ନୂଆଦିଲ୍ଲୀ,୧୧/୩ : ମଧ୍ୟପ୍ରାଚ୍ୟରେ ଖରାପ ସ୍ଥିତି ମଧ୍ୟରେ ଆଫଗାନିସ୍ତାନ ବନାମ ଶ୍ରୀଲଙ୍କା ସିରିଜକୁ ସ୍ଥଗିତ କରିଦିଆଯାଇଛି । ଆଫଗାନିସ୍ତାନ କ୍ରିକେଟ ବୋର୍ଡ଼ ମଙ୍ଗଳବାର କହିଛି କି ୟୁଏସ- ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲୁଥିବା ଯୁଦ୍ଧ କାରଣରୁ ଶ୍ରୀଲଙ୍କା ବିପକ୍ଷ ସିରିଜକୁ ସ୍ଥଗିତ କରାଯାଉଛି । ଏହି ସିରିଜ ୟୁଏଇରେ ଖେଳାଯିବାରେ ଥିଲା । ଦୁଇ ଟିମ୍ ମଧ୍ୟରେ ୧୩ମାର୍ଚ୍ଚରୁ ୨୫ମାର୍ଚ୍ଚ ପର୍ଯ୍ୟନ୍ତ ୩ଓ୍ବାନଡେ ଏବଂ ୩ ଟି-୨୦ମ୍ୟାଚ ଖେଳାଯିବାରେ ଥିଲା ।

ସୂଚନା ଅନୁସାରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ଼ର ଚିଫ୍ ଏଗଜିକ୍ୟୁଟିଭ ନସୀବ ଖାନ କହିଛନ୍ତି କି ଶ୍ରୀଲଙ୍କା ସହ ସିରିଜକୁ ସ୍ଥଗିତ କରାଯାଉଛି । ସେ କହିଛନ୍ତି କି ୟୁଏଇରେ ଯୁଦ୍ଧର ସ୍ଥିତି ବ୍ୟତୀତ ବିମାନ ଯାତ୍ରା ଏବଂ ଲଜିଷ୍ଟିକ୍ସ ସମ୍ବନ୍ଧୀୟ ସମସ୍ୟା ଆସିବାରେ ଲାଗିଛି ।

ନସୀବ ଖାନ ଏହା ବି ଖୁଲାସା କରିଛନ୍ତି କି ସିରିଜର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ କରାଯିବା ଉପରେ ବିଚାର କରାଯାଇଥିଲା । କିନ୍ତୁ ସେହି ସମୟରେ ଶ୍ରୀଲଙ୍କା ଲାଗି କୌଣସି ବି ବିମାନ ଉପଲବ୍ଧ ନ ଥିଲା । ସେହିଭଳି ହୋଟେଲ୍ ବୁକିଂରୁ ନେଇ ଗ୍ରାଉଣ୍ଡ ଏବଂ ସିକ୍ୟୁରିଟିର ବ୍ୟବସ୍ଥାକୁ ନେଇ ବି ସମସ୍ୟା ଉତ୍ପନ୍ନ ହୋଇଥାନ୍ତା । ଏଥିଲାଗି ସିରିଜକୁ ସ୍ଥଗିତ କରିଦିଆଯାଇଛି ଏବଂ ଚଳିତ ବର୍ଷର ଶେଷ ମାସରେ କରାଯାଇପାରେ ।