ନୂଆଦିଲ୍ଲୀ : ଆମେରିକା ଏହାର ନାଗରିକ ମାନଙ୍କ ପାଇଁ ଆଜି (ଗୁରୁବାର) ଏକ ଟ୍ରାଭେଲ ଆଡଭାଇଜରି ଜାରି କରିଛି। ଟ୍ରମ୍ପ ପ୍ରଶାସନ ଆମେରିକୀୟ ନାଗରିକ ମାନଙ୍କୁ ୨୧ ଟି ଦେଶକୁ ଯାତ୍ରା କରିବା ବିରୁଦ୍ଧରେ ପରାମର୍ଶ ଦେଇଛି। ଏହି ଦେଶ ଗୁଡ଼ିକ ଭିତରେ ରୁଷ, ୟୁକ୍ରେନ, ଲିବିଆ ଏବଂ ବୁର୍କିନା ଫାସୋ ଭଳି ଦେଶ ଅନ୍ତର୍ଭୁକ୍ତ, ଯଦିଓ ଏହି ତାଲିକାରେ ଭାରତ ଏବଂ ପାକିସ୍ତାନ ଅନ୍ତର୍ଭୁକ୍ତ ନୁହେଁ।
ବୈଦେଶିକ ବିଭାଗ ପୋଷ୍ଟଟି ସେୟାର କରିଛି…
ଆମେରିକା ବୈଦେଶିକ ବ୍ୟାପାର ବିଭାଗ ଆଜି (ଗୁରୁବାର) ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ ଟ୍ରାଭେଲ ଆଡଭାଇଜରି ଜାରି କରିଛି। ପୋଷ୍ଟରେ, ଆମେରିକା ବୈଦେଶିକ ବିଭାଗ କହିଛି, "ଆମେ ଲବୁଲ ବା ସ୍ତର ୧ ରୁ ୪ ପର୍ଯ୍ୟନ୍ତ ଆମେରିକୀୟ ନାଗରିକ ମାନଙ୍କ ପାଇଁ ଟ୍ରାଭେଲ ଆଡଭାଇଜରି ଜାରି କରୁଛୁ। ଲେବୁଲ ୪ ଅର୍ଥ ସେଠାକୁ ଯାତ୍ରା କରନ୍ତୁ ନାହିଁ।"
ପୋଷ୍ଟଟିରେ କୁହାଯାଇଛି, "ଆମେ ସ୍ଥାନୀୟ ପରିସ୍ଥିତି ଏବଂ ଏହି ଦେଶ ଗୁଡ଼ିକରେ ଆମେରିକୀୟ ନାଗରିକ ମାନଙ୍କୁ ସହାୟତା ପ୍ରଦାନ କରିବାର ଆମର ସୀମିତ କ୍ଷମତା ଉପରେ ଆଧାର କରି ଲେବୁଲ ନିର୍ଣ୍ଣୟ କରିଛୁ । ଏହି ସ୍ଥାନଗୁଡ଼ିକ ବିପଦପୂର୍ଣ୍ଣ। କୌଣସି କାରଣରୁ ଏହି ସ୍ଥାନ ଗୁଡ଼ିକୁ ଯାତ୍ରା କରନ୍ତୁ ନାହିଁ।"
ଏବେ ଆସନ୍ତୁ ଜାଣିବା କେଉଁ ମାନେ ଏହି ୨୧ ଦେଶ…
ଆଫଗାନିସ୍ତାନ, ବେଲାରୁସ,ବୁର୍କିନା ଫାସୋ, ବର୍ମା, ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକ, (CAR) ହାଇତି, ଇରାନ , ଇରାକ, ଲେବାନନ, ଲିବିଆ, ମାଲି, ନାଇଜର, ଉତ୍ତର କୋରିଆ, ରୁଷ, ସୋମାଲିଆ, ଦକ୍ଷିଣ ସୁଡାନ, ସୁଡାନ, ସିରିଆ, ୟୁକ୍ରେନ, ଭେନେଜୁଏଲା, ୟେମେନ…
We issue Travel Advisories with Levels 1 – 4. Level 4 means Do Not Travel. We assign Level 4 based on local conditions and/or our limited ability to help Americans there. These places are dangerous. Do not go for any reason.
— TravelGov (@TravelGov) January 8, 2026
The Travel Advisories for the following countries… pic.twitter.com/cDMJJKHcH2