୟା କରାଯାଇଛି। କାନସସ୍‌ର ସେନେକା ସହରରେ ଏହି ଘଟଣା ଘଟିଛି ବୋଲି ଚର୍ଚ୍ଚର ଅଧିକାରୀ ମାନେ କହିଛନ୍ତି। ଏହି ମାମଲାରେ ପୋଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିଛି। କାନସାସ ସିଟି ଆର୍ଚବିଶପ ଜୋସେଫ ନୌମାନ ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ସୂଚନା ସେୟାର କରିଛନ୍ତି। ସେ ଲେଖିଛନ୍ତି, "ଆଜି ସକାଳେ ଗୁଳି କରି ହତ୍ୟା କରାଯାଇଥିବା ଫାଦର ଅରୁଲ କେରାସାଲାଙ୍କ ଦୁଃଖଦ ମୃତ୍ୟୁ ଖବର ସେୟାର କରି ଗଭୀର ଦୁଃଖ ଅନୁଭବ କରୁଛି।"

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କାରାସାଲା ୨୦୧୧ ମସିହାରୁ ସେନେକାରେ ସେଣ୍ଟସ୍ ପିଟର ଏବଂ ପଲ୍ କ୍ୟାଥୋଲିକ୍ ଚର୍ଚ୍ଚରେ ପାଦ୍ରୀ ଥିଲେ। ତାଙ୍କୁ ୧୯୯୪ ମସିହାରେ ଭାରତରେ ପାଦ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ୨୦୦୪ ମସିହାରୁ କାନସାସରେ ପାଦ୍ରୀ ଭାବରେ ସେବା କରୁଥିଲେ। କାରାସାଲା ୨୦୧୧ ମସିହାରେ ଆମେରିକୀୟ ନାଗରିକତା ଗ୍ରହଣ କରିଥିଲେ। ଭାରତୀୟ ବଂଶୋଦ୍ଭବ ପାଦ୍ରୀଙ୍କୁ ଚର୍ଚ୍ଚରେ ପାଦ୍ରୀଙ୍କ ଘର ଭିତରେ ଗୁଳି କରାଯାଇଥିଲା ଏବଂ କିଛି ସମୟ ପରେ ସ୍ଥାନୀୟ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧ ବନ୍ଧୁକଧାରୀକୁ ଅଟକ ରଖିଥିବା ଜଣାପଡ଼ିଛି।

ଆର୍ଚବିଶପ ତାଙ୍କ ପୋଷ୍ଟରେ କହିଛନ୍ତି ଯେ ପାଦ୍ରୀଙ୍କ ମୃତ୍ୟୁ ଉତ୍ତର-ପୂର୍ବ କାନସାସର ପ୍ରାୟ ୨୧୦୦ ଲୋକଙ୍କୁ ଦୁଃଖିତ ଏବଂ ମର୍ମାହତ କରିଛି।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.