ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଅଭିନେତ୍ରୀ ଉର୍ମିଳା । ଯିଏକି ବଲିଉଡର ରଙ୍ଗିଲା ଗର୍ଲ ଭାବେ ପରିଚିତ । ତାଙ୍କ ଅଭିନୟର ଯାଦୁ ଆଜି ମଧ୍ୟ ଦର୍ଶକଙ୍କୁ ବାନ୍ଧି ରଖିଛି । ତେବେ ଏହି ଅଭିନେତ୍ରୀଙ୍କ ବିଳାଶପୂର୍ଣ୍ଣ ଜୀବନଶୈଳୀ ପାଇଁ ଖବରରେ ଶିରୋନାମା ପାଲଟିଥାନ୍ତି । ୯୦ ଦଶକରୁ ବଲିଉଡରେ ଏକ ସ୍ବତନ୍ତ୍ର ଅଧିକାର କରିଥିବା ଏହି ଅଭିନେତ୍ରୀ କେତେ ସମ୍ପତ୍ତିର ମାଲିକାଣୀ ? ତାଙ୍କ ରୋଜଗାରର ମୁଖ୍ୟ ଅଂଶ କେଉଁଠୁ ଆସେ ?
କୋଇମାଇର ରିପୋର୍ଟକୁ ଯଦି ବିଶ୍ବାସ କରିବା ତାହେଲେ ଉର୍ମିଳାଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୬୮.୨୮ କୋଟି ଟଙ୍କା । ୨୦୧୯ ନିର୍ବାଚନ ସମୟରେ ଦାଖଲ କରିଥିବା ଶପଥପତ୍ରରେ ଏହା ପ୍ରକାଶ କରିଛନ୍ତି । ଯେଉଁଥିରେ ୧.୨୭ କୋଟି ଟଙ୍କାର କେବଳ ହୀରା ଅଳଙ୍କାର ତାଙ୍କ ପାଖରେ ରହିଥିବାବେଳେ ୧.୭୬ କୋଟି ଟଙ୍କାର ସୁନା ଅଳଙ୍କାର ମଧ୍ୟ ରହିଛି ।
ଏହାସହ ମୁମ୍ବାଇରେ ୨ କୋଟି ଟଙ୍କାର ବାଣିଜ୍ୟିକ ସମ୍ପତ୍ତି ରହିଥିବାବେଳେ ୩ଟି ଫ୍ଲାଟ୍ ରହିଛି । ଗୋଟିଏ ଫ୍ଲାଟର ମୂଲ୍ୟ ୯ କୋଟି, ଅନ୍ୟ ଏକ ୮ କୋଟି ଏବଂ ଗୋଟିଏ ୨ କୋଟି ଟଙ୍କାର ହେବ ବୋଲି କୁହାଯାଉଛି । ଏହାସହ ଚାଷ ଜମିରେ ମଧ୍ୟ ଟଙ୍କାର ନିବେଶ କରିଛନ୍ତି ଉର୍ମିଳା । ୬୦ ଲକ୍ଷ ଟଙ୍କାର ଚାଷ ଜମି ରଖିଛନ୍ତି । ବ୍ୟାଙ୍କରେ ୫୧ ଲକ୍ଷ ଟଙ୍କା ଜମା ରଖିଥିବାବେଳେ ବହୁ ସେୟାର ଏବଂ ମ୍ୟୁଚୁଆଲ ଫଣ୍ଡରେ ମଧ୍ୟ ସେ ନିବେଶ କରିଛନ୍ତି ।
ଉର୍ମିଳାଙ୍କର କୌଣସି ଋଣ ନଥିବାବେଳେ ଅନେକ ଗୁଡ଼ିଏ ବିଳାଶପୂର୍ଣ୍ଣ କାର ମଧ୍ୟ ରହିଛି । ସେପଟେ ତାଙ୍କ ବ୍ୟକ୍ତିଗତ ଜୀବନ କଥା କହିବା ତାହେଲେ ୨୦୧୬ ମସିହାରେ ମୋହସିନଙ୍କୁ ବିବାହ କରିଥିଲେ । ମାତ୍ର ସେମାନଙ୍କ ସମ୍ପର୍କ ଦୀର୍ଘଦିନ ଚାଲିନଥିଲା । ୨୦୨୪ ମସିହାରେ ସେମାନଙ୍କର ଛାଡ଼ପତ୍ର ହୋଇଥିଲା । ଯଦିଓ ତାଙ୍କ ପୂର୍ବତନ ସ୍ବାମୀ ପୁଣିଥରେ ବିବାହ କରିଛନ୍ତି ତଥାପି ଉର୍ମିଳା ଏକାକୀ ଜୀବନ ଅତିବାହିତ କରୁଛନ୍ତି । ୨୦୧୯ ମସିହାରେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ ଉର୍ମିଳା ।
ଏହାସହ ପଢ଼ନ୍ତୁ : Casting couch in TV industry: ‘ନ ଶୋଇଲେ, ବଦଳେଇ ଦେବୁ’ : ସଞ୍ଚିତାଙ୍କ ଆତ୍ମହତ୍ୟା ଘଟଣାରେ ଏମିତି କାହିଁକି କହିଲେ ଆଞ୍ଚଲ